ପର୍ଯ୍ୟଟନ କ୍ଷେତ୍ର ଶ୍ରୀନୀଳମାଧବ ପୀଠ: ରୋପୱେ ଯୋଜନା ଫାଇଲ ତଳେ

ଖଣ୍ଡପଡ଼ା,୨୬ା୧(ସ୍ବ.ପ୍ର.): ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ବୟସାଧିକ ଓ ଭିନ୍ନକ୍ଷମ କାରଣରୁ ପାହାଡ ଚଢି ମନ୍ଦିରକୁ ଯିବା କଷ୍ଟସାଧ୍ୟ ହେଉଛି। ଏଥିପାଇଁ ଏଠାରେ ଏକ ରୋପୱେ ପ୍ରକଳ୍ପ ପାଇଁ ପରିକଳ୍ପନା କରାଯାଇ ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମାତ୍ର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
କଣ୍ଟିଲୋ ନୀଳମାଧବ ମନ୍ଦିରଟି ମହାନଦୀକୂଳ ବ୍ରହ୍ମାଦ୍ରୀ ଓ ପଦ୍ମାଦ୍ରୀ ପାହାଡ ଶୀର୍ଷ ଦେଶରେ ଅବସ୍ଥିତ। ଏହାର ଚତୁଃପାର୍ଶ୍ୱରେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ରହିଛି। ପ୍ରତି ଦ୍ୱାରରେ ୫୪ଟି ସୁଉଚ୍ଚ ପାବଚ୍ଛ ଶ୍ରେଣୀ ଥିବାରୁ ଏଥିରେ ଜଣେ ସାଧାରଣ ପର୍ଯ୍ୟଟକ ଚଢିବା କଷ୍ଟସାଧ୍ୟ ହୋଇଥାଏ । ଏପରି କି ଜଣେ ଅକ୍ଷମ ତଥା ବୟସ୍କ ଶ୍ରଦ୍ଧାଳୁ ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ଏହି ପାବଚ୍ଛ ଚଢି ଯିବା ଅସମ୍ଭବ ହୋଇଥାଏ । ଯାତ୍ରୀମାନଙ୍କ ଏପରି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଲୋକ ପ୍ରତିନିଧି, ଜିଲା ଓ ରାଜ୍ୟ ପ୍ରଶାସନ ପାଖରେ ଦାବି ହୋଇଆସୁଥିଲା। ଏପରିସ୍ଥଳେ ୨୦୧୪ ନଭେମ୍ବର ୧୩ ତାରିଖରେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଓ ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜାନକୀ ବଲ୍ଲଭ ମହାପାତ୍ର ନୀଳମାଧବ ଜୀଉଙ୍କ ପରିଦର୍ଶନରେ ଆସିବା ସମୟରେ ପାହାଡ ଉପରକୁ ଚଢି ଠାକୁରଙ୍କୁ ଦର୍ଶନ କରିବା ଯାତ୍ରୀମାନଙ୍କ ପାଇଁ କିପରି ସମସ୍ୟା ସୃଷ୍ଟି କରୁଛି ସେ ସମ୍ପର୍କରେ ଅବଗତ ହୋଇଥିଲେ। ପରେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ରହିଥିବା ପର୍ଯ୍ୟଟନ ସ୍ଥଳକୁ ଯେପରି ରୋପ ୱେ ଦ୍ୱାରା ପର୍ଯ୍ୟଟକମାନେ ଯାଇଥାନ୍ତି ସେପରି ଏକ ପ୍ରକଳ୍ପ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୧୬ ମାର୍ଚ୍ଚ ୧ତାରିଖରେ ବିଧାୟକ ଓ ଜଳ ସମ୍ପଦ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲିଙ୍ଗରାଜ ଆସୋସିଏଟ୍‌ ହୀରାକୁଦ ରୋପୱେର କନ୍‌ସଲଟାଣ୍ଟ ସର୍ଭେ କରି ମନ୍ଦିର ପଶ୍ଚିମପାର୍ଶ୍ୱ ପାଦଦେଶରୁ ପାହାଡର ଶୀର୍ଷ ଭାଗକୁ ପ୍ରାୟ ୧୭୫ ମିଟର ରୋପ ୱେ କରାଯିବାକୁ ମତପୋଷଣ କରିଥିଲେ। ପ୍ରାଥମିକ ସର୍ଭେ କ୍ରମେ ଏହି ପ୍ରକଳ୍ପର ବଜେଟ ପ୍ରାୟ ସାଢେ ୩ରୁ ୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଥିଲା । ଏହି ସର୍ଭେ ରିପୋର୍ଟକୁ ନୟାଗଡ ଜିଲାପାଳଙ୍କୁ ପ୍ରଦାନ କରାଯିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଆର୍ଥତ୍କ ଅନୁଦାନ ପାଇଁ ଏହାର ଡିପିଆର ଓ ଡ୍ରଇଂ ଡିଜାଇନ ପର୍ଯ୍ୟଟନ ବିଭାଗରୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ଅନୁଦାନ ମଞ୍ଜୁର ପରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏ ଦିଗରେ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ନ ହେବାରୁ ଏହି ପ୍ରକଳ୍ପ ସ୍ବପ୍ନରେ ରହିଯାଇଛି। ଏ ସମ୍ପର୍କରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଏ ନେଇ ପର୍ଯ୍ୟଟନ ବିଭାଗ ସହ ଯୋଗାଯୋଗ ହୋଇଥିଲା, କିନ୍ତୁ କେଉଁଥିପାଇଁ କାର୍ଯ୍ୟ ଅଟକିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବର୍ତ୍ତମାନର ସ୍ଥାନୀୟ ବିଧାୟକ ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟିଦେଲେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri