ପୁରା ଦେଶ ଲକ୍‌ଡାଉନ୍‌

ନୂଆଦିଲ୍ଲୀ,୨୪ା୩(ପି.ଟି.)- ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହାକୁ ରୋକିବା ପାଇଁ ଦେଶବ୍ୟାପୀ ୩ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବ। ମଙ୍ଗଳବାର ମଧ୍ୟରାତ୍ରିରୁ ଏହି କଟକଣା ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ପୂର୍ବରୁ ‘ଜନତା କର୍ଫ୍ୟୁ’କୁ ସମର୍ଥନ ଓ ସଫଳ କରିଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମଙ୍ଗଳବାର ରାତି ୮ଟାରେ ଟେଲିଭିଜନ ମାଧ୍ୟମରେ ଜାତି ଉଦ୍ଦେଶ୍ୟରେ ସ୍ବତନ୍ତ୍ର ଉଦ୍‌ବୋଧନ ଦେଇଛନ୍ତି। ମୋଦି କହିଛନ୍ତି, ମଙ୍ଗଳବାର ରାତି ୧୨ଟାରୁ ସାରା ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବ। କରୋନା ଏଭଳି ଘାତକ ଭୂତାଣୁ, ଯାହା ୬୭ ଦିନରେ ୧ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିଲା। କିନ୍ତୁ ପରେ ଆଉ ୩ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିବା ପାଇଁ ମାତ୍ର ୪ ଦିନ ସମୟ ନେଇଥିଲା ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନର ଅବତାରଣା କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସତର୍କ କରାଇଛନ୍ତି। ସେ ଆହୁରି କହିଛନ୍ତି,
କରୋନା ଭୂତାଣୁ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ିବା ପାଇଁ ଲକ୍‌ଡାଉନ୍‌ ଏକ ଜରୁରୀ ପଦକ୍ଷେପ। ଏହି ମହାମାରି ସମଗ୍ର ବିଶ୍ୱକୁ କବଳିତ କରିଥିବାରୁ ସମସ୍ତେ ୩ ସପ୍ତାହ ପର୍ଯ୍ୟନ୍ତ ନିଜ ନିଜ ଘରେ ଆବଦ୍ଧ ହୋଇ ରହିବା ଆବଶ୍ୟକ। ସମସ୍ତ ପ୍ରକାର ସାଧନ ଥିବା ବିଶ୍ୱର ବଡ଼ ବଡ଼ ଦେଶ ମଧ୍ୟ ଏହାକୁ ରୋକିବା ପାଇଁ ଉଦ୍ୟମ କରିଛନ୍ତି। ଏହାସତ୍ତ୍ୱେ ସେମାନଙ୍କ ସବୁ ପ୍ରୟାସ ଓ ପ୍ରସ୍ତୁତି ଆଗରେ କରୋନା ଏକ ଆହ୍ବାନ ଭଳି ଛିଡ଼ା ହୋଇଛି। ଭୂତାଣୁ ସଂକ୍ରମଣ ଆରମ୍ଭ ହେଲେ ଏହାକୁ ରୋକିବା କଠିନ । ତେଣୁ ଚାଇନା, ଆମେରିକା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଇଟାଲୀ, ଇରାନ ଓ ଅନ୍ୟ ଦେଶଗୁଡ଼ିକରେ କୋଭିଡ୍‌-୧୯ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।
ଏଭଳି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ହେଉଛି ସରକାରଙ୍କ ପ୍ରାଥମିକତା। ସାମାଜିକ ଦୂରତା ବା ସୋସିଆଲ ଡିଷ୍ଟାନ୍ସିଂ ହିଁ କରୋନାରୁ ମୁକ୍ତି ପାଇଁ ଏକମାତ୍ର ବିକଳ୍ପ। ଦେଶବାସୀ ସାମାଜିକ ଦୂରତ୍ୱ ବଜାୟ ରଖି ନିଜ ଘରେ ରହିଲେ ସଂକ୍ରମଣ କମିବ। ଏଥିରୁ ମୁକ୍ତି ପାଇବା ପାଇଁ ଅନ୍ୟ କିଛି ଉପାୟ ନାହିଁ। ଏହି ୨୧ ଦିନ ସଂଯମ ନ ରହିଲେ ଆମ ଦେଶ ଓ ଆପଣମାନଙ୍କ ପରିବାର ୨୧ ବର୍ଷ ପଛକୁ ଫେରିଯିବ। ଏହି ୩ ସପ୍ତାହ ମଧ୍ୟରେ କେହି ପଦାକୁ ବାହାରିବେ ନାହିଁ। କେହି ଦ୍ୱାର ବାହାରେ ପାଦ ଦେଲେ ତାହା ହେବ ବିପଦକୁ ନିମନ୍ତ୍ରଣ। ଏପରି ଅସାବଧାନତା ଜାରି ରହିଲେ ବଡ଼ଧରଣର କ୍ଷତି ହେବ। ସେହି କ୍ଷତିର ପରିମାଣ ଅନୁମାନ କରିବା କଷ୍ଟକର। ରାଜ୍ୟ ସରକାରମାନେ ମଧ୍ୟ ସ୍ଥିତିର ଗମ୍ଭୀରତାକୁ ବୁଝି ଏହାର ମୁକାବିଲା କରନ୍ତୁ। ପ୍ରତ୍ୟେକ ନାଗରିକଙ୍କୁ ବଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ କଟକଣା ଲାଗିବ। ରାଜ୍ୟ, ଜିଲା, ଗାଁ ଓ ଗଳିକନ୍ଦି ସବୁଠି ଲକ୍‌ଡାଉନ୍‌ କରାଯିବ। ଏହା ଏକପ୍ରକାର କର୍ଫ୍ୟୁ, ଯାହାକି ‘ଜନତା କର୍ଫ୍ୟୁ’ଠାରୁ ମଧ୍ୟ ଅଧିକ କଡ଼ାକଡ଼ି ହେବ। ତେଣୁ ସମସ୍ତେ ଏହାକୁ ପାଳନ କରି କରୋନାକୁ ପ୍ରତିହତ କରିବାରେ ସହାୟକ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ହାତଯୋଡ଼ି ଅନୁରୋଧ କରିଛନ୍ତି। କୋଭିଡ୍‌-୧୯ର ତାତ୍ପର୍ଯ୍ୟ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଅର୍ଥ ହେଉଛି ‘କୋଇ ରୋଡ୍‌ ପର ନା ନିକ୍‌ଲେ’। ପ୍ରକାଶ ଯେ, ମଙ୍ଗଳବାର ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୫୧୯ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୦ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ଓଲଟିଗଲା ବାଜି, ୪୦ ବର୍ଷ ପୁରୁଣା ବାମ ଗଡ଼କୁ ଭାଙ୍ଗିଲା ଭାଜପା

ତିରୁଭାନନ୍ତପୁରମ,୧୩।୧୨: କେରଳର ନଗର ନିଗମ ନିର୍ବାଚନରେ ତିରୁଭାନନ୍ତପୁରମ ନଗର ନିଗମରେ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ଐତିହାସିକ ବିଜୟ ହାସଲ କରିଛି। ଚାରି ଦଶନ୍ଧି...

ମେସିଙ୍କ କୋଲକାତା ଇଭେଣ୍ଟ, ଅଡୁଆରେ ପଡ଼ିଲେ ଅର୍ଗାନାଇଜର, ଗଠନ ହେଲା ତଦନ୍ତ କମିଟି

କୋଲକାତା,୧୩।୧୨: କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ କନସର୍ଟରେ ଘଟିଥିବା ବିଶାଳ ବିଶୃଙ୍ଖଳା ସମ୍ପର୍କରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର କହିଛନ୍ତି ଯେ କାର୍ଯ୍ୟକ୍ରମର...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

IS ଟାର୍ଗେଟରେ ଶିବରାଜ, ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୧୩।୧୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri