ପୌର ପ୍ରଶାସନର କାର୍ଯ୍ୟକୁ ନେଇ ସନ୍ଦେହରେ କର୍ମଚାରୀ: ୯ ମାସ ହେବ ଜମା ହେଉନି ଇପିଏଫ୍‌ ଅର୍ଥ

ଅନୁଗୋଳ ଅଫିସ, ୧୭ା୧୦- ଅନୁଗୋଳ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାବଦ ଅର୍ଥ କଟୁଛି। କିନ୍ତୁ କଟାଯାଉଥିବା ଅର୍ଥକୁ ପୌର ପ୍ରଶାସନ ଇପିଏଫ୍‌ ଫଣ୍ଡରେ ଜମା କରୁନାହିଁ। ଦୀର୍ଘ ୯ ମାସ ହେବ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏପରି ଖାମଖିଆଲି କାର୍ଯ୍ୟ ଯୋଗୁ ଆଗାମୀ ଦିନରେ ପୌର ପ୍ରଶାସନକୁ ହଜାର ହଜାର ଟଙ୍କା ଅଯଥାରେ ଜରିମାନା ବାବଦକୁ ଦେବାକୁ ପଡ଼ିବ। ତେବେ ଉକ୍ତ ଜରିମାନା ଅର୍ଥ ପୌରପାଳିକା କେଉଁ ଫଣ୍ଡରୁ ନେବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ପୌରପାଳିକାରେ ଏବେ ପ୍ରାୟ ୮୦ ଜଣ କର୍ମଚାରୀଙ୍କ ଦରମାରୁ ଇପିଏଫ ବାବଦ ଅର୍ଥ କଟାଯାଉଛି। କର୍ମଚାରୀଙ୍କ ଦରମାରୁ ୧୨.୫ ପ୍ରତିଶତ କଟୁଥିବା ବେଳେ ନିୟମ ଅନୁଯାୟୀ ପୌରପାଳିକା ୧୨.୫ ପ୍ରତିଶତ ଜମା କରୁଛି। ହେଲେ ଗତ ଜାନୁୟାରୀ ମାସରୁ ଏହା ସିଧାସଳଖ ଇପିଏଫ୍‌ ଫଣ୍ଡରେ ଜମା ନ କରାଯାଇ ବ୍ୟାଙ୍କରେ ରଖାଯାଉଛି। କେଉଁ କାରଣରୁ ପୌର କର୍ତ୍ତୃପକ୍ଷ ଟଙ୍କା ଇପିଏଫ୍‌ ଫଣ୍ଡରେ ଜମା କରୁନାହାନ୍ତି ସେ ନେଇ କେହି ମୁହଁ ଖୋଲୁ ନ ଥିବା ବେଳେ ଏଣେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିୟମ ଅନୁଯାୟୀ ପ୍ରତି ମାସର ଦରମାରୁ କଟିଥିବା ଇପିଏଫ୍‌ ଅର୍ଥ ପରବର୍ତ୍ତୀ ମାସ ମଧ୍ୟରେ ଜମା ହେବା କଥା। ନଚେତ ଭବିଷ୍ୟନିଧି ବିଭାଗ ପକ୍ଷରୁ ଉକ୍ତ କାର୍ଯ୍ୟାଳୟ ଉପରେ ପେନାଲ ଡ୍ୟାମେଜ ଚାର୍ଜ ଲଗାଯାଇଥାଏ। ଏହାକୁ ଦୃଷ୍ଟିରେ ରଖିଲେ ପୌରପାଳିକା ଉପରେ ୯ ମାସର ପେନାଲ ଡ୍ୟାମେଜ ଚାର୍ଜ ଲାଗିବ। ସ୍ଲାବ ଅନୁଯାୟୀ ଚାର୍ଜ ଲାଗୁ କରାଯାଉଥିବାରୁ ଜରିମାନା ବାବଦରେ ପୌରପାଳିକାକୁ ବହୁ ପରିମାଣର ଅର୍ଥ ଜମା କରିବାକୁ ପଡ଼ିବ। ସେହିପରି ପୌରପାଳିକା ଇପିଏଫ ଟଙ୍କା ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଛି ତାହା


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ବାଣ୍ଟିଲେ ନାହିଁ, ବର୍ଷାପାଣିରେ ଭିଜିଲା ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ

କଣାସ,୮ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଆଦି ଯୋଗାଇ ଦେଉଥିବାବେଳେ ମଧ୍ୟାହ୍ନଭୋଜନ…

ଆସିଲା ବଡ଼ ଅପଡେଟ୍, କେରଳ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ!

ଥିରୁଭାନନ୍ତପୁରମ,୮ା୫: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଆସାମ ଏବଂ ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିଥିବା ବେଳେ, କେରଳରେ କଂଗ୍ରେସ ନେତୃତ୍ୱାଧୀନ…

ଶ୍ୱଶୁରଘର ପିଣ୍ଡାରେ ଝୁଲୁଛି ଜ୍ୱାଇଁଙ୍କ ମୃତଦେହ, ସ୍ତ୍ରୀ-ଝିଅଙ୍କୁ ନେବାକୁ ଆସି…

ବାସୁଦେବପୁର,୮ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତର ରାଉତ ସାହିରେ ଶ୍ୱଶୁର ଘର ପିଣ୍ଡାରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି। ସେ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri