ଧାମନଗର,୧୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗରରେ ପାଣି ଟାଙ୍କି ପାଚେରି ଭଙ୍ଗାକୁ ନେଇ ଶନିବାର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏହାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ସନ୍ଧ୍ୟାରେ ଧାମନଗର ଥାନା ପରିସରରେ ଏକ ଜରୁରିକାଳୀନ ଶାନ୍ତି କମିଟି ବୈଠକ ବସି ଘଟଣାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର କୌଣସି ସମାଧାନ ହୋଇପାରି ନାହିଁ। ଠିକାଦାର ବସନ୍ତ କୁମାର ଦାସଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୩୨/୨୦) ରୁଜୁ କରିଛି।
ସୂଚନା ଅନୁଯାୟୀ, ଧାମନଗର ଥାନା ପଛପଟ ନହଜାରୀ କିଲ୍ଲାରେ ଏକ ବୃହତ୍ ପାଇପ୍ ଜଳ ଯୋଗାଣ ଟାଙ୍କି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ପ୍ରକଳ୍ପର ପାଚେରି ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଶନିବାର ଗୋଟିଏ ଗୋଷ୍ଠୀର କେତେକ ଲୋକ ସେଠାରେ ପହଞ୍ଚି ବିରୋଧ କରିଥିଲେ। ଏଥିସହ ନିର୍ମାଣାଧୀନ ପାଚେରିକୁ ଭାଙ୍ଗି ଦେଇଥିଲେ। ପ୍ରତିବର୍ଷ ଏହି ରାସ୍ତା ଦେଇ ପ୍ରସିଦ୍ଧ କାଳିସୀ ଶୋଭାଯାତ୍ରା ଏବଂ ଜୁଲୁସ ଯାଉଥିବାରୁ ରାସ୍ତା ଚଉଡ଼ାର ଆବଶ୍ୟକ ଥିବାବେଳେ ରାସ୍ତାକୁ ମଡ଼ାଇ ପାଚେରି କଲେ ବହୁ ବଡ଼ ଗଛ ନଷ୍ଟ ହେବାର ଆଶଙ୍କା ରହିଛି। ରାସ୍ତାକୁ ଛାଡ଼ି ପାଚେରି ନିର୍ମାଣ କରିବାକୁ ଠିକାଦାରଙ୍କୁ ଗ୍ରାମବାସୀ କହିଥିଲେ। ତଦନୁଯାୟୀ ଠିକାଦାର ମଧ୍ୟ ଆବଶ୍ୟକ ରାସ୍ତା ଛାଡ଼ି ପାଚେରି ନିର୍ମାଣ କରୁଥିଲେ। ମାତ୍ର ଏହାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀ ଗଣ୍ଡଗୋଳ ଆରମ୍ଭ କରି ପାଚେରିର କିଛି ଅଂଶକୁ ଭାଙ୍ଗି ଦେଇଥିଲେ। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୋଲିସ ପହଞ୍ଚି ତଦନ୍ତ କରିଥିଲା। ପରେ ପୋଲିସ ପକ୍ଷରୁ ଜରୁରିକାଳୀନ ଶାନ୍ତି କମିଟି ବୈଠକ ଡକାଯାଇଥିଲା। ଧାମନଗର ଏସ୍ଡିପିଓ ମନୋରଞ୍ଜନ ସାମଲ, ଅତିରିକ୍ତ ତହସିଲଦାର ଲଗନଜିତ ବେହେରା, ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଯତିନ୍ଦ୍ର ମୋହନ ମିଶ୍ର, ଏସ୍ଆଇ ମୋତିଲାଲ ମାରାଣ୍ଡିଙ୍କ ସମେତ ଉଭୟ ଗୋଷ୍ଠୀର ଲୋକଙ୍କୁ ନେଇ ଆଲୋଚନା ହୋଇଥିଲା।
ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ
ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…
ଗୋ’ ମାଫିଆଙ୍କ ଘରେ ରେଡ୍: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର
ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…
ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ
ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…
ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…
ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍ ସମୟରେ ମା’ଙ୍କ ପୂଜା ପୂଜା…
ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ
ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…
ବାଇକ୍କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ
ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…
୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….
ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…
ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….
ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…
Archives

