ପାଲଲହଡ଼ାରେ ଭାସିଯାଇ ଜଣେ ନିଖୋଜ

ପାଲଲହଡ଼ା, ୮ା୯(ଡି.ଏନ.ଏ.) – ଶୁକ୍ରବାରଠାରୁ ଲାଗି ରହିଥିବା ବର୍ଷା ଯୋଗୁ ପାଲଲହଡ଼ା ବ୍ଲକର ବିଭିନ୍ନ ନାଳ ଫୁଲି ଉଠିବା ସହ ରାସ୍ତା ଉପରେ ୫/୬ ଫୁଟ ଉଚ୍ଚର ପାଣି ଚାଲିଛି। ଏଥିଯୋଗୁ ଅନେକ ସ୍ଥାନରେ ରାସ୍ତା ଧୋଇ ଯାଇଛି। ଖମାରଠାରୁ ରେଙ୍ଗାଳି ଯିବା ରାସ୍ତାରେ ଶନିମନ୍ଦିର ନିକଟ ଝୁମ୍ପେଇ ନାଳ ଉପରେ ୬ ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ ଶଙ୍ଖମୁର ପଞ୍ଚାୟତର ବହୁ ଗ୍ରାମ ସହ ରେଙ୍ଗାଳିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି କୁଟାରିମୁଣ୍ଡା ନାଳ ପୋଲରେ ୫ ଫୁଟର ପାଣି ପ୍ରବାହିତ ହେବାରୁ ଖମାରଠାରୁ ଇଞ୍ଜିଡ଼, କୁଞ୍ଜମ, ମୁଣ୍ଡୁରିବେଡା ଆଦି ପଞ୍ଚାୟତର ଅନେକ ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଓଡ଼ଶ ଗ୍ରାମଠାରୁ କୋଚିଆବେଡା ଗ୍ରାମକୁ ସଂଯୋଗ କରୁଥିବା ଅନ୍ଧାରି ପୋଲ ଉପରେ ପାଣି ଚାଲୁଥିବାରୁ ଏହି ଦୁଇ ଗ୍ରାମ ମଧ୍ୟରେ ସଂଯୋଗ ସମ୍ଭବ ହେଉ ନ ଥିବା ଦେଖିବାକୁ ମିଳିଛି। ସେହିପରି ନୁଡେଇ ନାଳରେ ୬ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ପାଲଲହଡ଼ାଠାରୁ ବରାକୁଦର ଗ୍ରାମକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ ଅନ୍ଧାରୀ ନାଳରେ ଭାସିଯାଇ ଓଡ଼ଶ ଗ୍ରାମର ସୁଶାନ୍ତ ନାୟକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ପାଲଲହଡ଼ା ଦମକଳ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଖବର ଲେଖାହେବା ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳି ନ ଥିବା ଜଣାପଡିଛି। ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ମଧ୍ୟ ପାଣି ଲହଡି ମାରୁଛି। ଡାକ୍ତରଖାନା ମଧ୍ୟକୁ ପାଣି ପଶିଯିବାରୁ ରୋଗୀ ଓ ସମ୍ପର୍କୀୟ ହନ୍ତସନ୍ତ ହୋଇଛନ୍ତି। ମୁଖ୍ୟଫଟକଠାରୁ ଆଉଟ ଡୋର, ଜେନେରାଲ ୱାର୍ଡ ଏବଂ ସ୍ବତନ୍ତ୍ର କ୍ୟାବିନରେ ଡ୍ରେନ ପାଣି ପଶିଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହୋଇଛନ୍ତି। ବର୍ଷା ଛାଡିବାପରେ ଜଳ ନିଷ୍କାସନ କରାଯାଇଥିଲା। ଖବରପାଇ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତାପ କୁମାର ବେହେରା ଏବଂ ଉପଖଣ୍ଡ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ନାୟକ ଡାକ୍ତରଖାନା ପରିସର ବୁଲି ଦେଖିଥିଲେ। ତେବେ ଅପରାହ୍ନରେ ବର୍ଷା ପରିମାଣ କମିବା ପରେ କିଛି ସ୍ଥାନରେ ଯାତାୟାତ ସ୍ବାଭାବିକ ହୋଇଛି। ଶୁକ୍ରବାର ରାତି ଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ପାଲଲହଡ଼ାରେ ୪୫.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଛନ୍ତି I


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା

ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri