ପୁରୀ ଇନ୍ଦିରା ଭବନରେ ରକ୍ତାକ୍ତ ସଂଘର୍ଷ

ପୁରୀ ଅଫିସ, ୧୮।୨: ପଦାରେ ପଡ଼ିଲା ପୁରୀ ଜିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ। ଜିଲା ଦଳୀୟ କାର୍ଯ୍ୟାଳୟ ଇନ୍ଦିରା ଭବନ ପାଲଟିଲା ରଣକ୍ଷେତ୍ର। ପ୍ରଦେଶ କଂଗ୍ରେସ କମିଟି ନେତାଙ୍କ ଆଗରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଲା ରକ୍ତାକ୍ତ ସଂଘର୍ଷ। ଏଥିରେ ୩ଜଣ କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଯୁବନେତା ଆଲୋକ ଦାଶ, ଛାତ୍ରନେତା ଆଶୁତୋଷ ମିଶ୍ର ଏବଂ ସ୍ବପ୍ନଜିତ ରାୟ। ଆଶୁତୋଷଙ୍କ
ଅବସ୍ଥା ସଙ୍କଟାପନ୍ନ ରହିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ପୁରୀର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କୁମ୍ଭାରପଡ଼ା ପୋଲିସ ପହଞ୍ଚତ୍ ଘଟଣାସ୍ଥଳରୁ ଜଣକୁ କାବୁ କରିଛି। ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ କାଦୁଅ ଫିଙ୍ଗାଫିଙ୍ଗି କରୁଛନ୍ତି। ଏହି ଆକ୍ରମଣ ପଛରେ କେତେଜଣ କଂଗ୍ରେସ ନେତାଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ଜୋର୍‌ ଧରିଛି। ଏ ନେଇ କୁମ୍ଭାରପଡ଼ା ଥାନାଧିକାରୀ କୁଳମଣି ସେଠୀ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ଜଣଙ୍କୁ ଘଟଣାସ୍ଥଳରୁ ଧରାଯାଇଛି। ତାଙ୍କଠାରୁ ଏକ ମାରଣାସ୍ତ୍ର ଜବତ କରାଯାଇଛି।
ସୂଚନା ଅନୁଯାୟୀ, ପୁରୀ ଜିଲାର ସାଙ୍ଗଠନିକ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଲାଗି ସୋମବାର ଇନ୍ଦିରା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେବାକୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମ୍ପାଦକ ରୁଦ୍ର ରାଜୁ, ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ପ୍ରମୁଖ ଶ୍ରୀମନ୍ଦିର ଦର୍ଶନ ସାରି ଶୋଭାଯାତ୍ରାରେ ଆସୁଥିଲେ। ସେମାନେ ଇନ୍ଦିରା ଭବନରେ ପ୍ରବେଶ କରିବା ସମୟରେ ହଠାତ୍‌ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ସେମାନେ ଖଣ୍ଡା, କଟୁରି, ଛୁରି, ମାରଣାସ୍ତ୍ର, ଲୁହା ରଡ୍‌ ଧରି ପରସ୍ପର ଉପରେ ଆକ୍ରମଣ କରିଥିଲେ। କଂଗ୍ରେସର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ କେତେଜଣ ଯୁବକ ଫିଲ୍ମ ଷ୍ଟାଇଲରେ ମାରଣାସ୍ତ୍ର ଧରି ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ଇନ୍ଦିରା ଭବନ ପାଲଟିଥିଲା ରଣକ୍ଷେତ୍ର। ପରେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ।
ଏ ସମ୍ପର୍କରେ ଆହତ ହୋଇଥିବା ଆଲୋକ କହିଛନ୍ତି, ଏହା ଏକ ପ୍ରାୟୋଜିତ ଘଟଣା ଥିଲା। ଶୋଭାଯାତ୍ରା ପହଞ୍ଚତ୍ବା ପୂର୍ବରୁ କେତେଜଣ ଯୁବକ ମିଶି ଜଣେ ଯୁବକଙ୍କୁ ମାରପିଟ୍‌ କରୁଥିଲେ। ମୁଁ ତାଙ୍କୁ ଏଥିରୁ ନିବୃତ୍ତ କରୁଥିବାବେଳେ ହଠାତ୍‌ କେତେଜଣ ଯୁବକ ସଂଘବଦ୍ଧ ଭାବେ ମୋତେ ଆକ୍ରମଣ କରିଥିଲେ। ଏହି ସମୟରେ ଆଶୁତୋଷ ଓ ସ୍ବପ୍ନଜିତ ଆସିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କେତେଜଣ କଂଗ୍ରେସ କର୍ମୀଙ୍କ ହାତ ଥିବା ସମ୍ପର୍କରେ ସେ କିନ୍ତୁ କିଛି କହି ନ ଥିଲେ। ଏ ସମ୍ପର୍କରେ ପିସିସି ମୁଖପାତ୍ର ବିନାୟକ ଦାସ ମହାପାତ୍ର କହିଛନ୍ତି, ଏହି ଘଟଣାକୁ ଜିଲା କଂଗ୍ରେସ ଦୃଢ ନିନ୍ଦା କରୁଛି। ଏ ନେଇ ମଙ୍ଗଳବାର ଏସ୍‌ପିଙ୍କ ସହ ଆଲୋଚନା କରାଯିବ। ଆକ୍ରମଣକାରୀମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ଲାଗି ଦାବି କରାଯିବ।

ଶୃଙ୍ଖଳା କମିଟି ଗଠନ କରାଯାଇ ତଦନ୍ତ ହେବ: ପିସିସି ସଭାପତି
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହା ଏକ ନିନ୍ଦନୀୟ ଘଟଣା। କେଉଁ କାରଣରୁ ଏହି ଘଟଣା ଘଟିଲା, ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ନୁହଁ। ଏଥିରେ କଂଗ୍ରେସର କୌଣସି ନେତାଙ୍କ ସମ୍ପୃୃକ୍ତି ରହିଛି କି ନାହିଁ, ତାହାର ତଦନ୍ତ କରାଯିବ। ଏନେଇ ଏକ ଶୃଙ୍ଖଳା କମିଟି ଗଠନ କରାଯିବ। କମିଟି ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଂଗ୍ରେସ ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳକୁ ପିସିସି ସଭାପତି ପଟ୍ଟନାୟକ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଅତୀତର ଭୁଲକୁ ସୁଧାରିବା ଲାଗି ପ୍ରୟାସ ଚାଲିଛି। ଜିଲା ଓ ପ୍ରଦେଶ ସ୍ତରରେ ନେତାଙ୍କ ମନୋଭାବ ପରିବର୍ତ୍ତନ ନ ହେଲେ କଂଗ୍ରେସର ବିକାଶ ଅସମ୍ଭବ।

ନିଶାଖୋରଙ୍କ ଆଡ୍ଡାସ୍ଥଳୀ
ଭିଆଇପି ରୋଡରେ ରହିଛି ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନ। ଏହା ଏକ ନିଛାଟିଆ ସ୍ଥାନରେ ଥିବାରୁ ଏବେ ସନ୍ଧ୍ୟାଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଭବନ ନିକଟରେ ନିଶାଖୋରଙ୍କ ଆଡ୍ଡା ଜମୁଛି ବୋଲି କେତେଜଣ ଦଳୀୟ କର୍ମୀ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ଅନ୍ୟପଟେ ଆକ୍ରମଣର ଶିକାର ଛାତ୍ରନେତା ଆଶୁତୋଷ ଥାନାରେ ଦେଇଥିବା ଅଭିଯୋଗରେ ମଧ୍ୟ ଏହା ଦର୍ଶାଇଛନ୍ତି।
ଜିଲା କାର୍ଯ୍ୟାଳୟ ଅକ୍ତିଆରକୁ ନେଇ ଛକାପଞ୍ଝା
ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟ ହାତେଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେଲା ଛକାପଞ୍ଝା ଲାଗି ରହିଛି। ପୂର୍ବରୁ ଅନେକ ଥର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗୋଟିଏ ଗୋଷ୍ଠୀ ହାତରେ ଦୀର୍ଘ ଦିନ ଧରି ଏହି କାର୍ଯ୍ୟାଳୟ ରହିଥିବାରୁ ଅନ୍ୟ ଗୋଷ୍ଠୀ ଏହାକୁ ହାତେଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।
ପଦାରେ ପଡ଼ିଲା ଦଳର ଫାଟ
ଗତ ସାଧାରଣ ନିର୍ବାଚନକୁ ନେଇ ପିସିସି ନିଷ୍ପତ୍ତିି ଉପରେ ଗୋଟିଏ ଗୋଷ୍ଠୀ ଅସନ୍ତୁୁଷ୍ଟ ଥିଲେ। ନିର୍ବାଚନ ସମୟରେ ମଧ୍ୟ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ବର୍ତ୍ତମାନର ଆକ୍ରମଣ ଘଟଣା ପରେ ଜିଲା କଂଗ୍ରେସ ଦୁଇ ଫାଳ ହୋଇଯାଇଥିବା କୁହାଯାଉଛି।
ସାମିଲ ହୋଇଥିଲେ ଅସାମାଜିକ ଯୁବକ
କଂଗ୍ରେସ କର୍ମୀଙ୍କ ଆଳରେ କେତେଜଣ ଅସାମାଜିକ ଯୁବକଙ୍କୁ ଏହି ସମାବେଶରେ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି। ଗୋଟିଏ ଗୋଷ୍ଠୀ ନିଜ ପତିଆରା ଜାହିର କରିବା ଲାଗି ଏପରି ଯୋଜନା କରିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ବୋଲି କେତେଜଣ କର୍ମୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri