Posted inଜାତୀୟ

ପଶ୍ଚିମବଙ୍ଗରେ ୧୦ ମୃତ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ମମତାଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

କୋଲକାତା,୧୧ା୧୧(ପି.ଟି.): ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗ ଉପକୂଳ ଜିଲାଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇବା ପରେ ବାଂଲାଦେଶରେ ପ୍ରବେଶ କରିଛି। ଏଥିରେ ପଶ୍ଚିମବଙ୍ଗରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ୧୩୫ କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବହିଥିଲା। ଫଳରେ ଶହ ଶହ ଗଛ ଭାଙ୍ଗିବା ସହିତ ଅନେକ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡିଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ରବିବାର କଥା ହୋଇଛନ୍ତି। ବୁଲ୍‌ବୁଲ୍‌ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ସମସ୍ତ କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ସେମାନେ ମମତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପଶ୍ଚିମବଙ୍ଗକୁ ୧୦ଟି ଏବଂ ଓଡ଼ିଶାକୁ ୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଯିବା ସହ ଆଉ ୧୮ଟି ଟିମ୍‌କୁ ଷ୍ଟାଣ୍ଡବାଏ ରଖାଯାଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପୂର୍ବ ଭାରତରେ ବାତ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା କରାଯାଉଛି ବୋଲି ମୋଦି ଟୁଇଟ୍‌ କରିଛନ୍ତି।
ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ସମେତ ପୂର୍ବ ମିଦନାପୁର ଜଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। କେବଳ ଉତ୍ତର ୨୪ ପ୍ରଗଣାରେ ବାତ୍ୟାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଗଛ ପଡ଼ି ଓ ୨ ଜଣଙ୍କର କାନ୍ଥ ଭୁଶୁଡି ମୃତ୍ୟୁ ହୋଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବ ମିଦନାପୁରରେ ଗଛ ତଳେ ଚାପିହୋଇ ଜଣେ ପ୍ରାଣ ହରାଇଛନ୍ତି। ଏପରିକି ଶନିବାର ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରବଳ ବର୍ଷାରେ ଗଛଡାଳ ଭାଙ୍ଗି କୋଲକାତା ସହରରେ ଥିବା ଏକ କ୍ଲବ୍‌ର ଜଣେ କର୍ମଚାରୀ ନିହତ ହୋଇଥିଲେ। ପ୍ରବଳ ବର୍ଷା ଯୋଗୁ ଶନିବାର ଦିନ ତମାମ ଲୋକେ ବାହାରକୁ ବାହାରିପାରି ନ ଥିଲେ।
ଶତାଧିକ ଗଛ ପଡ଼ି କୋଲକାତା ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ରାସ୍ତା ଅବରୋଧ ହୋଇଛି। ଏନ୍‌ଡିଆର୍‌ଏଫ୍‌ ସମେତ କୋଲକାତା ମ୍ୟୁନିସିପାଲ କର୍ପୋରେଶନ, ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ଗଛ କାଟି ଅବରୋଧମୁକ୍ତ କରିବାରେ ଲାଗିଛନ୍ତି। ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ବୁଲ୍‌ବୁଲ୍‌ ଶନିବାର ରାତି ସାଢ଼େ ୮ରୁ ସାଢ଼େ ୧୧ ମଧ୍ୟରେ ସୁନ୍ଦରବନ ଅତିକ୍ରମ କରିଥିଲା। ଧାନ୍‌ଚି ଜଙ୍ଗଲ ନିକଟରେ ସ୍ଥଳଭାଗ ଛୁଇଁବା ବେଳକୁ ଏହା କିଛିଟା ଦୁର୍ବଳ ହୋଇଯାଇଥିଲା। ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବା ସହିତ ବେଳେବେଳେ ୧୩୫ କିଲୋମିଟର ବେଗରେ ପ୍ରବାହିତ ହେଉଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ...

ସ୍କୁଟିକୁ ଧକ୍କା ଦେଲା ସଫାରୀ କାର୍, ୨ ସାଙ୍ଗଙ୍କ ମୃତ୍ୟୁ

ଧର୍ମଗଡ଼,୧୫।୧୨(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ...

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

Dhurandhar: ଫିଲ୍ମ ନିର୍ମାଣ ପାଇଁ ଲାଗିଥିଲା କେତେ ବର୍ଷ? ଜାଣନ୍ତୁ କେତେ ଟଙ୍କା ହୋଇଥିଲା ଖର୍ଚ୍ଚ

ମୁମ୍ବାଇ: ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଧୁରନ୍ଧର’ ବର୍ତ୍ତମାନ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ଏବଂ ଦର୍ଶକଙ୍କ ମଧ୍ୟରେ ଖୁବ ଚର୍ଚ୍ଚା ସୃଷ୍ଟି କରୁଛି।...

ମୋକିମଙ୍କ ବିଦା ପରେ ମୁହଁ ଖୋଲିଲେ ନରସିଂହ ମିଶ୍ର, କହିଲେ ନିଷ୍ପତ୍ତି ଉପରେ…

ଭୁବନେଶ୍ୱର,୧୫ା୧୨:  ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଆଜି ଦଳରୁ ବିଦା କରିଛି କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ...

୫୧ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା…ଗୋଟିଏ ଦଳରେ ୩ ଭାଇ

ନୂଆଦିଲ୍ଲୀ,୧୫।୧୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ନାମ୍ବିଆ ଏବଂ ଜିମ୍ବାୱେରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଦେଶ ଗୋଟିଏ ପରେ ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri