ପୋକତୁଙ୍ଗା ଡମସାହିରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା; ଦୂଷିତ କୂଅ ପାଣି ମୁଖ୍ୟ କାରଣ

ବନ୍ତଳା,୭।୧୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପୋକତୁଙ୍ଗା ଡମସାହିରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ଜିଲା ମୁଖ୍ୟ ଚିକିତ୍ସାଳୟର ଏକ ପ୍ରତିନିଧି ଦଳ ବୁଧବାର ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଓ ପୋକତୁଙ୍ଗା ଗ୍ରାମକୁ ଯାଇ ଆକ୍ରାନ୍ତଙ୍କୁ ଭେଟିଛନ୍ତି। ଏଥିସହ ଝାଡାବାନ୍ତି ବ୍ୟାପିବାର କାରଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ସାହି ମଝିରେ ଥିବା ଏକ ଖୋଲା କୂଅର ଦୂଷିତ ପାଣି ଗ୍ରାମବାସୀ ବ୍ୟବହାର କରୁଥିବାରୁ ଏହା ବ୍ୟାପୁଥିବା ଡାକ୍ତରୀ ଟିମ୍‌ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ମଙ୍ଗଳବାର ୨୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ବୁଧବାର ଆଉ ୬ ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଛବି ବେହେରା (୬୫), ସ୍ବାଧୀନ ବେହେରା(୧୪), ସୁବ୍ରତ ବେହେରା(୧୬), ସାଇ ବେହେରା(୪), ଶିଖା ବେହେରା(୨), ଭରତ ବେହେରା(୮୦)।
ଗ୍ରାମକୁ ଯାଇଥିବା ସ୍ବାସ୍ଥ୍ୟ ଟିମ୍‌ରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ରାକେଶ ସାହୁ, ଏପିଡେମିଓଲୋଜିଷ୍ଟ ଡ. ବିନୋଦ ସାହୁ, ମାଇକ୍ରୋ ବାୟୋଲୋଜିଷ୍ଟ ଡ. ଏସ୍‌. ଏସ୍‌. ତ୍ରିପାଠୀ, ଆଟେଣ୍ଡାଣ୍ଟ ସତ୍ୟରଞ୍ଜନ ଦାଶ, ଜିଲା ସୁପରଭାଇଜର ଋଷି କୁମାର ବେହେରା, ପ୍ରୋଗ୍ରାମ ମ୍ୟାନେଜର ରୋଜାଲିନ ସାହୁ, ପୁରୁଷ ସୁପରଭାଇଜର ସତ୍ୟସୁନ୍ଦର ଦାସ, ଆକାଶ କୁମାର ଦେହୁରୀ, ଏଏନଏମ୍‌ ସଂଯୁକ୍ତା ସାହୁ, ଆଶାକର୍ମୀ ଅସକରା ସାହୁ ପ୍ରମୁଖ ଆକ୍ରାନ୍ତଙ୍କ ଘରକୁ ଯାଇ ଝାଡାବାନ୍ତିର କାରଣ ଅନୁଧ୍ୟାନ କରିଥିଲେ। ସାହି ମଝିରେ ଥିବା ଏକ ଖୋଲା ପାଣି ବ୍ୟବହାର ନ କରିବାକୁ ପ୍ରତିନିଧି ଦଳ ପରାମର୍ଶ ଦେଇଥିଲେ। କୂଅର ଚର୍ତୁଃପାର୍ଶ୍ୱରେ ୫୦ରୁ ଊର୍ଦ୍ଧ୍ୱ ପାଇଖାନା ଓ ୧୦୦ରୁ ଅଧିକ ଆବର୍ଜନା ପାଣି ହାଣ୍ଡି ରହିଛି। ଏଥିସହିତ ଅଧିକାଂଶ ଲୋକେ ପାଇଖାନା ଥାଇ ମଧ୍ୟ ଖୋଲାରେ ଶୌଚ ହେଉଛନ୍ତି। ସେହିପରି ସାହିବାସୀ ପାଣି ସଂଗ୍ରହ ପାଇଁ ବ୍ୟବହୃତ କରୁଥିବା ପାତ୍ର ପରିଷ୍କାର ପରିଚ୍ଛନ୍ନ ରଖୁ ନ ଥିବା ଟିମ୍‌ ଜାଣିବାକୁ ପାଇଥିଲା। ସମସ୍ତ ସାହିବାସୀଙ୍କୁ ଏହି ପ୍ରତିନିଧି ଦଳ ସଚେତନ କରାଇବା ସହିତ ଶୌଚ ପରେ ଓ ଖାଇବା ପୂର୍ବରୁ ହାତକୁ ସାବୁନରେ ଧୋଇବା, ପାଣିରେ ହାଲୋଜେନ ବଟିକା ପକାଇ ବ୍ୟବହାର କରିବା, ତାଜା ଖାଦ୍ୟ ଖାଇବା, କୂଅ ଠାରୁ ବହୁ ଦୂରରେ ଗାଧୋଇବା ଆଦି ବିଷୟରେ ସଚେତନ କରିଥିଲେ। ଏଥିସହିତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଆରଡବ୍ଲ୍ୟୁଏସଏସର ଏକଜ୍ୟୁକୁଟିଭ ଇଞ୍ଜିନିୟରଙ୍କୁ ନଳକୂପର ତୁରନ୍ତ ମରାମତି କରିବା ପାଇଁ ଫୋନ ଯୋଗେ ଜଣାଇଥିଲେ। ଗୁରୁବାର ନଳକୂପ ମରାମତି କରାଯିବ ବୋଲି ଉକ୍ତ ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। ସେହିପରି ସା ୭ଟାରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ଉକ୍ତ ସାହିକୁ ଆସି ସାହିବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିରେ ଡା. ବୀରେନ କୁମାର ସାହୁ, ଫାର୍ମାସିଷ୍ଟ ଛବିନ୍ଦ୍ର କୁମାର ସାମଲ, ସତ୍ୟଜିତ୍‌ ଦେହୁରି, ବରିଷ୍ଠ ସ୍ବାସ୍ଥ୍ୟ ସହାୟକ ଅଶୋକ କୁମାର ତ୍ରିପାଠୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri