ପୁଣି ଆରମ୍ଭ ହେବ ଅନୁଗୋଳ ଆଲୁମିନିୟମ ପାର୍କ ଭିତ୍ତିଭୂମି କାର୍ଯ୍ୟ

ଭୁବନେଶ୍ୱର,୨୨-୧: ଅନୁଗୋଳରେ ସ୍ଥାପନ ହେବାକୁ ଥିବା ଆଲୁମିନିୟମ ପାର୍କର ଭିତ୍ତିଭୂମି କାର୍ଯ୍ୟ ପୁଣି ଆରମ୍ଭ ହେବ। ଏଥି ଲାଗି କେନ୍ଦ୍ର ସରକାର ସମ୍ମତି ଜଣାଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସୂଚନା ଦେଇଛନ୍ତି। ପ୍ରକଳ୍ପକୁ ପୁଣି ଥରେ ଆରମ୍ଭ କରିବା ଲାଗି ପ୍ରଧାନ ଡିସେମ୍ବର ୪ରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡି ଥିଲେ। ନୂଆ ନିଷ୍ପତ୍ତି ପାଇଁ ପ୍ରଧାନ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉକ୍ତ ପ୍ରକଳ୍ପ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ) ଏବଂ ଇଡ୍‌କୋ ସହଭାଗିତାରେ ସ୍ଥାପନ ହେବ। ୨୦୨୦ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆଲୁମିନିୟମ ପାର୍କ ପ୍ରକଳ୍ପରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ଏବଂ ଏହାକୁ ତ୍ୱରିତ ଭାବେ ଶେଷ କରିବା ଲାଗି ଧ୍ୟାନ ରଖାଯାଇଛି। ଏହି ପ୍ରକଳ୍ପରେ ମୋଟ ୯୯.୬୦ କୋଟି ଟଙ୍କା ନିବେଶ ହେବ। ଏଥି ଲାଗି କେନ୍ଦ୍ର ସରକାର ୩୩.୪୪ କୋଟି ଟଙ୍କା ପୁଞ୍ଜି ବ୍ୟବସ୍ଥା କରିଛନ୍ତି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଆଲୁମିନିୟମ ଶିଳ୍ପରେ ଅଭିବୃଦ୍ଧି ସାଧନ ହେବ ବୋଲି ଆଶାବାଦୀ ଥିବା ସେ ମତ ରଖିଛନ୍ତି। ସୂଚନା ଯୋଗ୍ୟ, ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଶିଳ୍ପ ଏବଂ ଅନ୍ତର୍ଦେଶୀୟ ଶିଳ୍ପ ବିକାଶ (ଏଆଇଆଇୟୁଏସ୍‌) ଯୋଜନା ଅନ୍ତର୍ଗତ ମଞ୍ଜୁର ହୋଇଥିଲା। ଏଥି ଲାଗି କାର୍ଯ୍ୟାନ୍ବୟନ ସଂସ୍ଥା ଭାବେ ଅନୁଗୋଳ ପାର୍କ ପ୍ରାଇଭେଟ ଲିମିଟେଡ (ଏଏପିପିଏଲ୍‌) ଗଠନ କରାଯାଇଥିଲା। ମାତ୍ର ନଭେମ୍ବର ୨୦୧୮ରେ ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ବିଳମ୍ବ ଦର୍ଶାଇ ଏହାକୁ ବନ୍ଦ କରାଯାଇଥିଲା। ପ୍ରକଳ୍ପ କାର୍ଯ୍ୟକୁ ପୁନଃ ଚାଲୁ କରିବା ଲାଗି ପ୍ରଧାନ ହସ୍ତକ୍ଷେପ ଲୋଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri