ପୁରୁଣା ଟଙ୍କା ଧରି ଜିଲା କାର୍ଯ୍ୟାଳୟରେ ଭିନ୍ନକ୍ଷମ  

ଅନୁଗୋଳ ଅଫିସ, ୮।୬- ସୋସିଆଲ ମିଡିଆରେ ବୁଲୁଥିବା ଏକ ଗୁଜବକୁ ଜାଣି ନ ପାରି ଅଧିକ ଅର୍ଥ ପାଇବା ଆଶାରେ ଅନୁଗୋଳ ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ସୋମବାର ଧାଇଁ ଆସିଥିବା ବଅଁରପାଳ ବ୍ଲକ କୁଶପଙ୍ଗି ଗାଁର ଭିନ୍ନକ୍ଷମ ଅରବିନ୍ଦ ନାଏକ(୪୮)ଙ୍କୁ ଶେଷରେ ତାଙ୍କର ପୁରୁଣା ନୋଟ୍‌ ଓ କଏନ୍‌ ସହ ଘରକୁ ଫେରିବାକୁ ପଡ଼ିଛି। ପୁରୁଣା ନୋଟ୍‌ ବଦଳରେ ଅଧିକ ଅର୍ଥ ମିଳିବା ସମ୍ପୂର୍ଣ୍ଣ ମିଥ୍ୟା ଓ ଏହା ଏକ ଗୁଜବ ବୋଲି ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ବିଶ୍ୱାସ ଦେଇଥିବା ଅରବିନ୍ଦ କହିଛନ୍ତି।
ଅରବିନ୍ଦଙ୍କ କହିବା ଅନୁଯାୟୀ, ବୁଢ଼ୀ ମା’ ସହ ୫ ବର୍ଷର ଦୁଇ ଯାଆଁଳା ଶିଶୁପୁତ୍ରଙ୍କୁ ନେଇ ତାଙ୍କ ପରିବାର। କେବଳ ଭିନ୍ନକ୍ଷମ ଭତ୍ତା ଓ ରାଶନ ସାମଗ୍ରୀ ଛଡ଼ା ଅନ୍ୟ କିଛି ସରକାରୀ ସହାୟତା ମିଳୁନାହିଁ। ଫଳରେ ଅତି ଦୟନୀୟ ଅବସ୍ଥାରେ ସେ ପରିବାର ଚଳାଉଛନ୍ତି। ପୁରୁଣା ନୋଟ୍‌ ଓ କଏନ ଦେଲେ ଅଧିକ ଅର୍ଥ ମିଳୁଥିବା ସମ୍ପର୍କରେ ସେ ସୋସିଆଲ ମିଡିଆରୁ ଜାଣିବା ପରେ ମନରେ ଉତ୍ସାହ ଆସିଥିଲା। ଫଳରେ ଘରେ ଥିବା କିଛି ପୁରୁଣା ନୋଟ୍‌ ଓ କଏନ ଧରି ସେ ବହୁ ଆଶାରେ କୁଶପଙ୍ଗିରୁ ଜିଲା କାର୍ଯ୍ୟାଳୟକୁ ଧାଇଁ ଆସିଥିଲେ। ଏପରି କି ଜିଲାପାଳଙ୍କୁ ମଧ୍ୟ ଭେଟିଥିଲେ। ହେଲେ ପ୍ରଶାସନିକ ଅଧିକାରୀମାନେ ଏହା ଏକ ଗୁଜବ ବୋଲି ତାଙ୍କୁ ବିଶ୍ୱାସ ଦେବା ସହ ଆର୍‌ବିଆଇରେ ପୁରୁଣା ଟଙ୍କା ବଦଳାଇବାକୁ ପରାମର୍ଶ ଦେଇଥିଲେ। ହେଲେ ଏତେବାଟ ଯିବାକୁ ସକ୍ଷମ ନୁହନ୍ତି ବୋଲି କହି ଘରକୁ ଫେରି ଯାଉଥିବା ଅରବିନ୍ଦ ପ୍ରକାଶ କରିଛନ୍ତି। ଭିନ୍ନକ୍ଷମ ଅରବିନ୍ଦଙ୍କ ଅନ୍ୟ ସମସ୍ୟା ସମ୍ପର୍କରେ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ଅରବିନ୍ଦ ଏ ନେଇ ପ୍ରଶାସନକୁ ଅଭିଯୋଗ କଲେ କିଛି ବ୍ୟବସ୍ଥା କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri