ପୁଣି ଲଜ୍ଜା: ବଳାତ୍କାର ପାଇଁ ନେଉଥିବା ବେଳେ ଗାଡ଼ି ଦୁର୍ଘଟଣା, ଲୋକଲୋଚନକୁ ଆସିଲା ଘଟଣା

କେନ୍ଦୁଝର,୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅଞ୍ଚଳରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଶୁକ୍ରବାର ଗଣବଳାତ୍କାର ପାଇଁ ହାଟରୁ ନିଆଯାଉଥିବା ବେଳେ ବାଟରେ ଗାଡ଼ି ଦୁର୍ଘଟଣା ଘଟିବା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ଉକ୍ତ ନାବାଳିକାଙ୍କୁ ଦୁଇଥର ବଳାତ୍କାର କରାଯାଇଥିବା ଏବଂ ଧମକ ଚମକ କରି ଚୁପ୍‌ ରଖାଯାଇଥିବା ବେଳେ ଶୁକ୍ରବାର ପୁଣି ତାଙ୍କୁ ଗଣବଳାତ୍କାର ପାଇଁ ନିଆଯାଉଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ପରେ ସଂପୃକ୍ତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଘରେ ଛାଡ଼ି ଦେବା ପରେ ଶୁକ୍ରବାର ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ଏହା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ପାଖରେ କୌଣସି ସୂଚନା ନ ଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତିି କରାଯିବା ପରେ ଲୋକେ ଜାଣିବାକୁ ପାଇଥିଲେ।
ଡାକ୍ତରଖାନାରେ ନାବାଳିକାଙ୍କଠାରୁ ସମସ୍ତ ଘଟଣା ଜାଣିବା ପରେ ଅଭିଭାବକ ପୋଲିସକୁ ଜଣାଇଥିଲେ। ପୋଲିସ କେସ ରୁଜୁ କରି ତଦନ୍ତ ଚଳାଇଛି। ଶନିବାର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୀଡ଼ିତାଙ୍କ ଚିକିତ୍ସା କରାଯାଉଥିବା ସଖୀ- ଓ୍ବାନ୍‌ ସେଣ୍ଟରର ମୁଖ୍ୟ ବିପ୍ଳବ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ସଂପୃକ୍ତା ନାବାଳିକା ହାଟପାଳି ଦିନ ପରିବା ବିକିବାକୁ ଯାଇଥାନ୍ତି। ଉକ୍ତଦିନ କିଛି ଅଭିଯୁକ୍ତ ଜୋର୍‌ଜବରଦସ୍ତି ତାଙ୍କୁ ବଳାତ୍କାର କରିବା ଘରେ ଛାଡ଼ିଦିଅନ୍ତି। ଏଭଳି ଦୁଇଥର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାହାରେ ପ୍ରଘଟ କଲେ ହତ୍ୟା ପାଇଁ ଅଭିଯୁକ୍ତମାନେ ଧମକ ଦେଇଥାନ୍ତି। ତେଣୁ ଭୟରେ ନାବାଳିକା ଘରେ କାହାକୁ ଜଣାଇ ନ ଥିଲେ। ଶୁକ୍ରବାର ନାବାଳିକାଙ୍କୁ ଦୁଇଜଣ ଯୁବକ ବଳପୂର୍ବକ ବଳାତ୍କାର ପାଇଁ ଉଠାଇ ନେଉଥିବା ବେଳେ ଏକ ଗଛରେ ବାଇକ୍‌ଟି ପିଟି ହୋଇଯିବାରୁ ସମସ୍ତେ ପଡ଼ିଯାଇଥିଲେ। ଏଥିରେ ନାବାଳିକାଙ୍କ ଗୋଡ଼ ଭାଙ୍ଗିଯିବାରୁ ସେମାନେ ତାଙ୍କୁ ଘରେ ନେଇ ଛାଡ଼ି ଆସିଥିଲେ। ପୀଡ଼ିତା ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଅର୍ଥାଭାବରୁ ପୀଡ଼ିତାଙ୍କ ମା’ ଅନିଚ୍ଛା ପ୍ରକାଶ କରୁଛନ୍ତି। ଚାଇଲ୍‌ଡ ଲାଇନ ଓ ଶିଶୁ ମଙ୍ଗଳ କମିଟି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଏନେଇ ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ଘଟଣା ସମ୍ପର୍କରେ ମାମଲା ରୁଜୁ କରି ତଦନ୍ତ ଚାଲୁରହିଛି। ଏଥିରେ କେତେଜଣ ସମ୍ପୃକ୍ତ ତଦନ୍ତ ପରେ ଜଣାପଡ଼ିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri