ପୌର ଟିକସ ବୃଦ୍ଧି ଲାଗି ମ୍ୟୁନିସିପାଲ ପ୍ରିମିୟର ଲିଗ୍‌

ଭୁବନେଶ୍ୱର, ୪।୧(ବ୍ୟୁରୋ): ପୌରସଂସ୍ଥା ଗୁଡିକର ରାଜସ୍ବ ବୃଦ୍ଧି ସହିତ ସେଗୁଡିକୁ ଆତ୍ମନିର୍ଭରଶୀଳ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ’ମ୍ୟୁନିସିପାଲ ପ୍ରିମିୟର ଲିଗ୍‌ (ଏମ୍‌ପିଏଲ୍‌) ଆୟୋଜନ ପାଇଁ ସ୍ଥିର ହୋଇଛି। ଅମୃତ ଯୋଜନା ଅନ୍ତର୍ଗତ ସହର ଗୁଡିକରେ କିଭଳି ହୋଲଡିଂ ଟିକସ ଆଦାୟ ସହ ପୌର ରାଜସ୍ବ ବୃଦ୍ଧି ହେବ ସେଥିନେଇ ପଦକ୍ଷେପ ନିଆଯିବ। ଟିକସ ଆଦାୟ କରୁଥିବା ଅଧିକାରୀମାନଙ୍କୁ ପ୍ରେରଣା ଦେବା ଏବଂ ପୌରସଂସ୍ଥାରେ ସେମାନଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ସହିତ ସମଗ୍ର ରାଜ୍ୟରେ ପୌର ଟିକସ ବଢାଇବା ହେଉଛି ଏମ୍‌ପିଏଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି।
ଅମୃତ ସହର ଗୁଡିକରେ ଏମ୍‌ପିଏଲ୍‌ ଆୟୋଜନ ନେଇ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ, ବିଭିନ୍ନ ମହାନଗର ନିଗମର କମିଶନର, ପୌରଂସ୍ଥାର କାର୍ଯ୍ୟକାରୀ ନିର୍ବାହୀ ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ। ପୌର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଆୟୋଜକ କମିଟି ଗଠନ ହୋଇଛି। ଏଥିରେ ୫ ମହାନଗର ଯଥା ବିଏମ୍‌ସି, ସିଏମ୍‌ସି, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁରରର କମିଶନର ଏବଂ ୪ଟି ପୌରସଂସ୍ଥା ଯଥା ପୁରୀ, ବାରିପଦା, ବାଲେଶ୍ୱର ଓ ଭଦ୍ରକର କାର୍ଯ୍ୟକାରୀ ର୍ନିବାହୀ ଅଧିକାରୀମାନେ ରହିଛନ୍ତି। ଆସନ୍ତା ୨୦ରେ ଟିକସ ସଂଗ୍ରହ ଅଧିକାରୀମାନଙ୍କୁ ତାଲିମ ପାଇଁ ଏକ କର୍ମଶାଳାର ଆୟୋଜନ କରାଯିବ । ସେହିପରି ୨୧ରୁ ୯ଟି ଅମୃତ ସହରରେ ଟିକସ ସଂଗ୍ରହ ଆରମ୍ଭ ହେବ। ଏହି ଲିଗ୍‌ ଫେବୃୟାରୀ ପହିଲାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ଏମ୍‌ପିଏଲ୍‌ର ତାଜା ସ୍ଥିତି ଅବଗତି ପାଇଁ ପ୍ରତି ସପ୍ତାହରେ ଆୟୋଜକ କମିଟିର ବୈଠକରେ ବସିବ। ଲିଗ୍‌ ସମାପ୍ତ ପରେ ଟିକସ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସର୍ବାଧିକ ୬୭ଟି ପୁରସ୍କାର ପ୍ରଦାନ କରାଯିବ। ଏହି ଲିଗ୍‌ ପାଇଁ ଏକ ଡାସବୋର୍ଡ ପ୍ରସ୍ତୁତ ହେବ ଏବଂ ଆୟୋଜକ କମିଟିର ତତ୍ୱାବଧାନରେ ପୌରସଂସ୍ଥା ଏବଂ ଟିମ୍‌ ସଦସ୍ୟମାନେ ଏଥିରେ ତଥ୍ୟ ଅପଲୋଡ୍‌ କରିପାରିବେ। ଏଭଳି ପଦକ୍ଷେପ ନଅଟି ଅମୃତ ସହରରେ ଥିବା ପୌରସଂସ୍ଥାର ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଟିକସ ଆଦାୟ ସହ ଜଡିତ ଅଧିକାରୀଙ୍କୁ ପ୍ରୋସତ୍ାହିତ କରିବ। ଏହି ଏମ୍‌ପିଏଲ୍‌ ପାଇଁ ଜନାଗ୍ରହ ଟିମ୍‌ ଗୃହ ଓ ନଗର ଉନ୍ନୟନ ବିଭାଗକୁ ସହାୟତା କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri