ପାରାଦୀପରେ ହେବ ରାଜ୍ୟର ପ୍ରଥମ ଇଓସି

ପାରାଦୀପ,୧୦।୧ (ସ୍ବ.ପ୍ର.): ସମଗ୍ର ରାଜ୍ୟରେ ଥିବା ୩୫ ବୃହତ୍‌ ରାସାୟନିକ ଦୁର୍ଘଟଣା ପ୍ରବଣ କାରଖାନା ମଧ୍ୟରୁ ପାରାଦୀପରେ ୨୫ ପ୍ରତିଶତ ଅର୍ଥାତ୍‌ ୮ କାରଖାନା ଅଛି। ସେହି କାରଖାନାର ସମ୍ଭାବ୍ୟ ଦୁର୍ଘଟଣା ବେଳେ ଜରୁରିକାଳୀନ ପରିଚାଳନା ପାଇଁ ହେବ ଇଓସି (ଇମର୍ଜେନ୍ସି ଅପରେଶନ୍‌ ସେଣ୍ଟର)। ଏହା କେବଳ ରସାୟନ ପାଇଁ ଉଦ୍ଦିଷ୍ଟ ରହିବ। ଉକ୍ତ କେନ୍ଦ୍ର ରାଜ୍ୟରେ ପ୍ରଥମ ହେବ ବୋଲି କାରଖାନା ବାଷ୍ପିତ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଇଓସି ଆସନ୍ତା ମାର୍ଚ୍ଚ ୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଗୁରୁବାର ପାରାଦୀପର ରସାୟନଯୁକ୍ତ ଶିଳ୍ପ କର୍ତ୍ତୃପକ୍ଷ, କାରଖାନା ଓ ବାଷ୍ପିତ ବିଭାଗ ଏବଂ ଅତିରିକ୍ତ ଜିଲାପାଳଙ୍କ ମଧ୍ୟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଏହି ଇଓସିରେ ସାଟେଲାଇଟ୍‌ ଫୋନ୍‌, ହଟ୍‌ଲାଇନ୍‌, ପ୍ରତିକାରାତ୍ମକ ଯନ୍ତ୍ରପାତି ଆଦି ରହିବ। ବିପର୍ଯ୍ୟୟ ବେଳେ ୧୦ଜଣ ସେଫ୍ଟି ଅଫିସର ଏହାକୁ ପରିଚାଳନା କରିବେ। ଉକ୍ତ ଇଓସି ପାଇଁ ପାରାଦୀପର ୩ଟି ବୃହତ୍‌ ଶିଳ୍ପ ସଂସ୍ଥା ଆନୁଷଙ୍ଗିକ ବ୍ୟବସ୍ଥା କରିବେ। ଯଥା ପାରାଦୀପ ତୈଳ ବିଶୋଧନାଗାର ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରତିକାର ଉପକରଣ ଯୋଗାଇଦେବ। ଯେଉଁଥିରେ ଆମୋନିଆ ଗ୍ୟାସ ପରିଚାଳନା ଉପକରଣ, କ୍ଲୋରିନ୍‌, ଆଗ୍ନିକ ଉପକରଣ ଆଦି ରହିଛି। ପିପିଏଲ୍‌ ଯୋଗାଯୋଗ ସାଧନ (ସାଟେଲାଇଟ ଫୋନ୍‌, ହଟ୍‌ଲାଇନ୍‌ ବ୍ୟବସ୍ଥା ଆଦି) ଦେବ। ଇଫ୍‌କୋ ଇଓସି ପାଇଁ ଭିତ୍ତିଭୂମି (ଘର ଓ ଅନ୍ୟ ସରଞ୍ଜାମ) ଦେବ। ଏହାକୁ ଆସନ୍ତା ମାର୍ଚ୍ଚ ୪ (ସେଫ୍ଟି ଦିବସ) ପୂର୍ବରୁ କାର୍ଯ୍ୟକ୍ଷମ କରାଯିବ ବୋଲି କାରଖାନା ଓ ବାଷ୍ପିତ ବିଭାଗର ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ କହିଛନ୍ତି। ପାରାଦୀପରେ ଥିବା ୮ ଦୁର୍ଘଟଣା ରସାୟନ ପ୍ରବଣ କାରଖାନା ମଧ୍ୟରେ ଅଛି ଇଫ୍‌କୋ, ପିପିଏଲ୍‌, ତୈଳ ବିଶୋଧନାଗାର, ୪ଟି ଟର୍ମିନାଲ (ବିପିସିଏଲ୍‌, ଏଚ୍‌ପିସିଏଲ୍‌, ଇଣ୍ଡିଆନ ଅଏଲ୍‌, ଏଲ୍‌ପିଜି ଗ୍ୟାସ) ଏବଂ ପାରାଦୀପ ହରିଦାସପୁର ବୈତରଣୀ ପାଇପ ଲାଇନ ପ୍ରକଳ୍ପ। ଏହା ବ୍ୟତିରେକେ ୧୭ଟି ଆଇସ୍‌ ଫ୍ୟାକ୍ଟରୀ, ୩ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ଏସାର ଷ୍ଟିଲ (ବର୍ତ୍ତମାନର ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ) କାରଖାନାରେ ସ୍ବଳ୍ପ ମାତ୍ରାରେ ରସାୟନ ବ୍ୟବହାର ହେଉଛି। ସେହିସବୁ ଫ୍ୟାକ୍ଟ୍ରିରେ ଥିବା ଅଭିଜ୍ଞ ଅଧିକାରୀଙ୍କୁ ବିପର୍ଯ୍ୟୟ ବେଳେ ପରିଚାଳନା ପାଇଁ ଚୟନ କରାଯିବ, ଯାହାକୁ ଜିଲା ପ୍ରଶାସନ ଓ କାରଖାନା ବାଷ୍ପିତ ବିଭାଗ ମନିଟରିଂ କରିବେ।
ସୂଚନାଯୋଗ୍ୟ, ରାଜ୍ୟରେ ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆପାତକାଳୀନ ପରିଚାଳନା କେନ୍ଦ୍ର ରହିଛି। ସେସବୁ ପ୍ରାକୃତିକ ବିପର୍ଯ୍ୟୟ (ବାତ୍ୟା, ବନ୍ୟା, ବର୍ଷା, ଖରା, ଶୀତ) ବେଳେ କାମରେ ଲାଗିଥାଏ। କିନ୍ତୁ ରସାୟନିକ ବିପର୍ଯ୍ୟୟ ପାଇଁ ଏହା ରାଜ୍ୟର ପ୍ରଥମ ଇଓସି ହେବ ବୋଲି ସହକାରୀ ନିର୍ଦ୍ଦେଶକ ଦଳାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri