Posted inଜାତୀୟ

ପୃଥିବୀର ୮୦ ପ୍ରତିଶତ ଲୋକ ଖାଉଛନ୍ତି କୀଟପତଙ୍ଗ: ଭାରତରେ ଶହେ ପ୍ରଜାତି ଖାଦ୍ୟ ଯୋଗ୍ୟ

ଆଲମୋରା,୭।୧୧: ଆଗାମୀ ଦିନରେ ପୃଥିବୀରେ ଖାଦ୍ୟ ସଙ୍କଟ ଦେଖାଯିବ। ଏପରିସ୍ଥଳେ କୀଟପତଙ୍ଗକୁ ଖାଦ୍ୟ ଭାବେ ବ୍ୟବହାର କରାଗଲେ ଏହି ସମସ୍ୟାର ସହଜରେ ସମାଧାନ ହୋଇପାରିବ। ସମ୍ପ୍ରତି ପୃଥିବୀର ୮୦ ପ୍ରତିଶତ ଲୋକ କୀଟପତଙ୍ଗକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି। ତେବେ ଅବଶିଷ୍ଟ ୨୦ ପ୍ରତିଶତ ଲୋକ ଏଭଳି କରୁ ନ ଥିବା ଉତ୍ତରାଖଣ୍ଡର ଆଲମୋରା ସ୍ଥିତ ଜି.ବି. ପନ୍ଥ ଜାତୀୟ ହିମାଳୟ ପରିବେଶ ସଂରକ୍ଷଣ ଏବଂ ବିକାଶ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଭାରତର ଉତ୍ତର ପୂର୍ବ ରାଜ୍ୟ ମଧ୍ୟରେ ମଣିପୁର, ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ବଜାରରେ କୀଟପତଙ୍ଗ ବିକ୍ରି ହୋଇଥାଏ। ଏସବୁରେ ଉଚ୍ଚକୋଟୀର ପୋଷକ ତତ୍ତ୍ୱ ରହିଥାଏ। ସେହିପରି କେରଳ, ତାମିଲନାଡୁ, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ମଧ୍ୟ କେତେକ କୀଟପତଙ୍ଗକୁ ଖାଦ୍ୟ ଭାବେ ବ୍ୟବହାର କରାଯାଇଥାଏ। ଭାରତରେ ଶହେରୁ ଅଧିକ ପ୍ରଜାତିର କୀଟପତଙ୍ଗକୁ ଲୋକେ ଖାଇଥାନ୍ତି। ଚାଇନା, ଜାପାନ, ଥାଇଲାଣ୍ଡ, ମ୍ୟାନ୍‌ମାର୍‌ ଏବଂ ଆମେରିକା ସହିତ ୟୁରୋପ, ଆଫ୍ରିକାରେ ମଧ୍ୟ କୀଟପତଙ୍ଗକୁ ଖାଦ୍ୟ ରୂପେ ବ୍ୟବହୃତ କରାଯାଇଥାଏ। ତେଣୁ କୀଟପତଙ୍ଗ ପ୍ରଜାତି ସଂରକ୍ଷଣ କରିବା ଆବଶ୍ୟକ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ଇତିମଧ୍ୟରେ ପୃଥିବୀରୁ ଖାଦ୍ୟ ଯୋଗ୍ୟ ୪୩୯ ପ୍ରଜାତିର କୀଟପତଙ୍ଗ ଲୋପ ପାଇଯାଇଛନ୍ତି। ସାରା ପୃଥିବୀରେ ୧୫ ଶହରୁ ଅଧିକ ପ୍ରଜାତିର କୀଟପତଙ୍ଗକୁ ଲୋକେ ପାରମ୍ପରିକ ଖାଦ୍ୟ ଭାବେ ଗ୍ରହଣ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri