ପ୍ରଜ୍ଞାଙ୍କ ହାତରେ ଜୀବନ୍ତ ମୃଣ୍ମୟ ମୂର୍ତ୍ତି

ଖୁଣ୍ଟା,୨୮ା୮(ଡି.ଏନ୍‌.ଏ.)- ନାରୀ ଟିଏ କଅଁଳ ଶିଶୁକୁ ଲାଳନପାଳନ କରି ମଣିଷ ପରି ଗଢି ତୋଳିବାରେ ଯେପରି ପାରଙ୍ଗମ, ସେହି ନାରୀ ପୁଣି କଞ୍ଚା କାଦୁଅକୁ ନିଜ ହାତରେ ରୂପ ଦେଇ ଜୀବନ୍ତ କରିବାରେ ମଧ୍ୟ ସିଦ୍ଧହସ୍ତା। ସେହିପରି ନାରୀ ଜଣେ ହେଉଛନ୍ତି ଖୁଣ୍ଟା ବଜାର ସଂଲଗ୍ନ ବାରଡାଙ୍ଗୁଆ ଗ୍ରାମ ଅଧୀନ ପୁରୁଣାପାଣି ଛକର ପ୍ରଜ୍ଞା ପରମିତା ବେହେରା (୩୨)। ତେଲ ଲୁଣର ସଂସାର ସହିତ ଯାବତୀୟ କାମ ମଧ୍ୟରେ ରହି ଆଦରି ନେଇଛନ୍ତି ମୂର୍ତ୍ତି ଗଢିବା କାର୍ଯ୍ୟକୁ ଏବଂ ନାରୀ ସମାଜ ପାଇଁ ପାଲଟି ଯାଇଛନ୍ତି ଏକ ଅନନ୍ୟ ଉଦାହରଣ। ଚେଷ୍ଟା ବଳରେ ନିଜେ ସ୍ବାବଲମ୍ବୀ ହୋଇ ପ୍ରମାଣ କରିଦେଇଛନ୍ତି ଶ୍ରୀମତୀ କମ ନୁହଁନ୍ତି ଏବଂ ନାରୀ ଅବଳା ନୁହେଁ ବରଂ ପୁରୁଷର ସମକକ୍ଷ ହୋଇ ଯେକୌଣସି କାର୍ଯ୍ୟ କରିପାରେ ବୋଲି ନାରୀ ସମାଜକୁ ବତ୍ତର୍ର୍ା ଦେଇଛନ୍ତି। ପ୍ରଜ୍ଞା ପରମିତା ଜଣେ ଗୃହିଣୀ। ସ୍ବାମୀ ଓ ଦୁଇ ଝିଅକୁ ନେଇ ତାଙ୍କର ସଂସାର। ବଡ଼ ଝିଅ ଷଷ୍ଠ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ସାନ ଝିଅ ତୃତୀୟରେ ପଢୁଛି। ସ୍ବାମୀ ଜୟନ୍ତ ବେହେରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ପରିବାରର ଅଭାବ ଅନଟନ ଦିନେ ତାଙ୍କୁ ଏହି କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥିଲା ବୋଲି କୁହନ୍ତି ଶ୍ରୀମତୀ ବେହେରା। ସେଦିନର ସେହି ଚେଷ୍ଟା ଆଜି ତାଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ପାନ ଦୋକାନ କରି ପରିବାର ଚଳାଉଥିବା ସ୍ବାମୀ ଜୟନ୍ତ ୨୦୦୪ରେ ପ୍ରାଥମିକ ଶିକ୍ଷକ ଭାବେ ନିଯୁକ୍ତି ପାଇବାରୁ ଦୋକାନଟିକୁ ବନ୍ଦ କରିବାକୁ ପଡିଥିଲା। ଶିକ୍ଷକ ଚାକିରିରେ ମାସକୁ ଦରମା ମିଳିଲା ମାତ୍ର ୧୫୦୦ ଟଙ୍କା। ସେଥିରେ ପରିବାର ଚଳାଇବା କଷ୍ଟ ହୋଇଥିବା ବେଳେ ଅନ୍ୟ ଦିଗରୁ ଦି ପଇସା ରୋଜଗାର କରିବା ପାଇଁ ଚିନ୍ତାରେ ପଡ଼ିଥିଲେ ପତି ଓ ପତ୍ନୀ। ତେବେ ପୂର୍ବରୁ ଜୟନ୍ତ ଜଣେ ମାଟି ମୂର୍ତ୍ତି କାରିଗରଙ୍କ ନିକଟରେ କିଛିଦିନ କାମ କରିଥିଲେ। ସେହି ସ୍ବଳ୍ପ ଅଭିଜ୍ଞତାକୁ ନେଇ ପତ୍ନୀଙ୍କୁ ମୂର୍ତ୍ତି ଗଢିବା କାର୍ଯ୍ୟ ଶିଖାଇଥିଲେ। ପ୍ରଥମେ ପ୍ରଜ୍ଞା ପରମିତା ପୁରୁଷଙ୍କ ଭଳି କାଦୁଅ ଚକଟି ଉକ୍ତ କାର୍ଯ୍ୟ କରିବା ପାଇଁ ନାପସନ୍ଦ କରୁଥିବା ବେଳେ ପରିବାରର ଅଭାବ ତାଙ୍କୁ ଉକ୍ତ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥିଲା। ଏବେ ସେ ଏହି କାର୍ଯ୍ୟରେ ରହି ଦି ପଇସା ରୋଜଗାର କରି ପାରୁଥିବାରୁ ବେଶ ଆତ୍ମସନ୍ତୋଷ ପାଉଛନ୍ତି ବୋଲି କହିଛନ୍ତି। ସ୍ବାମୀ ଓ ଦୁଇ ଝିଅ ବିଦ୍ୟାଳୟକୁ ଚାଲିଯିବା ପରେ ସେ ଲାଗିଯାନ୍ତି ମୂର୍ତ୍ତି ଗଢିବା କାର୍ଯ୍ୟରେ। ପ୍ରଥମେ ପ୍ରଥମେ ସ୍ବାମୀ ଜୟନ୍ତ ଏହି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରୁଥିଲେ। ଏବେ ସେ ମୂର୍ତ୍ତି ଗଢିବାଠାରୁ ଆରମ୍ଭ କରି ରଙ୍ଗ ଦେବା ପର୍ଯ୍ୟନ୍ତ ସବୁକାର୍ଯ୍ୟ ନିଜେ କରୁଛନ୍ତି ବୋଲି କହିଛନ୍ତି। ଭଗବାନଙ୍କ ଉପରେ ବିଶ୍ୱାସ ରଖି ସେ କହିଛନ୍ତି ଠାକୁର ନିଜ ରୂପରେ ନିଜେ ଗଢି ଉଠନ୍ତି , ସେଥିପାଇଁ କିଛି ଉଦଯୋଗ ଦରକାର ବୋଲି କହିଛନ୍ତି। ପୂର୍ବରୁ ସେ କମ ସଂଖ୍ୟକ ମୂର୍ତ୍ତି ତିଆରି କରୁଥିଲେ। ତେବେ ପରେ ମୂର୍ତ୍ତିଗୁଡିକର ଆକର୍ଷଣୀୟତା ଦୃଷ୍ଟିରୁ ଚାହିଦା ବଢିଥିଲା। ଆଗକୁ ଗଣେଶ ଓ ବିଶ୍ୱ କର୍ମା ପୂଜା ହେବାକୁ ଥିବାବେଳେ ଆବଶ୍ୟକତା ଦୃଷ୍ଟିରୁ ସେ ଗଢିଛନ୍ତି ୫୦୦ରୁ ଊଦ୍ଧର୍‌ବ ବିଭିନ୍ନ ଆକାରର ମୂର୍ତ୍ତି। ଖୁଣ୍ଟା, ଗୋପବନ୍ଧୁନଗର, ଉଦଳା ଓ ବଡ଼ସାହି ବ୍ଲକ ଅଧୀନରେ ଥିବା ବିଭିନ୍ନ ବଜାରରୁ ବେପାରୀମାନେ ଆସି ଏହି ମୂର୍ତ୍ତିଗୁଡିକୁ କିଣି ନେଇ ନିଜ ଅଞ୍ଚଳରେ ବ୍ୟବସାୟ କରିଥାନ୍ତି। ଫର୍ମା ତିଆରି ମୂର୍ତ୍ତିଗୁଡିକୁ ବେପାରିମାନଙ୍କୁ ବିକୁଥିବା ବେଳେ ନଡା ବନ୍ଧା ହାତ ତିଆରି ମୂର୍ତ୍ତିଗୁଡିକୁ ସେ ନିଜେ ବିକ୍ରି କରିଥାନ୍ତି ବୋଲି କହିଛନ୍ତି। ତେବେ ଘରେ ବସିବା ଅପେକ୍ଷା ଏହି କାର୍ଯ୍ୟରୁ ଦି’ପଇସା ମିଳୁଥିବା ବେଳେ ସ୍ବାମୀଙ୍କୁ ଅପେକ୍ଷା ନ କରି ସେ ଘର କରଣା ଜିନିଷ କିଛି କିଣି ପାରୁଛନ୍ତି ବୋଲି କହିଛନ୍ତି। ସେହିପରି ଏହି କାର୍ଯ୍ୟ ପାଇଁ ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନ ଥିବା ବେଳେ ସରକାରଙ୍କ ପକ୍ଷରୁ ଗାଁ ଗହଳିରେ ରହୁଥିବା ଗୃହିଣୀମାନଙ୍କୁ ମାଟି ମୂର୍ତ୍ତି ନିର୍ମାଣ ପାଇଁ ତାଲିମ ପ୍ରଦାନ କରାଗଲେ ସେମାନେ ମଧ୍ୟ ଘରକାମ ସହିତ ବଳକା ସମୟରେ ଏହି କାର୍ଯ୍ୟ କରି ଦି’ପଇସା ରୋଜଗାର କରିପାରନ୍ତେ ବୋଲି ପ୍ରଜ୍ଞା ପରମିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri