ପୁରୀ ନାବାଳିକା ଗଣବଳାତ୍କାର ମାମଲା: ତୃତୀୟ ଅଭିଯୁକ୍ତ ରାମଚନ୍ଦ୍ର ଗିରଫ

ପୁରୀ ଅଫିସ, ୭।୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ କୁମ୍ଭାରପଡ଼ା ପୋଲିସ ଶୁକ୍ରବାର ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣାନୁଆଗଁ। ଆଳିଆପୁଟୁ ଗ୍ରାମର ରାମଚନ୍ଦ୍ର ପ୍ରଧାନ(୩୨)। କୌଣସି ସୁତ୍ରରୁ ଖବରପାଇ ପୋଲିସ ଶୁକ୍ରବାର ଭୋର ସମୟରେ ଉକ୍ତ ଗ୍ରାମରେ ଚଢ଼ାଉ କରି ତାଙ୍କୁ ଧରିଥିଲା। ବଳାତ୍କାର ଘଟଣାରେ ଜଡ଼ିତ ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ୍‌ ଦାଖଲ କରାଯିବ। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି। ଏନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ତାର ତଦନ୍ତ ଜାରି ରଖିଛି। ପୀଡିତା ଯେପରି ନ୍ୟାୟ ପାଇବେ ସେଥିଲାଗି ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ଚାଲିଛି ବୋଲି ଏସ୍‌ପି କହିଥିଲେ।
ଅନ୍ୟପଟେ ଅଭିଯୁକ୍ତମାନେ ବ୍ୟବହାର କରିଥିବା କାରକୁ ନେଇ ସାଧାରଣରେ ଉତ୍କଣ୍ଠା ବଢୁଛି। ପୀଡିତାଙ୍କ ବୟାନଙ୍କ ଅନୁଯାୟୀ ସେ ନିମାପଡାରୁ ପୁରୀ ପୋଲିସ କ୍ୱାର୍ଟର୍ସରକୁ ଆସିଥିବା କାରକ ନେଇ ବିବାଦ ଘେରରେ ରହିଛି ପୁରୀ ପୋଲିସ। ବ୍ୟାବହୃତ କାର ଟି କାହାର ଏବଂ ଏହା କେଉଁଠି ଅଛି, ସେ ସମ୍ପର୍କରେ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପ୍ରଦାନ କରିନାହିଁ। ଘଟଣା ଦିନ ବିଳମ୍ବିତ ରାତିରେ ଗିରଫ ବହିଷ୍କୃତ କନଷ୍ଟେବଲ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କ ଠାରୁ ଗୋଟିଏ ବାଇକ ଓ ସ୍କୁଟି ଜବତ କରାଯାଇଥିବା ନେଇ ମଙ୍ଗଳବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଡିଆଇଜି ଆଶିଷ କୁମାର ସିଂ ସୂଚନା ଦେଇଥିଲେ। ତେବେ ପୀଡିତାଙ୍କ ବୟାନ ଏବଂ ପୋଲିସର ସୂଚନାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଅନ୍ୟପଟେ ଗିରଫ ବହିଷ୍କୃତ କନଷ୍ଟେବଳଙ୍କ ଦ୍ୱିତୀୟ ସ୍ତ୍ରୀ ଗଣବଳତ୍କାର ହୋଇଥିବା ସଂପୃକ୍ତ ପୋଲିସ କ୍ୱାର୍ଟର୍ସରେ ଜିତେନ୍ଦ୍ର ସେକ୍ସ ର଼୍ୟାକେଟ ଚଳାଇ ଆସୁଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏ ନେଇ ଏସ୍‌ପିଙ୍କୁ ପଚାରିବାରେ ସେ ଏହାକୁ ଏଡାଇଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri