ପାରାଦୀପରେ ମତ୍ସ୍ୟଜୀବୀଙ୍କୁ ନିଆଁ ଚେଙ୍କ

ବାସୁଦେବପୁର, ୩୦।୯ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ଖରିଦା ବିନାୟକପୁର ଗ୍ରାମର ଅଗଣୀ ମଳିକ ନାମକ ଜଣେ ମତ୍ସ୍ୟଜୀବୀଙ୍କୁ ପାରାଦୀପରେ ଜଣେ ଲଞ୍ଚ ଡ୍ରାଇଭର ନିଆଁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।
ଏଥିରେ ଅଗଣୀ ଗୁରୁତର ହୋଇଛନ୍ତି। ଉକ୍ତ ଲଞ୍ଚ ଡ୍ରାଇଭରଙ୍କ ଘର ବାସୁଦେବପୁର ବ୍ଲକ ଗୁଆଗଡ଼ିଆ ଗ୍ରାମରେ। ଅଗଣୀ ଶନିବାର ଘରେ ପହଞ୍ଚିବା ପରେ ଏହି ଘଟଣା ପଦାକୁ ଆସିଛି। ଲଞ୍ଚ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର ତଦନ୍ତ ଦାବି କରିଛନ୍ତି ଆହତ ଅଗଣୀ ଓ ତାଙ୍କ ପରିବାର। ଅଗଣୀଙ୍କ ଦେହର ବିଭିନ୍ନ ଅଂଶରେ ନିଅଁା ଚେଙ୍କର ସଦ୍ୟଦାଗରୁ ଘା ସୃଷ୍ଟି ହୋଇଛି। ଏପରିକି ତାଙ୍କ ମଳଦ୍ୱାରରେ ରଡ୍‌ ପୂରାଯାଇଥିବା ଓ ଯୌନାଙ୍ଗରେ ମଧ୍ୟ ଚେଙ୍କ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ବାସୁଦେବପୁର ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଛି।
ଅଗଣୀଙ୍କ କହିବା ଅନୁଯାୟୀ, ୩ ମାସ ତଳେ ସେ ଗୁଆଗଡିଆ ଗ୍ରାମର ଜଣେ ଯୁବକଙ୍କ ସହିତ ମତ୍ସ୍ୟଜୀବୀ ଭାବେ କାମ କରିବାକୁ ପାରାଦୀପକୁ ଯାଇଥିଲେ। ଅନ୍ୟ ୬ ସହଯୋଗୀଙ୍କ ସହିତ ସେ ସମୁଦ୍ରକୁ ମାଛ ଧରିବାକୁ ନିୟମିତ ଯାଉଥିଲେ। କାମ ବାବଦକୁ ଟଙ୍କା ମାଗିବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା। ସେହି ଯୁବକ ତଥା ଲଞ୍ଚ ଡ୍ରାଇଭର ଗ୍ୟାସ୍‌ରେ ସ୍କୃ ଡ୍ରାଇଭରକୁ ତତାଇ ତାଙ୍କୁ ଚେଙ୍କ ଦେଇଥିଲେ। ଏ ସମ୍ପର୍କରେ ବୋଟ୍‌ ମାଲିକ ଜାଣିବା ପରେ ତାଙ୍କୁ ଓ ସେହି ଯୁବକଙ୍କୁ ଘରକୁ ପଠାଇ ଦେଇଥିଲେ। ସମ୍ପୃକ୍ତ ଯୁବକଙ୍କୁ ଅଗଣୀଙ୍କ ପରିବାର ଲୋକ ନିର୍ଯାତନା ସମ୍ପର୍କରେ ପଚାରିବାରୁ ସେ ଓ ତାଙ୍କ ସହଯୋଗୀମାନେ ଗାଳିଗୁଲଜ କରିଛନ୍ତି। ଏ ସମ୍ପର୍କରେ ଆହତ ଅଗଣୀଙ୍କ ପରିବାର ପକ୍ଷରୁ ବାସୁଦେବପୁର ଥାନାରେ ଜଣାଯାଇଥିଲେ ମଧ୍ୟ ପାରାଦୀପରେ ଘଟଣା ଘଟିଥିବାରୁ ପୋଲିସ ଦୂରେଇ ରହୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri