ପଲିଥିନମୁକ୍ତ ସହର ଗଠନ ଲକ୍ଷ୍ୟରେ ଏସ୍‌ଏଚ୍‌ଜି ମହିଳା

ଜୟପୁର,୮।୩ (ନି.ପ୍ର):ନିଜେ ସ୍ବାବଲମ୍ବୀ ହୋଇ ଜୟପୁରକୁ ପଲିଥିନ ମୁକ୍ତ ସହର ଗଠନ କରିବା ପାଇଁ ୧୦ ମହିଳା ଅଣ୍ଟା ଭିଡିଛନ୍ତି ା ୨୦୧୭ରେ ଜୟପୁର ସହରର ପାରାବେଢା ଅଞ୍ଚଳର ଉକ୍ତ ୧୦ ମହିଳା ମିଶିି ମା’ ସମଲେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ ା ୨୦୧୮ରେ ଜୟପୁର ପୌରପରିଷଦର ସହଯୋଗରେ ପେପରରେ ଠୁଙ୍ଗା ତିଆରି କରିବା ତାଲିମ ନେଇଥିଲେ ା ସେହି ଦିନଠାରୁ କିରଣ ବାହାଦୁର, ମିନତି ନାୟକ, ରିବିକା ହିୟାଲ. ପାର୍ବତୀ ମହାରଣା, କୁନି ମହାରଣା, ସାଇବାଣି ମହାରଣା, ପଦ୍ମା ବାହାଦୁର, ପି ନାଗାମଣି ବିମଳା ବୈରାଗୀ, କେ. ସବିତା ପାତ୍ର ନିଜ ଘର ସଂସାର କାମ ସାରି ଅପରାହ୍ନ ୨ ଟାରେ ଏସଏସଜି ଗ୍ରୁଫ ସଭାପତି କିରଣ ବାହାଦୁରଙ୍କ ଘରେ ଏକାଠି ହୁଅନ୍ତି ା ପେପର କେଜି ୧୭ ଟଙ୍କାରେ କିଣି ଠୁଙ୍ଗା ତିଆରି କରନ୍ତି ା ଅଧା କିଲୋ, ୧ କେଜି, ୨ କେଜି ଓଜନର ସାମଗ୍ରୀ ଧରିବା ଭଳି ଠୁଙ୍ଗା ପ୍ରସ୍ତୁତ କରନ୍ତି ଏହି ମହିଳାମାନେ ା ଦୈନିକ ୧୦ରୁ ୧୨ କେଜି ଠୁଙ୍ଗା ତିଆରି କରିଥାନ୍ତି ା ପରେ ଏହାକୁ ବିକ୍ରି କରିବା ଲାଗି ବାହାରି ପଡ଼ନ୍ତି ା ଠୁଙ୍ଗା କିଲୋ ପିଛା ୪୦ ଟଙ୍କା ଦରରେ ବିକ୍ରି କରନ୍ତି ା ଏଥିସହ ଦୋକାନ ଦୋକାନକୁ ଯାଇ ପଲିଥିନ ବର୍ଜନ କରିବାକୁ ସଚେତନ କରନ୍ତି ା ଏହି ପଲିଥିନ ଖାଇ ଗାଇଗୋରୁ ମୃତ୍ୟୁବରଣ କରୁଛନ୍ତି ା ଏହାକୁ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ା ତେଣୁ ପଲିଥିନ ମୁକ୍ତ ସହର ଗଠନ କରିବାକୁ ଲୋକଙ୍କୁ ସଚେତନ କରିଥାନ୍ତି ା ଏଥିସହ ଘରୁ ବ୍ୟାଗ ନେଇ ଜିନିଷପତ୍ର ଆଣିବାକୁ ପରାମର୍ଶ ଦେଇଥାନ୍ତି ଏହି ମହିଳାମାନେ ା ସେମାନଙ୍କ କହିବା କଥା ହେଲା, ଘରେ ବସି ବସି ସମୟ ନଷ୍ଟ କରିବା ଅପେକ୍ଷା ନିଜକୁ ଆତ୍ମନିର୍ଭରଶୀଳ କରିବା ଉଚିତ୍‌ ା ପୌରପରିଷଦ ସହଯୋଗରେ ସ୍ଥାନୀୟ ଏକ ବ୍ୟାଙ୍କରୁ ୭୦ ହଜାର ଟଙ୍କା ଋଣ ଆଣିଛୁ ା ସ୍ବାମୀଙ୍କ ଉପରେ ନିର୍ଭର ନ କରି ଯାହା ରୋଜଗାର ହୁଏ ସେମାନେ ନିଜ ଖର୍ଚ୍ଚ ଉଠାଇଥାନ୍ତି ବୋଲି କହିଛନ୍ତି ା ସମାଜକୁ ସୁସ୍ଥ ସୁନ୍ଦର ରଖିବା ଆମର କର୍ତ୍ତବ୍ୟ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri