Posted inଖେଳ

ପିଙ୍କ୍‌ ବଲ୍‌ ଟେଷ୍ଟ: ଭାରତର ରେକର୍ଡ କ୍ରମାଗତ ଦ୍ୱାଦଶ ଘରୋଇ ସିରିଜ ବିଜୟ

କୋଲକାତା,୨୪।୧୧(ପି.ଟି.)- ତୃତୀୟ ଦିବସରେ ଆଉ ମାତ୍ର ୪୭ ମିନିଟ୍‌ରେ ଭାରତ ଔପଚାରିକତା ପୂରଣ କରିଥିଲା। ପିଙ୍କ୍‌ ବଲ୍‌ରେ ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଦିବାରାତ୍ର ଭିତ୍ତିକ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବାକିଥିବା ୪ ଉଇକେକେଟ ଅକ୍ତିଆର କରି ଭାରତ ରବିବାର ବାଂଲାଦେଶକୁ ଏକ ଇନିଂସ ୪୬ ରନରେ ପରାସ୍ତ କରିଛି। ଏଥିସହିତ ଭାରତ ଘରୋଇ ମାଟିରେ କ୍ରମାଗତ ଦ୍ୱାଦଶ ସିରିଜ ବିଜୟ ହାସଲ କରି ରେକର୍ଡ କରିଛି। ଦ୍ୱିତୀୟ ଥର ପାଇଁ ଏହି ସିରିଜରେ ଭାରତ ୩ ଦିନ ମଧ୍ୟରେ ଇନିଂସ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଖେଳି ବିଜୟୀ ହୋଇଛି। ଏଥିସିହିତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ ରେ ଭାରତ ୨-୦ରେ ସିରିଜ କ୍ଲିନ୍‌ ସୁଇପ୍‌ କରିଛି। ପ୍ରଥମ ଇନିଂସରେ ୫ ଓ ଦ୍ୱିତୀୟ ଇନିଂସରେ ୪ ଉଇକେଟ ହାସଲ କରି ଭାରତୀୟ ଅଭିଜ୍ଞ ଦ୍ରୁତ ବୋଲର ଇଶାନ୍ତ ଶର୍ମା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଦୁଇଟି ଯାକ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ କରି ସେ ପ୍ଲୟାର ଅଫ ଦି ସିରିଜ ମଧ୍ୟ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଭାରତ ୬୦ ପଏଣ୍ଟ ହାସଲ କରିଛି। ଏଥିସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ୭ଟି ମ୍ୟାଚ୍‌ ଖେଳି ମୋଟ ୩୬୦ ପଏଣ୍ଟ ହାସଲ କରି ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି।
ଟସ୍‌ ଜିତି ବାଂଲାଦେଶ ପ୍ରଥମ ଇନିଂସରେ ୩୦.୩ ଓଭରରେ ୧୦୬ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରି ୮୯.୪ ଓଭରରେ ୯ ଉଇକେଟ ହରାଇ ୩୪୭ରନରେ ଇନିଂସ ଘୋଷଣା କରି ୨୪୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଲ ୪୧.୧ ଓଭରରେ ୧୯୫ ରନ କରି ଆଉଟ ହେବା ସହ ଇନିଂସ ପରାଜୟ ବରଣ କରିଛି।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୫୨/୬ରୁ ଖେଳ ଆରମ୍ଭ କରି ବାଂଲାଦେଶ ୪୬ ମିନିଟରେ ବାକି ୪ ଉଇକେଟ ହରାଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ୫୯ ରନରୁ ଖେଳ ଆରମ୍ଭ କରି ୭୪ ରନର ଲଢୁଆ ଅର୍ଦ୍ଧଶତକୀୟ ପାଳି ଖେଳି ଉମେଶ ଯାଦବଙ୍କ ବଲ୍‌ରେ କଭରରେ ରବୀନ୍ଦ୍ର ଜାଡେଜାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ତାଙ୍କ ପୂର୍ବରୁ ଇବାଦତ୍‌ ହୋସେନ ଖାତାଖୋଲିବା ପୂର୍ବରୁ ଉମେଶ ବଲ୍‌ରେ କୋହଲିଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଶେଷ ଉଇକେଟ ଭାବେ ଅଲ ଅମିନ ହୋସେନ ୨୧ ରନ କରି ଉମେଶଙ୍କ ବଲ୍‌ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଆବୁ ଜାଏଦ ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଉମେଶ ସର୍ବାଧିକ ୫, ଇଶାନ୍ତ ୪ ଉଇକେଟ ଅକ୍ତିଆର କରିଥିଲେ। ଶନିବାର ମହମୁଦୁଲ୍ଲା ୩୯ ରିଟାୟାର୍ଡ ହର୍ଟ ହୋଇଥିଲେ ଓ ବ୍ୟାଟିଂ କରିବାକୁ ଆସି ନ ଥିଲେ। ଏସ୍‌ଜି ପିଙ୍କ୍‌ ବଲ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମ ଇନିଂସରେ କୋହଲି ୧୩୬ ରନର ଶତକୀୟ ପାଳି ଖେଳି କ୍ୟାରିୟରର ୨୭ତମ ଟେଷ୍ଟ ଶତକ ହାସଲ କରିଥିଲେ ଓ ମୋଟ ଉପରେ ୭୦ତମ ଅନ୍ତର୍ଜାତୀୟ ଶତକ ଅର୍ଜନ କରିଥିଲେ। ବଲ୍‌ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତ ଏହା ପୂର୍ବରୁ ଆଫଗାନିସ୍ତାନକୁ ହରାଇ ଦ୍ରୁତତମ ବିଜୟ ହାସଲ କରିଥିଲା। ଭାରତ ୧୦୨୮ଟି ବଲ୍‌ରେ ଆଫଗାନିସ୍ତାନକୁ ଏକ ଇନିଂସ ଓ ୨୬୨ ରନରେ ହରାଇଥିଲା। ଉଭୟ ଘରୋଇ ଓ ବିଦେଶୀ ପରିବେଶ୍‌ରେ ଭାରତ ପାଇଁ ଏହା କ୍ରମାଗତ ସପ୍ତମ ଟେଷ୍ଟ ବିଜୟ ସାବ୍ୟସ୍ତ ହୋଇଛି। ପୂର୍ବରୁ ଅନୁଷ୍ଠିତ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ଭାରତ ୨-୧ରେ ବିଜୟ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ- ୩୦.୩ ଓଭରରେ ୧୦୬ ଅଲଆଉଟ।
ଭାରତ ପ୍ରଥମ ଇନିଂସ- ୮୯.୪ ଓଭରରେ ୩୪୭/୯(ଇନିଂସ ଘୋଷଣା)।
ବାଂଲାଦେଶ ଦ୍ୱିତୀୟ ଇନିଂସ- ୪୧.୧ ଓଭରରେ ୧୯୫
(ମୁସ୍‌ଫିକର- ୭୪, ମହମୁଦୁଲ୍ଲା- ୩୯, ଅଲ- ଅମିନ ହୋସେନ- ୨୧, ଉମେଶ- ୫/୫୩, ଇଶାନ୍ତ- ୪/୫୬)।


Enter your email to get our daily news in your inbox.

All Right Reserved By Dharitri.Com

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?