ପର୍ଯ୍ୟଟନସ୍ଥଳର ବିକାଶ

ବୌଦ୍ଧ ଜିଲା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର। ପ୍ରାଚୀନ କୀର୍ତ୍ତିରାଜି, ଐତିହାସିକ କଳାକୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଏହି ଜିଲାରେ ଭରି ରହିଛି। ଏଠାରେ ଥିବା ଇକୋ ଟୁରିଜମର ପର୍ଯ୍ୟାପ୍ତ ସୁଯୋଗ ଜିଲାର ବିକାଶ ପାଇଁ ବାଟ ଫିଟାଇଛି। ତଥାପି ପର୍ଯ୍ୟଟନସ୍ଥଳର ଉନ୍ନତି ହୋଇପାରୁନି। ଏଥିପାଇଁ ପ୍ରଶାସନିକ ଏବଂ ରାଜନୈତିକସ୍ତରରେ ପ୍ରୟାସ ନାହିଁ। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି। ବୌଦ୍ଧ ସହରର ରାଜପ୍ରାସାଦ ନିକଟରେ ଥିବା ପଦ୍ମଫୁଲ ଆକୃତି ସିଂହାସନ ଉପରେ ୭ଫୁଟ ଉଚ୍ଚର ଭୂମିସ୍ପର୍ଶୀ ବୁଦ୍ଧଙ୍କ ମୂର୍ତ୍ତି ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। କଳା ମୁଗୁନି ପଥରରେ ନିର୍ମିତ ଶାନ୍ତ ମୁଦ୍ରାରେ ଥିବା ଏହି ମୂର୍ତ୍ତିକୁ ଦର୍ଶନ ପାଇଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସିଥାନ୍ତି। ସେହି ବୁଦ୍ଧ ମୂର୍ତ୍ତି ଜିଲାର ନାମକୁ ସାର୍ଥକ କରୁଛି। ସେହିପରି ବୌଦ୍ଧ ସହରଠାରୁ ମହାନଦୀ କୂଳେ କୂଳେ ଜଗନ୍ନାଥ ସଡ଼କରେ ଗଲେ ପରଗଳପୁର ଓ ଶ୍ୟାମସୁନ୍ଦରପୁରରେ ରହିଛି ବୁଦ୍ଧବିହାର। ସେହି ବୁଦ୍ଧକୀର୍ତ୍ତି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଥିଲେ ମଧ୍ୟ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ଗୁରୁତ୍ୱ ଦିଆଯାଇନାହିଁ। ଫଳରେ ତାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ। ବୁଦ୍ଧବିହାରର ଭଗ୍ନାବଶେଷ ମଧ୍ୟ ରାଜ୍ୟ ପ୍ରନତ୍ତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ। ଅଷ୍ଟମ ଶତାବ୍ଦୀରେ ବୌଦ୍ଧର ଭଞ୍ଜ ରାଜାମାନଙ୍କ ଦ୍ୱାରା ନିର୍ମିତ କାରୁକାର୍ଯ୍ୟରେ ଭରପୂର ଗନ୍ଧରାଢି ମନ୍ଦିର ଓ ନବମ ଶତାବ୍ଦୀରେ ସୋମବଂଶୀମାନଙ୍କ ଦ୍ୱାରା ବୌଦ୍ଧ ସହରରେ ନିର୍ମିତ ରାମେଶ୍ୱର ମନ୍ଦିର ପର୍ଯ୍ୟଟକମାନଙ୍କ ଦର୍ଶନ ଓ ଗବେଷଣା ପାଇଁ ଅନେକ ସୁଯୋଗ ସୃଷ୍ଟି କରେ। ସେହିପରି ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତର ପାତାଳୀ ଶ୍ରୀକ୍ଷେତ୍ର, ନାୟକପଡା ଗୁମ୍ପା ଓ କଣ୍ଟାମାଳ ରେଘାମୁଣ୍ଡାର ଦେଢଶୁର ଭାଇବୋହୂ ପାହାଡ ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ହରଭଙ୍ଗା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ ଭୈରବୀଙ୍କ ମନ୍ଦିର, ରାମଗଡ଼ ଓ କରଡିରେ ଥିବା ଶିବ ମନ୍ଦିର, ମହାନଦୀ ନିକଟସ୍ଥ ପଦ୍ମତୋଳା ଅଭୟାରଣ୍ୟ, ତଳଗାଁ ଡମକୁଚର ମନଲୋଭା ପ୍ରାକୃତିକ ଦୃଶ୍ୟ, ମହାନଦୀ ଗର୍ଭରେ ରହିଥିବା ହନୁମାନ ମନ୍ଦିର, ମହାନଦୀ ଭିତରେ ଥିବା ମର୍ଜାକୁଦ ଇକୋ ଟୁରିଜମର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି। ରାଜ୍ୟ ସରକାର ଉପରୋକ୍ତ ପର୍ଯ୍ୟଟନସ୍ଥଳର ବିକାଶ କରାଇପାରିଲେ ବୌଦ୍ଧ ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସୃଷ୍ଟି କରିବ। ସେହିପରି ପର୍ଯ୍ୟଟନର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଗଲେ ଜିଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri