Posted inଜାତୀୟ

ପାକ୍‌ ରଚୁଛି ସାଂଘାତିକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୫: ସାରା ବିଶ୍ୱ ଏବେ ଭୟଙ୍କର ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନର ଏଥିପ୍ରତି ଭ୍ରୂକ୍ଷେପ ନାହିଁ। ଏହା ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। ପାକ୍‌ ସୈନ୍ୟ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀମାନଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପଥ ସୁଗମ କରୁଛନ୍ତି। ପାକିସ୍ତାନ ଦ୍ୱାରା ତାଲିମପ୍ରାପ୍ତ ୧୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ଲାଗି ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ବିଭିନ୍ନ ଲଞ୍ଚ୍‌ପ୍ୟାଡ୍‌ରେ ପ୍ରସ୍ତୁତ ହୋଇ ରହିଛନ୍ତି।
ଗତ ରବିବାର ହଣ୍ଡଓ୍ବାରାରେ ଆତଙ୍କବାଦୀମାନଙ୍କର ଏକ ରିସେପ୍ସନ ପାର୍ଟି ହେଉଥିବା ନେଇ ଗୋଇନ୍ଦା ସୂଚନା ମିଳିଥିଲା। ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ତାହା ଏନ୍‌କାଉଣ୍ଟରର ରୂପ ନେଇଥିଲା, ଯେଉଁଥିରେ ଭାରତୀୟ ସେନାର ୨ ଅଫିସରଙ୍କ ସମେତ ୪ ଯବାନ ଏବଂ ଜମ୍ମୁ-କଶ୍ମୀର ପୋଲିସ୍‌ର ଜଣେ ଅଫିସର ଶହୀଦ ହୋଇଥିଲେ। ଏହା ପରଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଯବାନ ପ୍ରାଣ ହରାଇଥିଲେ। ଭାରତରେ ଅନୁପ୍ରବେଶ ଲାଗି ସୀମା ସେପାଖେ ୧୫୦ରୁ ଊର୍ଦ୍ଧ୍ୱ ପାକିସ୍ତାନୀ ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଥିବା ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲବାଗ୍‌ ସିଂ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତମାସ ୫ ତାରିଖରେ କୁପ୍‌ଓ୍ବାରାର କେରନ ସେକ୍ଟରରେ ସୁରକ୍ଷା ବଳ ସହ ଏନ୍‌କାଉଣ୍ଟରରେ ୫ ଦୁର୍ଦ୍ଧର୍ଷ ଆତଙ୍କବାଦୀ ନିହତ ହୋଇଥିଲେ। କେରନ ସମେତ ଏଲ୍‌ଓସି ଅନ୍ତର୍ଗତ ଅନ୍ୟ ଅଞ୍ଚଳ ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ ଲାଗି କ୍ରମାଗତ ଉଦ୍ୟମ ଜାରି ରଖିଥିବାବେଳେ ସୀମା ଉପରେ ସେନା କଡ଼ା ନଜର ରଖିଛି। ଏହା ସତ୍ତ୍ୱେ ମେ’ ପ୍ରଥମ ସପ୍ତାହରେ ୮ ଯବାନ ଶହୀଦ ହେବା ଘଟଣାରୁ କେତେକ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଆଶଙ୍କା କରାଯାଉଛି। ଏଥିସହିତ ଉତ୍ତର କଶ୍ମୀରରୁ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରରେ ପ୍ରବେଶ କରି ଏକ ନୂଆ ବାହିନୀ ଗଠନ କରୁଥିବା ସୂଚନା ମିଳିଛି। ତେଣୁ ସୁରକ୍ଷା ବଳକୁ ରଣନୀତି ବଦଳାଇବାକୁ ହେବ ବୋଲି କୁହାଯାଉଛି।
ଗ୍ରୀଷ୍ମଋତୁ ଆରମ୍ଭ ହେବା ସହିତ ପାକିସ୍ତାନ ଏଲ୍‌ଓସି ଅନ୍ତର୍ଗତ ପୁଞ୍ଚ୍‌, ଉରି, କେରନ ସେକ୍ଟର ଏବଂ ଅନ୍ତର୍ଜାତୀୟ ସୀମା (ଆଇବି) ଅନ୍ତର୍ଗତ ସାମ୍ବା ଓ କଠୁଆ ସେକ୍ଟର ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି। କଶ୍ମୀରରେ କେତେ ବିଦେଶୀ ଆତଙ୍କବାଦୀ ଅଛନ୍ତି ତାହାର ସ୍ପଷ୍ଟ ସୂଚନା ନାହିଁ। ଉପତ୍ୟକାରେ ସେମାନେ ଆକ୍ରମଣ ପାଇଁ ଡ୍ରୋନ୍‌ ବ୍ୟବହାର କରିପାରନ୍ତି ବୋଲି ଏକ ଗୋଇନ୍ଦା ସୂଚନା ମିଳିଛି। ପିଓକେରେ ରମଜାନର ଦୁଇଦିନ ପୂର୍ବରୁ ଅନୁଷ୍ଠିତ ଏକ ବୈଠକରେ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଡ୍ରୋନ ବ୍ୟବହାର କରିବା ନେଇ ନିଷ୍ପତ୍ତି ହୋଇଥିଲା। ସେମାନଙ୍କ ପାଇଁ ଲଶ୍କର-ଇ-ତୋଇବା ଡ୍ରୋନ୍‌ ପ୍ରସ୍ତୁତ କରୁଥିବା ଜଣାପଡିଛି। ଏହି ଡ୍ରୋନ୍‌ ୫ କିଲୋଗ୍ରାମ୍‌ ଆଇଇଡି ନେଇ ୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ନେଇପାରିବ। ଡ୍ରୋନ୍‌ର ନିୟନ୍ତ୍ରକ ଏହାକୁ ତଳକୁ ଆଣି ବିସ୍ଫୋରଣ କରାଇପାରିବେ। ଆତଙ୍କବାଦୀମାନଙ୍କ ବୈଠକରେ ଜାକିଉର ରେହମନ, ହାମ୍‌ଜା ଆଦନାନ, ମୋସା ଭାଇ, ସୟେଦ ସଲାହୁଦ୍ଦିନ, ଖଲିଦ ସୈଫୁଲ୍ଲା ସାହିବ, ତାହିର ଐଜାଜ ସାହିବ, ନାଏବ ଅମିର ପ୍ରମୁଖ ଯୋଗ ଦେଇଥିଲେ।
ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ଇତିମଧ୍ୟରେ ୯ ମାସ ହେଲାଣି। ଏକତରଫା ଭାବେ ଭାରତ ଜମ୍ମୁ-କଶ୍ମୀର ସମ୍ବିଧାନକୁ ବଦଳାଇପାରିବ ନାହିଁ ବୋଲି ପାକିସ୍ତାନ କହିଆସୁଛି। ଏଥିପାଇଁ ନୂଆଦିଲ୍ଲୀ ଉପରେ କୂଟନୈତିକ ଚାପ ପକାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ପାକ୍‌ ସରକାର, ସେନା ଓ ଆତଙ୍କବାଦୀ ସଂଗଠନ ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି। ଚଳିତ ଗ୍ରୀଷ୍ମଋତୁ କଶ୍ମୀରରେ ପାକିସ୍ତାନ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଥିବା କେନ୍ଦ୍ର ନିରାପତ୍ତା ପ୍ରତିଷ୍ଠାନର ଏକ ସୂତ୍ରରୁ ଜଣାପଡିଛି। କାରଣ ଭାରତରେ ଅନୁପ୍ରବେଶ ଲାଗି ଏହା ହେଉଛି ଆତଙ୍କବାଦୀଙ୍କ ପାଇଁ ପ୍ରକୃଷ୍ଟ ସମୟ। ସେମାନେ ଜମ୍ମୁ ଓ ପଞ୍ଜାବ ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ଦେଇ ଅନୁପ୍ରବେଶ କରିବାକୁ ଗତ କିଛିମାସ ହେଲା ଉଦ୍ୟମ ଚଳାଇଛନ୍ତି। ଏହାବ୍ୟତୀତ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ପ୍ରେରଣ ଲାଗି ଏଲ୍‌ଓସିକୁ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri