ପୌର ଟିକସ ବୃଦ୍ଧି ଲାଗି ମ୍ୟୁନିସିପାଲ ପ୍ରିମିୟର ଲିଗ୍‌

ଭୁବନେଶ୍ୱର, ୪।୧(ବ୍ୟୁରୋ): ପୌରସଂସ୍ଥା ଗୁଡିକର ରାଜସ୍ବ ବୃଦ୍ଧି ସହିତ ସେଗୁଡିକୁ ଆତ୍ମନିର୍ଭରଶୀଳ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ’ମ୍ୟୁନିସିପାଲ ପ୍ରିମିୟର ଲିଗ୍‌ (ଏମ୍‌ପିଏଲ୍‌) ଆୟୋଜନ ପାଇଁ ସ୍ଥିର ହୋଇଛି। ଅମୃତ ଯୋଜନା ଅନ୍ତର୍ଗତ ସହର ଗୁଡିକରେ କିଭଳି ହୋଲଡିଂ ଟିକସ ଆଦାୟ ସହ ପୌର ରାଜସ୍ବ ବୃଦ୍ଧି ହେବ ସେଥିନେଇ ପଦକ୍ଷେପ ନିଆଯିବ। ଟିକସ ଆଦାୟ କରୁଥିବା ଅଧିକାରୀମାନଙ୍କୁ ପ୍ରେରଣା ଦେବା ଏବଂ ପୌରସଂସ୍ଥାରେ ସେମାନଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ସହିତ ସମଗ୍ର ରାଜ୍ୟରେ ପୌର ଟିକସ ବଢାଇବା ହେଉଛି ଏମ୍‌ପିଏଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି।
ଅମୃତ ସହର ଗୁଡିକରେ ଏମ୍‌ପିଏଲ୍‌ ଆୟୋଜନ ନେଇ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ, ବିଭିନ୍ନ ମହାନଗର ନିଗମର କମିଶନର, ପୌରଂସ୍ଥାର କାର୍ଯ୍ୟକାରୀ ନିର୍ବାହୀ ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ। ପୌର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଆୟୋଜକ କମିଟି ଗଠନ ହୋଇଛି। ଏଥିରେ ୫ ମହାନଗର ଯଥା ବିଏମ୍‌ସି, ସିଏମ୍‌ସି, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁରରର କମିଶନର ଏବଂ ୪ଟି ପୌରସଂସ୍ଥା ଯଥା ପୁରୀ, ବାରିପଦା, ବାଲେଶ୍ୱର ଓ ଭଦ୍ରକର କାର୍ଯ୍ୟକାରୀ ର୍ନିବାହୀ ଅଧିକାରୀମାନେ ରହିଛନ୍ତି। ଆସନ୍ତା ୨୦ରେ ଟିକସ ସଂଗ୍ରହ ଅଧିକାରୀମାନଙ୍କୁ ତାଲିମ ପାଇଁ ଏକ କର୍ମଶାଳାର ଆୟୋଜନ କରାଯିବ । ସେହିପରି ୨୧ରୁ ୯ଟି ଅମୃତ ସହରରେ ଟିକସ ସଂଗ୍ରହ ଆରମ୍ଭ ହେବ। ଏହି ଲିଗ୍‌ ଫେବୃୟାରୀ ପହିଲାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ଏମ୍‌ପିଏଲ୍‌ର ତାଜା ସ୍ଥିତି ଅବଗତି ପାଇଁ ପ୍ରତି ସପ୍ତାହରେ ଆୟୋଜକ କମିଟିର ବୈଠକରେ ବସିବ। ଲିଗ୍‌ ସମାପ୍ତ ପରେ ଟିକସ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସର୍ବାଧିକ ୬୭ଟି ପୁରସ୍କାର ପ୍ରଦାନ କରାଯିବ। ଏହି ଲିଗ୍‌ ପାଇଁ ଏକ ଡାସବୋର୍ଡ ପ୍ରସ୍ତୁତ ହେବ ଏବଂ ଆୟୋଜକ କମିଟିର ତତ୍ୱାବଧାନରେ ପୌରସଂସ୍ଥା ଏବଂ ଟିମ୍‌ ସଦସ୍ୟମାନେ ଏଥିରେ ତଥ୍ୟ ଅପଲୋଡ୍‌ କରିପାରିବେ। ଏଭଳି ପଦକ୍ଷେପ ନଅଟି ଅମୃତ ସହରରେ ଥିବା ପୌରସଂସ୍ଥାର ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଟିକସ ଆଦାୟ ସହ ଜଡିତ ଅଧିକାରୀଙ୍କୁ ପ୍ରୋସତ୍ାହିତ କରିବ। ଏହି ଏମ୍‌ପିଏଲ୍‌ ପାଇଁ ଜନାଗ୍ରହ ଟିମ୍‌ ଗୃହ ଓ ନଗର ଉନ୍ନୟନ ବିଭାଗକୁ ସହାୟତା କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥ୍ରୀ-ଲାଙ୍ଗୁଏଜ୍ ପଲିସି ଉପରେ CBSEର ବଡ଼ ନିଷ୍ପତ୍ତି! ତୃତୀୟ ଭାଷାରେ ଦେବାକୁ ପଡ଼ିବନି…

ନୂଆଦିଲ୍ଲୀ,୨୯।୬: CBSEର ଥ୍ରୀ-ଲାଙ୍ଗୁଏଜ ପଲିସି ସମ୍ପର୍କରେ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନଙ୍କର ଅନେକ ପ୍ରଶ୍ନ ଥିଲା, ଯାହାକୁ ବୋର୍ଡ ଏବେ ସମାଧାନ କରିଛି। ବୋର୍ଡ କହିଛି ଯେ…

ରାଜ୍ୟ ସଭାରେ ପହଞ୍ଚିବା ପରେ, ତରୁଣ ଚୁଗ ସଂସଦର ପାହାଚରେ ମୁଣ୍ଡିଆ ମାରିଲେ

ନୂଆଦିଲ୍ଲୀ,୨୯।୬: ରାଜ୍ୟ ସଭା ଏମପି ଭାବରେ ଶପଥ ନେବା ପୂର୍ବରୁ, ତରୁଣ ଚୁଗ ସଂସଦ ଭବନର ଫାଟକରେ ମୁଣ୍ଡ ନଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାଜପା ତାଙ୍କୁ…

ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା: ପରିବାର ଲୋକଙ୍କ ଆଗରେ ପିଟିପିଟି …

ଭୁବନେଶ୍ୱର,୨୯।୬: ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଛକ ନିକଟରେ ବିଳମ୍ବିତ ରାତିରେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜଣେ ଯୁବକଙ୍କୁ…

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

‘ହର୍ମୁଜକୁ କଣ୍ଟ୍ରୋଲ କରୁଛି ଇରାନୀ ସେନା, କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ,’ ଟ୍ରମ୍ପଙ୍କୁ କଡ଼ା ଭାଷାରେ କହିଲେ ଆରାଘଚି

ତେହରାନ,୨୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ସତ୍ତ୍ୱେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଏପର୍ଯ୍ୟନ୍ତ କମି ନାହିଁ। ଏହି ସମୟରେ, ତେହରାନ ସ୍ପଷ୍ଟ କରିଛି ଯେ…

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ପ୍ରଥମ ଥର ଗଜାନନ ବେଶ ଧାରଣ କଲେ ଶ୍ରୀଜଗନ୍ନାଥ: ନୂତନ ସ୍ନାନମଣ୍ଡପ ପ୍ରତିଷ୍ଠା

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ): ପବିତ୍ର ସ୍ନାନଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଭକ୍ତିଭାବର ସହ ପାଳିତ ହେଉଥିବା ବେଳେ କନ୍ଧମାଳ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri