ପୁଅର ପାପ ଧୋଉଛନ୍ତି ୯୭ ବର୍ଷୀୟା ମା’

ପ୍ରୟାଗରାଜ: ଗଙ୍ଗାଜଳ ବାଣ୍ଟିଲେ ପାପ ଦୂର ହେବ। ଏଇ ବିଶ୍ୱାସରେ୧୫ ବର୍ଷ ହେଲାଣି ବିଭିନ୍ନ ସ୍ଥାନ ବୁଲି ବୁଲି ଗଙ୍ଗାଜଳ ବାଣ୍ଟୁଛନ୍ତି ପାର୍ବତୀ । ଅବଶ୍ୟ ପାର୍ବତୀ ନିଜ ପାପ ଦୂର କରିବା ପାଇଁ ଏଇ କାମ କରୁନାହାନ୍ତି ବରଂ ତାଙ୍କ ପୁଅର ପାପ ଧୋଇବା ପାଇଁ ସେ ସମସ୍ତଙ୍କୁ ଗଙ୍ଗାଜଳ ଦେଉଛନ୍ତି । ବିହାରର ଭୋଜପୁର ଅଞ୍ଚଳରେ ରହନ୍ତି ପାର୍ବତୀ ପାଣ୍ଡେ। ୯୭ ବର୍ଷର ଏଇ ମହିଳା ଜଣକ ପୋଲିସ୍‌ ଷ୍ଟେଶନ୍‌, ହାଇକୋର୍ଟ ତଥା ବିଭିନ୍ନ ଅନୁଷ୍ଠାନ ବୁଲି ବୁଲି ଗଙ୍ଗାଜଳ ଆଉ ପ୍ରସାଦ ବାଣ୍ଟିଥାନ୍ତି । ୧୫ ବର୍ଷ ହେଲାଣି ସେ ଏଇ କାମ କରୁଛନ୍ତି ଆରପାରିରେ ଥିବା ତାଙ୍କ ପୁଅ ପାଇଁ । ପ୍ରକୃତ କଥା ହେଉଛି, ତାଙ୍କ ପୁଅ ବହୁ ଅପରାଧ କାର୍ଯ୍ୟକଳାପ ସହିତ ଜଡ଼ିତ ଥିଲା । ସେଥିପାଇଁ ତାକୁ ପୋଲିସ୍‌ ଏନ୍‌କାଉଣ୍ଟର କରି ମାରି ଦେଇଥିଲା। କିନ୍ତୁ ପୁଅ ତାଙ୍କଠାରୁ ଅଲଗା ରହୁଥିବାରୁ ସେ ଏହା ଜାଣି ପାରି ନ ଥିଲେ। ପୋଲିସ୍‌ ତାଙ୍କୁ ଏଇ ଖବର ଦେବା ପରେ ପାର୍ବତୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ଭାଙ୍ଗି ପଡ଼ିଥିଲେ। ଏହା ପରଠାରୁ ସେ ତାଙ୍କ ପୁଅ କରିଥିବା ଭୁଲ କାମର ପ୍ରାୟଶ୍ଚିତ୍ତ କରିବା ପାଇଁ ଗଙ୍ଗାଜଳ ବାଣ୍ଟିବା ଆରମ୍ଭ କରିଥିଲେ । ପାର୍ବତୀଙ୍କ ପତି ବହୁ ଆଗରୁ ମରି ଯାଇଥିଲେ । ଏକମାତ୍ର ପୁଅ ଶ୍ଳୋକଙ୍କୁ ଚାହିଁ ସେ ବଞ୍ଚି ରହିଥିଲେ। କିନ୍ତୁ ୧୯ ବର୍ଷ ହେବା ପରେ ଶ୍ଳୋକ ତାଙ୍କ ଠାରୁ ଅଲଗା ରହୁଥିଲା । ଦିନେ ହଠାତ୍‌ ପୋଲିସ୍‌ଠାରୁ ପୁଅର ମୃତ୍ୟୁ ସମ୍ପର୍କରେ ଖବର ପାଇଁ ସେ ପ୍ରାୟଶ୍ଚିତ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ସେଇ ଦିନ ଠାରୁ ସେ ପ୍ରତିଦିନ ଶିବକୁଟି ଘାଟରେ ଗଙ୍ଗାସ୍ନାନ କରି ପୁଅ ପାଇଁ ପୂଜା କରନ୍ତି ଓ ଗଙ୍ଗାଜଳ ନେଇ ବିଭିନ୍ନ କାର୍ଯ୍ୟାଳୟରେ ବାଣ୍ଟିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri