Posted inରାଜ୍ୟ

ପୌରାଧ୍ୟକ୍ଷ ଓ ବିଧାୟକଙ୍କ ମଧ୍ୟରେ ଶୀଳତଯୁଦ୍ଧ : ଯାତ୍ରୀ ବିଶ୍ରାମାଗାର ଉଦ୍‌ଘାଟନ ବନ୍ଦ

ପାରାଦୀପ,୨୦ା୬(ସ୍ବ.ପ୍ର.): ଦୀର୍ଘଦିନର ନୀରବତା ପରେ ଏବେ ପୁଣି ଥରେ ପାରାଦୀପ ବିଜେଡି ରାଜନୀତି ସରଗରମ ହୋଇଛି। ପୂର୍ବରୁ ଦୀର୍ଘ ୨ ଦଶନ୍ଧୀ ଧରି ବରିଷ୍ଠ ନେତା ଦାମୋଦର ରାଉତ ଓ ବିଷ୍ଣୁ ଚରଣ ଦାସଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ଜିଲା ତଥା ରାଜ୍ୟ ରାଜନୀତି ଉଷ୍ମ ହେଉଥିଲା। ମାତ୍ର ଏବେ ଉଭୟ ନେତା ନୀରବ ଅଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ବିଜେଡି ଦାମଙ୍କୁ ବହିଷ୍କୃତ କରିବା ଓ ସେ ଭାଜପାରେ ଯୋଗଦେଇ ପାରାଦୀପ ଛାଡ଼ି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ଫଳରେ ଜିଲା ରାଜନୀତିରେ ଅନେକ ପରିବର୍ତ୍ତନ ଘଟିଛି। ଦାମଙ୍କ ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ କେତେକ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ଏପରି କି ପାରାଦୀପରୁ ତାଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ୍‌ ଦିଆଯାଇଥିଲା, ଯାହାକି ଦଳରେ ଗୋଷ୍ଠୀ କନ୍ଦଳ ସୃଷ୍ଟି କରିଥିଲା। ମାତ୍ର ନିର୍ବାଚନ ପରେ ପରିସ୍ଥିତି ଶାନ୍ତ ପଡିଯାଇଥିବା ବେଳେ ଗତ ୧୪ ତାରିଖରୁ ନବ ନିର୍ବାଚିତ ବିଧାୟକ ସମ୍ବିତ ରାଉତରାୟ ଓ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଉକ୍ତ ବିବାଦ ପାଇଁ ପାରାଦୀପ ବସ୍‌ଷ୍ଟାଣ୍ଡରେ ନିର୍ମିତ ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟ ଉଦ୍‌ଘାଟନ ଉତ୍ସବ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ହୋଇଯାଇଛି। ଏପରିକି ଉଦ୍‌ଘାଟନ ନିମନ୍ତେ ଯେଉଁ ଫଳକ ବିଶ୍ରାମାଗାର କାନ୍ଥରେ ଲଗାଯାଇଥିଲା, ବିବାଦ ପରେ ତାହା କାଢି ଦିଆଯାଇଛି। ଏ ନେଇ ବିଜେଡି କର୍ମୀଙ୍କ ପକ୍ଷରୁ ସୋସିଆଲ ମିଡିଆ ଓ କେତେକ ଖବରକାଗଜରେ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ, ଗତବର୍ଷ ପୌରପାଳିକା ପକ୍ଷରୁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ବିଶ୍ରାମାଗାର ନିର୍ମାଣ ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟ ଗତ ଜାନୁୟାରୀରେ ସରିବା ପରେ ଉଦ୍‌ଘାଟନ ହେବାର ଥିଲା। କିନ୍ତୁ ସେତେବେଳେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଉଦ୍‌ଘାଟନ ହୋଇପାରି ନ ଥିଲା। ଚଳିତମାସ ୧୪ ତାରିଖ ପ୍ରଥମ ରଜରେ ଉକ୍ତ ବିଶ୍ରାମାଗାର ଉଦ୍‌ଘାଟନ କରିବାକୁ ଧାର୍ଯ୍ୟ ହୋଇଥିଲା। ଉଦ୍‌ଘାଟକ ଭାବେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ମିଶ୍ରଙ୍କ ନାମ ଫଳକରେ ଥିଲା। ଏଥିସହ ଫଳକ ତଳ ଧାଡ଼ିରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତୀ ନାୟକ, ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି, ସ୍ଥାନୀୟ ୧୫ନଂ ଓ୍ବାର୍ଡ କାଉନସିଲର ମାନସ ବିଶ୍ୱାଳଙ୍କ ନାମ ଥିଲା। କିନ୍ତୁ ଏଥିରେ ସମ୍ବିତଙ୍କ ନାମ ନ ଥିଲା। ଏ ସମ୍ପର୍କରେ ଜାଣିବା ପରେ ସମ୍ବିତ ଓ ତାଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିବାଦ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୌର କର୍ତ୍ତୃପକ୍ଷ ଉଦ୍‌ଘାଟନ ପର୍ବ ବାତିଲ କରିବା ସହ ଫଳକ ଖୋଲି ଦେଇଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ବିଶ୍ୱାଳ କହିଛନ୍ତି ଯେ, ଉକ୍ତ ବିଶ୍ରାମାଗାର ପାଇଁ ବିଦ୍ୟୁତ୍‌, ପାନୀୟଜଳ ସଂଯୋଗ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କରିବେ। ସେଥିପାଇଁ ବନ୍ଦର ଅଧ୍ୟକ୍ଷଙ୍କୁ ମୁଖ୍ୟଅତିଥି କରିଥିଲୁ। ପୂର୍ବରୁ ମଧ୍ୟ ଅନେକ ପ୍ରକଳ୍ପ ବନ୍ଦର ଅଧ୍ୟକ୍ଷ ଉଦ୍‌ଘାଟନ କରିଛନ୍ତି। ବିଧାୟକଙ୍କ ଉଦ୍‌ଘାଟନ ପାଇଁ ଆଗକୁ ଆହୁରି ୩ କୋଟି ଟଙ୍କାର ପ୍ରକଳ୍ପ ଅଛି। ତେଣୁ ବିଧାୟକଙ୍କ ଶିବିର କାହିଁକି ବିରୋଧ କରୁଛନ୍ତି ତାହା ମୁଁ ଜାଣିନାହିଁ। ଅନ୍ୟପକ୍ଷରେ ସମ୍ବିତ କହିଛନ୍ତି ଯେ, ସେମିତି କିଛି ବିରୋଧ ସେ କରିନାହାନ୍ତି। ତାଙ୍କ ପାଇଁ କିଏ କ’ଣ କାହାକୁ କହିଛି ତା ମଧ୍ୟ ସେ ଜାଣନ୍ତି ନାହିଁ। ସେ ସପ୍ତାହେ ହେଲା ବାହାରେ ଅଛନ୍ତି। ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ବିଜେଡି ବିଧାୟକ ଟିକେଟ ପାଇଁ ସମ୍ବିତଙ୍କ ସହ ବସନ୍ତ ମଧ୍ୟ ଦୌଡ଼ରେ ଥିବା ଚର୍ଚ୍ଚା ହେଉଥିଲା। ସେହିପରି ଦାମଙ୍କୁ ବିଜେଡି ବହିଷ୍କାର କରିବା ପରେ ତାଙ୍କ ଘନିଷ୍ଠ ସହଯୋଗୀ ବସନ୍ତ ତାଙ୍କୁ ଛାଡ଼ି ଦଳ ସହିତ ରହିଥିଲେ। ଏପରି କି ଦାମ ବିରୋଧୀ ବୈଠକରେ ବସନ୍ତ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ଏହା ବିବାଦର ମୂଳ କାରଣ ବୋଲି କୁହାଯାଉଛି। ତେବେ ଏହି ବିବାଦ ଆଗକୁ କି ରୂପ ନେଉଛି ତାହା ଦେଖିବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri