ପୋଖରୀ ବିଷାକ୍ତ କରୁଛି ଠିକାସଂସ୍ଥା

ବଇଣ୍ଡା,୨୨।୩(ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ଚନ୍ଦନ ପୋଖରୀର କିଛି ଅଂଶ ପୋତିବା ପାଇଁ ଏକ ଠିକାସଂସ୍ଥା ବିଷାକ୍ତ ସାମଗ୍ରୀ ମିଶା ମାଟି ମୋରମ ଆଦି ପକାଉଥିବାରୁ ପାଣି ଦୂଷିତ ହେବା ସହ ଶତାଧିକ ମାଛ ମରି ଭାସୁଛନ୍ତି। ଏ ନେଇ ପୋଖରୀ ଠିକାରେ ନେଇ ମାଛ ଚାଷ କରୁଥିବା ଶରଧାମୁଣ୍ଡା ଗ୍ରାମର ସୁରଥ ପ୍ରଧାନ ବଇଣ୍ଡା ଫାଣ୍ଡିରେ ଶନିବାର ଅଭିଯୋଗ କରିଛନ୍ତି।
ଅଭିଯୋଗରୁ ଜଣାପଡ଼ିଛି, ୫୫ ନଂ. ଜାତୀୟ ରାଜପଥ ୪ ଲେନ୍‌ କରାଯାଉଛି। ବଇଣ୍ଡା ଚନ୍ଦନ ପୋଖରୀ ନିକଟରେ ରାଜପଥ ଯାଇଥିବାରୁ ସମ୍ପ୍ରସାରଣ ପାଇଁ ପୋଖରୀର ୪୦ ପ୍ରତିଶତ ପୋତାଯାଉଛି। ଏଥିପାଇଁ ଏକ ଠିକାସଂସ୍ଥା ପ୍ରକ୍ରିୟା ଆରମ୍ଭ କରିଛି। କିନ୍ତୁ ପକାଯାଉଥିବା ସାମଗ୍ରୀରେ କିଛି ବିଷାକ୍ତ ପଦାର୍ଥ ରହୁଥିବାରୁ ପୋଖରୀ ପାଣି ବିଷାକ୍ତ ହୋଇଯାଉଛି। ସେହିପରି ବଇଣ୍ଡା ଅଞ୍ଚଳରେ କିଛିମାସ ତଳେ କେତେକ ଘର ଭାଙ୍ଗିଥିବାବେଳେ ସେଠାରେ ପଡ଼ିରହିଥିବା ସମସ୍ତ ବିଷାକ୍ତ ସାମଗ୍ରୀ ଚନ୍ଦନ ପୋଖରୀରେ ପକାଯାଉଛି। ଏହାକୁ ଗ୍ରାମବାସୀ ବିରୋଧ କରୁଥିଲେ ମଧ୍ୟ ଠିକାସଂସ୍ଥା ଶୁଣୁ ନ ଥିବା ଅଭିଯୋଗ ହେଉଛି। ଗତ ନଭେମ୍ବର ୨୦୧୯ରେ ଠିକାସଂସ୍ଥା ଏପରି କରୁଥିବା ନେଇ ଥାନାରେ ଅଭିଯୋଗ କରାଯିବାରୁ ସେତେବେଳେ ତାହା ବନ୍ଦ ହୋଇଥିଲା। ତେବେ ପୁନର୍ବାର ଠିକାସଂସ୍ଥା ପକ୍ଷରୁ ବିଷାକ୍ତ ସାମଗ୍ରୀ ପୋଖରୀରେ ପକାଯାଇଛି। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ନୁନୁକାପଶି ସରପଞ୍ଚ ଜଳଧର ସାହୁ କହିଛନ୍ତି, ପୋଖରୀରେ ବିଷାକ୍ତ ସାମଗ୍ରୀ ନ ପକାଇବା ପାଇଁ ଠିକାସଂସ୍ଥାକୁ ପଞ୍ଚାୟତ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରି ଶୀତ ମହୋତ୍ସବ “ତୁଷାର” ୨୦୨୬ ଉଦଘାଟିତ: କଳାହାଣ୍ଡି କଟାପାଙ୍କ ଅଭିନୟ ଦେଖି…

ଜି.ଉଦୟଗିରି, ୩।୨(ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଶ୍ରୀରାମପଦା ସ୍ଥିତ କଳିଙ୍ଗ ମିନି ଷ୍ଟାଡିୟମରେ ୫ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଜି.ଉଦୟଗିରି ଶୀତ ମହୋତ୍ସବ…

ସରକାରୀ ଚାକୀରିଆଙ୍କୁ ୟୁଟ୍ୟୁବରଙ୍କ ଟକ୍କର: ବିବାହରେ ମିଳିଲା ୭୧ ଲକ୍ଷ ଟଙ୍କା, ୨୧ ତୋଳା ସୁନା

ମୁମ୍ବାଇ,୩।୨: ଆଗରୁ ବାହାଘର ପାଇଁ ସରକାରୀ ଚାକିରିଆଙ୍କ ପ୍ରବଳ ଡିମାଣ୍ଡ ଥିଲା। ଏବେ ୟୁଟ୍ୟୁବର ମଧ୍ୟ ଏହି ରେସରେ ସାମିଲ ହୋଇଯାଇଛନ୍ତି। ଜଣେ ଲୋକପ୍ରିୟ ଭାରତୀୟ ୟୁଟ୍ୟୁବରଙ୍କ…

ସାମାନ୍ୟ ବଚସା ପରେ ଧସ୍ତାଧସ୍ତି: ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ମୁଣ୍ଡ ପିଟି…

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଇଣ୍ଡିଆନ ଗ୍ୟାସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ଜଣେ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ…

ଆନ୍ଧ୍ରରେ ବିକ କୋଟିଆ ଶସ୍ୟ: ସୀମାନ୍ତବାସୀଙ୍କୁ ପ୍ରବର୍ତ୍ତାଇଲେ ପଡ଼ୋଶୀ ରାଜ୍ୟ ଅଧିକାରୀ,ଏପଟେ…

ପଟ୍ଟାଙ୍ଗି,୩ା୨(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ସୀମାନ୍ତବାସୀଙ୍କୁ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ପକ୍ଷରୁ ବୈଠକକରି ସଚେତନ କରାଯାଉଛି। ଏଥିରେ ଉକ୍ତ ପଞ୍ଚାୟତର…

ଆମ୍ବ ବିକ୍ରୟ ସଙ୍କଟ ପାଇଁ ଅନିଶ୍ଚିତତାରେ ଚାଷୀ: ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନା କରିବାକୁ…

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାରେ ଆମ୍ବ ବିକ୍ରୟ ସମସ୍ୟାକୁ କେନ୍ଦ୍ର ସରକାର ସ୍ବୀକାର କରିଥିଲେ ମଧ୍ୟ ଦାୟିତ୍ୱ ଗ୍ରହଣରୁ ଏଡାଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି…

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ, ବିଧାୟକ ସିଦ୍ଧାର୍ଥ ମହାପାତ୍ର ଯୋଗ ଦେଇ କହିଲେ…

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲର ୧୩ ତମ ବାର୍ଷିକୋତ୍ସବ ମଙ୍ଗଳବାର ସାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ଅନୁଷ୍ଠିତ: ପଦ୍ମଶ୍ରୀ ପାଇଁ ମନୋନୀତ ନୃତ୍ୟଗୁରୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡଙ୍ଗୀଙ୍କ…

ଭୀଷ୍ମଗିରି ରାମଜୀ ବିଦ୍ୟାଳୟରେ ସାମାଜିକ ସହଭାଗିତା କାର୍ଯ୍ୟକ୍ରମ: ୭୬ ମେଧାବୀଙ୍କୁ ମେଧାବୃତ୍ତି ପ୍ରଦାନ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଫ୍ୟୁଜନ ଫାଇନାନ୍ସ ଲିମିଟେଡ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri