Posted inଫୁରସତ

ପର୍ସ ହଜିବା ପରେ ଆକାଉଣ୍ଟକୁ ଆସିବାରେ ଲାଗିଲା ଟଙ୍କା

ବେଳେବେଳେ ପର୍ସ ହଜିବା କିମ୍ବା ଚୋରି ହେଉଥିବା ଶୁଣିଥିବେ। କିନ୍ତୁ ପର୍ସ ହଜିବା ପରେ ଆଉ ମିଳିବ ବୋଲି ଖୁବ୍‌ କମ୍‌ ଆଶା ଥାଏ। ମାତ୍ର ଜଣେ ବ୍ୟକ୍ତିଙ୍କର ପର୍ସ ହଜିବା ପରେ ତାଙ୍କ ଆକାଉଣ୍ଟକୁ ଥରକୁ ଥର ଟଙ୍କା ଆସିବାରେ ଲାଗିଲା। ଘଟଣା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏପରି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ ରହୁଥିବା ଟିମ୍‌ କ୍ୟାମରନ୍‌ଙ୍କ କ୍ଷେତ୍ରରେ। ଦିନେ ସେ ଅଫିସରୁ କାମ ସାରି ଘରକୁ ଫେରୁଥିବାବେଳେ ରାସ୍ତାରେ ତାଙ୍କ ପର୍ସ ହଜିଯାଇଥିଲା। ଏଥିରେ କିଛି ଟଙ୍କା ଏବଂ ଏଟିଏମ୍‌ କାର୍ଡ ମଧ୍ୟ ଥିଲା। କିନ୍ତୁ ପର୍ସଟିକୁ ଜଣେ ସଚ୍ଚୋଟ ଲୋକ ପାଇଥିଲେ। ବ୍ୟକ୍ତିଜଣକ କ୍ୟାମରନ୍‌ଙ୍କ ସନ୍ଧାନ ପାଇଁ ଅନ୍‌ଲାଇନ୍‌ ବ୍ୟାକିଂର ସହାୟତା ନେଇଥିଲେ।


ଏକ ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତିଜଣକ କ୍ୟାମରନ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ୪ ଥର ଟଙ୍କା ଜମା କରିଛନ୍ତି। ଏଥିସହ ପ୍ରତିଥର କ୍ୟାମରନ୍‌ଙ୍କ ନିକଟକୁ ନୂଆ ନୂଆ ତଥ୍ୟ ଆସିଥାଏ। ବ୍ୟକ୍ତିଜଣକ ଶେଷରେ ଏଥିରେ ଏକ ଫୋନ୍‌ ନମ୍ବର ଲେଖି କ୍ୟାମରନ୍‌ଙ୍କ ନିକଟକୁ ପଠାଇଥିଲେ। କ୍ୟାମରନ୍‌ ଫୋନ୍‌ କରି ତାଙ୍କଠାରୁ ସମସ୍ତ କଥା ବୁଝି ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ବ୍ୟକ୍ତିଜଣକ ସୋସିଆଲ ମିଡିଆରେ ପର୍ସର ଫଟୋ ସହ ଜମା ରସିଦ ଶେୟାର କରିଥିଲେ। ଏହା ଦେଖି ୟୁଜରମାନେ ତାଙ୍କୁ ନାନା ପ୍ରଶ୍ନ ପଚାରିବାରେ ଲାଗିଲେ। ତୁମେ କ୍ୟାମରନ୍‌ଙ୍କ ପତ୍ତା କେମିତି ପାଇଲ? ତାଙ୍କ ପାଖକୁ ଟଙ୍କା କିପରି ପଠାଇଲ? ଏହାର ଉତ୍ତରରେ ସେ କହିଛନ୍ତି, ବ୍ରିଟେନ୍‌ର କାର୍ଡ ଉପରେ ବ୍ୟାଙ୍କର ସବିଶେଷ ତଥ୍ୟ ରହିଥାଏ, ଯେଉଁଥିରୁ ସେ ଜାଣିବାକୁ ପାଇଥିଲେ। ଆଉ ଏହା ସହାୟତାରେ କ୍ୟାମରନ୍‌ଙ୍କ ପର୍ସରେ ଥିବା ଅର୍ଥ ତାଙ୍କୁ ଫେରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri