ପୁରା ଦେଶ ଲକ୍‌ଡାଉନ୍‌

ନୂଆଦିଲ୍ଲୀ,୨୪ା୩(ପି.ଟି.)- ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହାକୁ ରୋକିବା ପାଇଁ ଦେଶବ୍ୟାପୀ ୩ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବ। ମଙ୍ଗଳବାର ମଧ୍ୟରାତ୍ରିରୁ ଏହି କଟକଣା ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ପୂର୍ବରୁ ‘ଜନତା କର୍ଫ୍ୟୁ’କୁ ସମର୍ଥନ ଓ ସଫଳ କରିଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମଙ୍ଗଳବାର ରାତି ୮ଟାରେ ଟେଲିଭିଜନ ମାଧ୍ୟମରେ ଜାତି ଉଦ୍ଦେଶ୍ୟରେ ସ୍ବତନ୍ତ୍ର ଉଦ୍‌ବୋଧନ ଦେଇଛନ୍ତି। ମୋଦି କହିଛନ୍ତି, ମଙ୍ଗଳବାର ରାତି ୧୨ଟାରୁ ସାରା ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବ। କରୋନା ଏଭଳି ଘାତକ ଭୂତାଣୁ, ଯାହା ୬୭ ଦିନରେ ୧ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିଲା। କିନ୍ତୁ ପରେ ଆଉ ୩ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିବା ପାଇଁ ମାତ୍ର ୪ ଦିନ ସମୟ ନେଇଥିଲା ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନର ଅବତାରଣା କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସତର୍କ କରାଇଛନ୍ତି। ସେ ଆହୁରି କହିଛନ୍ତି,
କରୋନା ଭୂତାଣୁ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ିବା ପାଇଁ ଲକ୍‌ଡାଉନ୍‌ ଏକ ଜରୁରୀ ପଦକ୍ଷେପ। ଏହି ମହାମାରି ସମଗ୍ର ବିଶ୍ୱକୁ କବଳିତ କରିଥିବାରୁ ସମସ୍ତେ ୩ ସପ୍ତାହ ପର୍ଯ୍ୟନ୍ତ ନିଜ ନିଜ ଘରେ ଆବଦ୍ଧ ହୋଇ ରହିବା ଆବଶ୍ୟକ। ସମସ୍ତ ପ୍ରକାର ସାଧନ ଥିବା ବିଶ୍ୱର ବଡ଼ ବଡ଼ ଦେଶ ମଧ୍ୟ ଏହାକୁ ରୋକିବା ପାଇଁ ଉଦ୍ୟମ କରିଛନ୍ତି। ଏହାସତ୍ତ୍ୱେ ସେମାନଙ୍କ ସବୁ ପ୍ରୟାସ ଓ ପ୍ରସ୍ତୁତି ଆଗରେ କରୋନା ଏକ ଆହ୍ବାନ ଭଳି ଛିଡ଼ା ହୋଇଛି। ଭୂତାଣୁ ସଂକ୍ରମଣ ଆରମ୍ଭ ହେଲେ ଏହାକୁ ରୋକିବା କଠିନ । ତେଣୁ ଚାଇନା, ଆମେରିକା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଇଟାଲୀ, ଇରାନ ଓ ଅନ୍ୟ ଦେଶଗୁଡ଼ିକରେ କୋଭିଡ୍‌-୧୯ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।
ଏଭଳି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ହେଉଛି ସରକାରଙ୍କ ପ୍ରାଥମିକତା। ସାମାଜିକ ଦୂରତା ବା ସୋସିଆଲ ଡିଷ୍ଟାନ୍ସିଂ ହିଁ କରୋନାରୁ ମୁକ୍ତି ପାଇଁ ଏକମାତ୍ର ବିକଳ୍ପ। ଦେଶବାସୀ ସାମାଜିକ ଦୂରତ୍ୱ ବଜାୟ ରଖି ନିଜ ଘରେ ରହିଲେ ସଂକ୍ରମଣ କମିବ। ଏଥିରୁ ମୁକ୍ତି ପାଇବା ପାଇଁ ଅନ୍ୟ କିଛି ଉପାୟ ନାହିଁ। ଏହି ୨୧ ଦିନ ସଂଯମ ନ ରହିଲେ ଆମ ଦେଶ ଓ ଆପଣମାନଙ୍କ ପରିବାର ୨୧ ବର୍ଷ ପଛକୁ ଫେରିଯିବ। ଏହି ୩ ସପ୍ତାହ ମଧ୍ୟରେ କେହି ପଦାକୁ ବାହାରିବେ ନାହିଁ। କେହି ଦ୍ୱାର ବାହାରେ ପାଦ ଦେଲେ ତାହା ହେବ ବିପଦକୁ ନିମନ୍ତ୍ରଣ। ଏପରି ଅସାବଧାନତା ଜାରି ରହିଲେ ବଡ଼ଧରଣର କ୍ଷତି ହେବ। ସେହି କ୍ଷତିର ପରିମାଣ ଅନୁମାନ କରିବା କଷ୍ଟକର। ରାଜ୍ୟ ସରକାରମାନେ ମଧ୍ୟ ସ୍ଥିତିର ଗମ୍ଭୀରତାକୁ ବୁଝି ଏହାର ମୁକାବିଲା କରନ୍ତୁ। ପ୍ରତ୍ୟେକ ନାଗରିକଙ୍କୁ ବଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ କଟକଣା ଲାଗିବ। ରାଜ୍ୟ, ଜିଲା, ଗାଁ ଓ ଗଳିକନ୍ଦି ସବୁଠି ଲକ୍‌ଡାଉନ୍‌ କରାଯିବ। ଏହା ଏକପ୍ରକାର କର୍ଫ୍ୟୁ, ଯାହାକି ‘ଜନତା କର୍ଫ୍ୟୁ’ଠାରୁ ମଧ୍ୟ ଅଧିକ କଡ଼ାକଡ଼ି ହେବ। ତେଣୁ ସମସ୍ତେ ଏହାକୁ ପାଳନ କରି କରୋନାକୁ ପ୍ରତିହତ କରିବାରେ ସହାୟକ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ହାତଯୋଡ଼ି ଅନୁରୋଧ କରିଛନ୍ତି। କୋଭିଡ୍‌-୧୯ର ତାତ୍ପର୍ଯ୍ୟ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଅର୍ଥ ହେଉଛି ‘କୋଇ ରୋଡ୍‌ ପର ନା ନିକ୍‌ଲେ’। ପ୍ରକାଶ ଯେ, ମଙ୍ଗଳବାର ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୫୧୯ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୦ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri