ପାଠ ପଢ଼ିବା ପାଇଁ ଜିଦ୍‌ କରିବାରୁ ପତ୍ନୀଙ୍କ ଆଙ୍ଗୁଳି କାଟିଲେ ସ୍ବାମୀ

ଢ଼ାକା,୧୪।୫: ବାଂଲାଦେଶର ରାଜଧାନୀ ଢ଼ାକାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ସ୍ନାତକ କରିବା ପାଇଁ ଜିଦ୍‌ କରିବାରୁ ତାଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି, ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ। ପତ୍ନୀ ଜଣଙ୍କ ସ୍ନାତକ କରିବାକୁ ଚାହୁଁଥିବାରୁ ଅଷ୍ଟମ ପାସ୍‌ କରିଥିବା ସ୍ବାମୀ ଏହା ଶୁଣି ଉତ୍ତ୍ୟକ୍ତ ହୋଇପଡିଥିଲେ। ଉତ୍ତ୍ୟକ୍ତ ଅବସ୍ଥାରେ ନିଜ ପତ୍ନୀଙ୍କ ପାଞ୍ଚ ଆଙ୍ଗୁଳି କାଟିଦେଇଛନ୍ତି। ସୂଚନାଯୋଗ୍ୟ, ରଫିକୁଲ ସାଉଦି ଆରବରେ କାମ କରନ୍ତି। କିଛି ଦିନ ତଳେ ସେ ବାଂଲାଦେଶକୁ ଫେରିଥିଲେ। ତେବେ ପତ୍ନୀ ହବା ଅଖତର ରଫିକୁଲଙ୍କ ବିନା ଅନୁମତିରେ ସ୍ନାତକ ପାଠପଢ଼ା ଆରମ୍ଭ କରିଥିଲେ। ରଫିକୁଲ ଏନେଇ ଜାଣିବା ପରେ ପାଠପଢ଼ା ପାଇଁ ବାରଣ କରିଥିଲେ। କିନ୍ତୁ ହବା ପାଠ ପଢ଼ା ଜରି ରଖିବାକୁ ଚାହୁଁଥିଲେ। ତେବେ ହବାଙ୍କ ଏହି ଜିଦ୍‌ ଯୋଗୁ ରଫିକୁଲ ଉତ୍ତ୍ୟକ୍ତ ଅବସ୍ଥାରେ ତାଙ୍କୁ ଦଣ୍ଡ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ହବାଙ୍କ ସ୍ବାମୀ ସରପ୍ରାଇଜ୍‌ ଦେବା ବାହାନାରେ ତାଙ୍କୁ ଆଖିରେ ପଟି ବାନ୍ଧିବାକୁ କହିଥିଲେ। ଏହାପରେ ତାଙ୍କ ହାତର ପାଞ୍ଚ ଆଙ୍ଗୁଳିକୁ କାଟି ଦେଇଥିଲେ। କେବଳ ଏତିକିରେ ତାଙ୍କ ନିଷ୍ଠୁରତା ସରି ନ ଥିଲା। ଆଙ୍ଗୁଳି ଗୁଡିକୁ ନେଇ ମଇଳା ଗଦାରେ ଫୋପାଡି ଦେଇଥିଲେ ଯେଭଳି ଏହାକୁ ଆଉ ଡାକ୍ତର ଯୋଡି ନ ପାରନ୍ତି। ଏହାପରେ ହବା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ରଫିକୁଲଙ୍କୁ ଗିରଫ କରିଛି। ଅପରପକ୍ଷରେ ଚିକିତ୍ସିତ ହେବା ପରେ ଏବେ ହବା ନିଜ ବାପଘରେ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ବୋଝରେ ଚେପା ଆମେରିକା! ଇତିହାସରେ ପ୍ରଥମଥର ପାଇଁ…

ନୂଆଦିଲ୍ଲୀ,୨୦।୮: ବିଶ୍ୱର ପ୍ରମୁଖ ଶକ୍ତି ଭାବରେ ନିଜକୁ ସ୍ଥାନିତ କରୁଥିବା ଯୁକ୍ତରାଷ୍ଟ୍ର ଏକ ବର୍ଦ୍ଧିତ ଋଣ ଭାର ତଳେ ଦବି ଯାଉଛି। ଦେଶର ଋଣ ଭାର ନିରନ୍ତର…

ଇଣ୍ଡୋନେସିଆରେ ପୁଣି ୫.୭ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା,୨୦।୮: ଇଣ୍ଡୋନେସିଆର ରୁଟେଙ୍ଗ ନିକଟରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଛି। USGS ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ରୁଟେଙ୍ଗର ପ୍ରାୟ ୩୨ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ରେ ୧୦…

ଉସେନ ବୋଲ୍ଟଙ୍କୁ ପଛରେ ପକାଇଦେବ ରୋବୋ ‘ସୁପରମ୍ୟାନ୍‌’: ଡେଇଁପାରିବ ୨ ମିଟର

ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍‌ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ଭାରତକୁ ପୁଣି ସାହାଯ୍ୟ ମାଗିଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୧୯।୮: ଗତ କିଛି ମାସ ଧରି ବାଂଲାଦେଶ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରାରମ୍ଭରେ ତାରିକ ରହମାନ ସରକାରଙ୍କୁ ପଛକୁ ପକାଇ ଦେଇଥିଲା। ତଥାପି, ବାଂଲାଦେଶ…

‘ଅପରେଶନ ସିନ୍ଦୂର’ ଡକ୍ୟୁମେଣ୍ଟାରୀ: ହଜିଲା ପାକିସ୍ତାନର ନିଦ, ରାତି ୨ଟାରେ ଜାରି କଲା ବିବୃତ୍ତି

ଇସଲାମାବାଦ,୧୯।୮: ’ଅପରେଶନ ସିନ୍ଦୂର’ ଉପରେ ଆଧାରିତ ଡକ୍ୟୁମେଣ୍ଟାରୀକୁ ନେଇ ପାକିସ୍ତାନ ଉତ୍ତେଜିତ ହୋଇ ଉଠିଛି। ପାକିସ୍ତାନ ସେନାର ମିଡିଆ ୱିଙ୍ଗର ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri