ପେପର ମିଲ୍‌ ଉପରେ ୧୫୦୦ କୋଟିର ବକେୟା

ଜୟପୁର,୨୮।୬ : କୋରାପୁଟ ଜିଲା ଜୟପୁର ସ୍ଥିତ ବିଲ୍ଟ ପେପର ମିଲ୍‌ରେ ଲାଗିରହିଥିବା ଅଚଳାବସ୍ଥା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାର ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ପେପର ମିଲ୍‌ ଉପରେ ବିଭିନ୍ନ ବାବଦକୁ ପ୍ରାୟ ୧୫୦୦ କୋଟିର ବକେୟା ପଡ଼ିଛି। ଏଥିରେ ୪୫ କୋଟିରୁ ଅଧିକ ବିଦ୍ୟୁତ ବିଲ୍‌, ୬୨୩ କୋଟିରୁ ଅଧିକ ଜଳକର, କର୍ମଚାରୀଙ୍କ ଦରମା, ୧୫ କୋଟିରୁ ଅଧିକ କଞ୍ଚାମାଲ, କେମିକାଲ ବକେୟା ପଡ଼ିଛି। ସେହିପରି ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କ ଋଣ ମଧ୍ୟ ରହିଛି। ଫଳରେ ମିଲ୍‌ର ଭବିଷ୍ୟତ ନେଇ କର୍ମଚାରୀ ସନ୍ଦେହରେ ରହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୧୩ ଜୁଲାଇ ୨୦୧୮ରେ ବିଲ୍ଟ ପେପର ମିଲ୍‌ ବନ୍ଦ ହୋଇଥିବା ବେଳେ ଏହାର ୩ ମାସ ପରେ ମିଲ୍‌ କାର୍ଯ୍ୟକ୍ଷମ ହୋଇଥିଲା। ଗତ ୨୦ ଏପ୍ରିଲରୁ ପେପର ମିଲ୍‌ରେ ପୁଣି ଉତ୍ପାଦନ ବନ୍ଦ ରହିଛି। କାରଖାନାରେ ୪୫୦ ସ୍ଥାୟୀ, ୭ ଶହ ଅସ୍ଥାୟୀ, ୨ ଶହ ଅଫିସର ନିୟୋଜିତ ଥିବାବେଳେ ଏମାନଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାରରୁ ଅଧିକ ଲୋକ ଏହା ଉପରେ ପେଟ ପାଟଣା ପାଇଁ ନିର୍ଭର କରନ୍ତି। ୨୦୧୯ ଫେବୃୟାରୀରୁ କର୍ମଚାରୀଙ୍କୁ ଦରମା ମିଳି ନଥିବା ବେଳେ ଜିଲାପାଳଙ୍କ ହସ୍ତକ୍ଷେପ ପରେ ମେ ମାସରେ ଫେବୃୟାରୀ ମାସର ଗୋଟିଏ ଦରମା ମିଳିଥିଲା। କିନ୍ତୁ ଗତ ମାର୍ଚ୍ଚରୁ ଶ୍ରମିକମାନଙ୍କ ଆଉ ଦରମା ମିଳିନାହିଁ। ଓଭର ଟାଇମ କାମ କରୁଥିବା ଶ୍ରମିକମାନେ ମଧ୍ୟ ୪ ମାସ ହେବ ପାଉଣା ପାଇନାହାନ୍ତି। ଗତ ଏପ୍ରିଲରେ ମିଲ୍‌ର ୪ଟି ସ୍ଥାୟୀ ୟୁନିୟନ ଏଥିପାଇଁ କୋରାପୁଟ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଅଚଳାବସ୍ଥା ଦୂର କରିବା ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନିଜ କାର୍ଯ୍ୟାଳୟରେ ଗତ ୬ ମେରେ ବିଲ୍ଟ କର୍ତ୍ତୃପକ୍ଷ, ଜିଲା ଶ୍ରମ ଅଧିକାରୀ, ଶ୍ରମିକ ପ୍ରତିନିଧିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ବିଲ୍ଟ ପକ୍ଷରୁ ୟୁନିଟ୍‌ ହେଡ୍‌, ଏଚ୍‌ଆର୍‌ ଡିଜିଏମ୍‌ ଯୋଗଦେଇ କହିଥିଲେ ଯେ ମ୍ୟାନେଜମେଣ୍ଟ ପ୍ରତିମାସରେ କ୍ଷତି ସହୁଥିବା ବେଳେ ରାଜ୍ୟ ସରକାର ୨୦୧୭ରେ କାରଖାନା ପୁନଃ କାର୍ଯ୍ୟକ୍ଷମ ହେବା ବେଳେ କମ୍ପାନିକୁ କେତେକ କ୍ଷେତ୍ରରେ ରିହାତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଯାହା କାର୍ଯ୍ୟକାରୀ କରିନାହାନ୍ତି। ଜଳ କର, ବିଦ୍ୟୁତ ଦେୟ ଆଗରୁ ରହିଛି। କୋଇଲା ଓ କଞ୍ଚାମାଲ ମିଳୁନାହିଁ। ପୁରୁଣା ଯନ୍ତ୍ରପାତି ବଦଳାଇବା ପାଇଁ ପାଣ୍ଠିର ଆବଶ୍ୟକତା ରହିଥିବା ନେଇ ବୈଠକରେ ମ୍ୟାନେଜମେଣ୍ଟ ନିଜ ପକ୍ଷ ରଖିବା ସହ ଏ ଦିଗରେ ଜିଲାପାଳଙ୍କ ସହାୟତା ଲୋଡ଼ିଥିଲା। ନୂତନ ସରକାର ଗଠନ ପରେ ରିହାତି ପାଇଁ ଆବେଦନ କରିବା ପାଇଁ ସେତେବେଳେ ମ୍ୟାନେଜମେଣ୍ଟକୁ ପରାମର୍ଶ ଦେଇଥିଲେ ଜିଲାପାଳ। ଅନ୍ୟପକ୍ଷରେ ୟୁନିୟନ ପ୍ରତିନିଧିମାନେ କହିଛନ୍ତି, ଆବଶ୍ୟକ କଞ୍ଚାମାଲ ଓ କେମିକାଲ, ମରାମତି ପାଇଁ ଯନ୍ତ୍ରାଂଶ ଯୋଗାଡ଼ କଲେ ମିଲ୍‌ ନିର୍ଦ୍ଧାରିତ ୫୫୫୦ ଟନ୍‌ରୁ ଅଧିକ ଉତ୍ପାଦନ କରିପାରିବ। ମ୍ୟାନେଜମେଣ୍ଟ ୬ ମାସ ନିରନ୍ତର କାରଖାନା ଚଳାଇବା ପାଇଁ ଲକ୍ଷ୍ୟ ରଖି କାମ କଲେ ଲାଭକ୍ଷତି ଜଣାପଡ଼ିବ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଦରମା ନଥିବା ଯୋଗୁ ଏବେ ନାମଲେଖା ଋତୁ ଚାଲିଥିବା ବେଳେ କର୍ମଚାରୀଙ୍କ ପିଲା ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ଅଭାବ ଅନଟନରେ ପରିବାର ଚାଲିଥିବା ବିଲ୍ଟ ସେବା ପେପର ମିଲ ଏମ୍ଲୋୟର୍ସ ୟୁନିୟନର ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି କହିଛନ୍ତି। ଏପରିକି ଅବସର ନେଇଥିବା କର୍ମଚାରୀ ମଧ୍ୟ ୨ ବର୍ଷ ହେବ ବକେୟା ପାଇନାହାନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରିବା ଲାଗି ଦାବି ହୋଇଛି।

ପବନ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

୩ ସନ୍ତାନର କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟଙ୍କ ଜନ୍ମଦିନ ପାର୍ଟି ଅପ୍ରତ୍ୟାଶିତ ଭାବରେ ପରିଣତ ହେଲା ନିର୍ବନ୍ଧ ଉତ୍ସବରେ; ଆଶ୍ଚର୍ଯ୍ୟ ହୋଇଗଲେ ଉସେନ ବୋଲ୍ଟଙ୍କ ମଙ୍ଗେତର

ନୂଆଦିଲ୍ଲୀ,୨୭।୮: କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟ ଉସେନ ବୋଲ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଜାମାଇକାରେ ତାଙ୍କ 40ତମ ଜନ୍ମଦିନ ପାଳନ ସମୟରେ ତାଙ୍କ ପ୍ରେମିକା କାସି…

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ।…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ପୁଣି ଆସିବ ପ୍ରଳୟ! ଶେଷ ହୋଇନି ନେପାଳବାସୀଙ୍କ ଦୁର୍ଦ୍ଦଶା, ବଡ଼ ଆକଳନ କଲେଣି ବିଶେଷଜ୍ଞ

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଛି; ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ଜୀବନ ଯାଇଛି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri