ପୋଲିସକୁ ଚାପୁଡ଼ା ମାରିବାରୁ ଦଫା ୩୦୭

ଭୁବନେଶ୍ୱର,୨୨।୧(ବ୍ୟୁରୋ):ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ଏହାର ଉଦାହରଣ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି। ପୋଲିସ ଚାକିରି କରିଥିବା ଜଣେ ଯୁବତୀଙ୍କୁ ଭଲପାଇ ପ୍ରତାରଣାର ଶିକାର ହୋଇଥିବା ଜଣେ ଯୁବକ କ୍ରୋଧରରେ ତାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ ଯୁବତୀଙ୍କ ଅଭିଯୋଗକ୍ରମେ ଖଣ୍ଡଗିରି ପୋଲିସ ଦଫା ୩୦୭ ଲଗାଇଛି। କିନ୍ତୁ ଲକ୍ଷ୍ମୀସାଗର ଥାନା କଟକ ରୋଡ଼ରେ ପଞ୍ଜାବୀ ଯୁବକ ପରବିନ୍ଦର ପାଲ ସିଂଙ୍କୁ ପୋଲିସ ସମ୍ମୁଖରେ ୭ଜଣ ଯୁବକ ପଥରରେ ମରଣାନ୍ତକ ଆକ୍ରମଣ କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ଏକ ରାଜନୈତିକ ଦଳର ହୋଇଥିବାରୁ ପୋଲିସ ୩୦୭ ଲଗାଇଲା ନାହିଁ। ଏହାକୁ ନେଇ ଏବେ ପୋଲିସର ଅସଲ ଚେହେରା ପଦାରେ ପଡିଛି।
ମିଳିଥିବା ସୂଚନାନୁସାରେ, ଆଶୁତୋଷ ଦାଶ ନାମକ ଜଣେ ଯୁବକଙ୍କ ନାଁରେ କମିଶନରେଟ ପୋଲିସ ଏହି ଦଫା ଲଗାଇଛି। କିନ୍ତୁ ସେ ଅଭିଯୋଗ କରିଛନ୍ତି ୨୦୧୫ରୁ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ଗରିବ ହୋଇଥିବାରୁ ତାଙ୍କୁ ପାଖରେ ରଖି ପାଠପଢ଼ାଇଥିଲେ। ଶେଷରେ ସେମାନେ ଗୋଟିଏ ରୁମ୍‌ରେ ରହୁଥିଲେ। ସେମାନଙ୍କ ବିବାହକୁ ନେଇ ଉଭୟ ପରିବାର ଜାଣିଥିଲେ। କିନ୍ତୁ ଯୁବତୀ ଜଣକ ପୋଲିସ ଚାକିରି ପାଇବା ପରେ ତାଙ୍କଠାରୁ ଦୂରେଇ ଯାଇଥିଲେ। ଯୁବତୀଜଣକ ବିଜୁପଟ୍ଟନାୟକ କଲେଜରେ ଟ୍ରେନିଂ ନେଉଥିବାବେଳେ ସେ ସେଠାରେ ପହଞ୍ଚତ୍ ପୂର୍ବରୁ ତାଙ୍କଠାରୁ ନେଇଥିବା ଗହଣା ଫେରାଇବାକୁ କହିଥିଲେ। କଥାବାର୍ତ୍ତାବେଳେ ଆଶୁତୋଷ ରାଗିଯାଇ ତାଙ୍କୁ ଚାପୁଡା ମାରିଥିଲେ। ଖଣ୍ଡଗିରି ଥାନା ପୋଲିସ କେସ୍‌ ନଂ.୫୦୫/୧୯ ଦଫା ୩୫୪, ୩୫୪(ଡି), ୩୪୧, ୩୨୩, ୩୦୭, ୨୯୪, ୫୦୬, ୩୪ ଏବଂ ଆଇଟି ଆକ୍ଟ ୬୭ ଲଗାଇ କୋର୍ଟ ଚାଲାଣ କରିଥିଲେ। ଜେଲରୁ ବାହାରି ଆଶୁତୋଷ ଡିସିପିଙ୍କୁ ଭେଟି ଗହଣା ଫେରି ପାଇବାକୁ ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri