ପୁରାତନ ମୂର୍ତ୍ତି ସଂରକ୍ଷଣ ପ୍ରତି ଏଏସ୍‌ଆଇର ନିଘା ନାହିଁ: ଭଙ୍ଗା ଗୋଇଠିରେ ଯମୁନା ମୂର୍ତ୍ତି

ପୁରୀ ଅଫିସ,୧୨।୧୨: ଶ୍ରୀମନ୍ଦିର ଏକ ପୁରାତନ କୀର୍ତ୍ତିରାଜି। ଏହାର ପ୍ରତିଟି ଅଂଶରେ ଐତିହ୍ୟ ଭରି ରହିଛି। ଏହା ପରିସରସ୍ଥ କୌଣସି ମନ୍ଦିର ହେଉ ଅବା ମୂର୍ତ୍ତିର ସୁରକ୍ଷା ଏବଂ ସଂରକ୍ଷଣ ଜରୁରୀ। ହେଲେ ଏହି ଦାୟିତ୍ୱରେ ଥିବା ଏଏସ୍‌ଆଇ ଅନେକ ସମୟରେ ଅବହେଳା କରୁଛି। ଫଳରେ ଅନେକ ମୂର୍ତ୍ତି ଭଗ୍ନ ଅବସ୍ଥାରେ ଥିଲେ ମଧ୍ୟ ତାହାର ସଂରକ୍ଷଣ କରାଯାଉ ନାହିଁ। ଏମିତି କି ଅନେକ ଜାଗାରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପଥର ନଷ୍ଟ ହେଉଥିଲେ ମଧ୍ୟ ସେଠାରେ ସାଦା ପଥର ବସାଯାଉଛି। ବାଇଶପାହାଚ ଉପର ଗୁମୁଟରେ ଥିବା ଯମୁନା ମୂର୍ତ୍ତିର ଗୋଇଠି ଭାଙ୍ଗି ଅସୁନ୍ଦର ଲାଗୁଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ଫଳରେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଐତିହ୍ୟପ୍ରେମୀ।
ଶ୍ରୀମନ୍ଦିର ପରିସରରେ ବହୁ ମନ୍ଦିର ଅଛି। ଏଥିରେ ବିଭିନ୍ନ ଦେବଦେବୀ ଉପାସିତ ହେଉଛନ୍ତି। ଏହାବ୍ୟତୀତ ପାର୍ଶ୍ୱ ଦେବଦେବୀ ବି ରହିଛନ୍ତି। ଗୁମୁଟ ହେଉ କି ମେଘନାଦ ପାଚେରି ସବୁଠି ଭରି ରହିଛି ଐତିହ୍ୟ କୀର୍ତ୍ତିରାଜି। ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ ଶ୍ରଦ୍ଧାଳୁଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ହେଲେ ଧୀରେ ଧୀରେ ଅନେକ ମୂର୍ତ୍ତି ଭାଙ୍ଗିରୁଜି ନଷ୍ଟ ହେଉଥିଲେ ମଧ୍ୟ ଏହାର ସଂରକ୍ଷଣ କରାଯାଉ ନାହିଁ। ଠିକଣା ସମୟରେ ମରାମତି ହେଲେ ମୂର୍ତ୍ତିର ସୁରକ୍ଷା ଓ ସଂରକ୍ଷଣ କରାଯାଇପାରନ୍ତା। ମାତ୍ର ଦାୟିତ୍ୱରେ ଥିବା ଏଏସ୍‌ଆଇର ଅବହେଳା ଯୋଗୁ ଅନେକ ନଷ୍ଟ ହୋଇଯାଉଛି। ଯେମିତି ନଷ୍ଟ ହେବାକୁ ବସିଛି ବାଇଶପାହାଚ ଉପର ଗୁମୁଟରେ ଥିବା ଯମୁନା ମୂର୍ତ୍ତି। ଗୁମୁଟର ଦୁଇ ପାର୍ଶ୍ୱ ସ୍ତମ୍ଭରେ ମଗର ଓ କଚ୍ଛପ ବାହନରେ ଦଣ୍ଡାୟମାନ କରିଛନ୍ତି ଗଙ୍ଗା ଏବଂ ଯମୁନା ମୂର୍ତ୍ତି। ଏହି ପ୍ରସ୍ତର ମୂର୍ତ୍ତି ଦ୍ୱୟର ଉଚ୍ଚତା ପ୍ରାୟ ୩ ଫୁଟ ଲେଖାଏ ହେବ। ମୂର୍ତ୍ତି ଦ୍ୱୟ ଅତ୍ୟନ୍ତ କମନୀୟ ଓ ଅତି ପାଖରୁ ଦୃଶ୍ୟମାନ ହୋଇଥାଏ। ଏହା ଓଡ଼ିଶୀ ପାରମ୍ପରିକ ଶୈଳୀରେ ନିର୍ମିତ। ଏମାନଙ୍କ ମଧ୍ୟରୁ ଯମୁନା ମୂର୍ତ୍ତିର ଭଙ୍ଗୀରେ ଥିବା ଦକ୍ଷିଣ ପାଦର ଗୋଇଠି ଭାଙ୍ଗିଯାଇଛି। ଆଘାତଜନିତ ହେଉ ଅବା ଅନ୍ୟ କୌଣସି କାରଣରୁ ଏହା ଭାଙ୍ଗି ଯାଇଥିଲେ ମଧ୍ୟ ଏଏସ୍‌ଆଇ ମରାମତି କରୁନାହିଁ। ଏହାକୁ ନେଇ ଐତିହ୍ୟପ୍ରେମୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଓଡ଼ିଶା ଐତିହ୍ୟ ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ କହିଛନ୍ତି, ଗଙ୍ଗା ଯମୁନା ମୂର୍ତ୍ତି ବାଇଶପାହାଚ ଉପର ଗୁମୁଟର ଶୋଭାବର୍ଦ୍ଧନ କରୁଛନ୍ତି। ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ ଏମାନେ ବେଶ୍‌ ଗୁରୁତ୍ୱ ବହନ କରୁଛନ୍ତି। ଯମୁନା ମୂର୍ତ୍ତି ଗୋଇଠି ଭାଙ୍ଗିବା ଫଳରେ ଏହା ଦୁର୍ବଳ ହୋଇପଡ଼ିବା ସ୍ବାଭାବିକ। ଭାଙ୍ଗିଯାଇଥିବା ସ୍ଥାନର ଉପର ଅଂଶ ଭାଙ୍ଗିଯାଇପାରେ। ତୁରନ୍ତ ମରାମତି କରା ନ ଗଲେ ନିକଟ ଭବିଷ୍ୟତରେ ଏହି ଐତିହ୍ୟ ସମ୍ପନ୍ନ କୀର୍ତ୍ତି ନଷ୍ଟ ହେବା ସମ୍ଭାବନା ରହିଛି। ଶ୍ରୀମନ୍ଦିରରେ ଅନେକ ମୂର୍ତ୍ତି ଏହିଭଳି ଅବସ୍ଥାରେ ରହିଥିଲେ ମଧ୍ୟ ଗଙ୍ଗା ଯମୁନା ମୂର୍ତ୍ତି ଅଳ୍ପ ଉଚ୍ଚରେ ରହିଥିବାରୁ ଭକ୍ତମାନଙ୍କ ନଜରକୁ ଆସିଥାଏ ବୋଲି ନନ୍ଦ କହିଛନ୍ତି। ଏ ସମ୍ପର୍କରେ ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି, ଏହା ଆମ ନଜରକୁ ଆସି ନ ଥିଲା। ଏହାର ଅନୁଧ୍ୟାନ କରାଯାଇ ଖୁବ୍‌ ଶୀଘ୍ର ମରାମତି ଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri