ପର୍ଯ୍ୟଟକଙ୍କୁ ଭରପୂର ମନୋରଞ୍ଜନ ଦେବ ପୁରୀ ବେଳାଭୂମି: ବ୍ଲୁ ଫ୍ଲାଗ ପରେ ଏବେ ନୀଳାଦ୍ରି ବିଚ୍‌

ପୁରୀ ଅଫିସ, ୧୭।୧୧: ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ଦେଶ, ବିଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି। ଶ୍ରୀମନ୍ଦିର ପରେ ପର୍ଯ୍ୟଟକଙ୍କ ଖାସ୍‌ ଆକର୍ଷଣ ସାଜିଥାଏ ପୁରୀ ବେଳାଭୂମି। ତେଣୁ ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସୁବିଧା ଦେବା ପାଇଁ ତିଆରି ଚାଲିଛି ବ୍ଲୁ ଫ୍ଲାଗ ବିଚ୍‌। ରାଜଭବନ ପଛରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ୮୦୦ ମିଟର ଅଞ୍ଚଳରେ ଏହି କାମ ଦ୍ରୁତଗତିରେ ଚାଲିଛି। ନୂଆବର୍ଷକୁ ବ୍ଲୁ ଫ୍ଲାଗ ବିଚ୍‌ ପର୍ଯ୍ୟଟକଙ୍କୁ ଭେଟି ଦେବା ଲାଗି ପ୍ରଶାସନ ଲକ୍ଷ୍ୟ ରଖିଥିବାବେଳେ ପର୍ଯ୍ୟଟକଙ୍କ ଭରପୂର ମନୋରଞ୍ଜନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନୀଳାଦ୍ରି ବିଚ୍‌ ନାମରେ ୫୦୦ ମିଟର ଅଞ୍ଚଳରେ ନାଚ, ଗୀତଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଆଦିର ଆୟୋଜନ କରାଯିବା ପାଇଁ ପ୍ରଶାସନ ଯୋଜନା କରିଛି।

ବାତ୍ୟା ଫନୀରେ ଦୋହଲି ଯାଇଥିବା ପୁରୀ ପର୍ଯ୍ୟଟନ ଶିଳ୍ପ ଧୀରେ ଧୀରେ ସଜାଡ଼ିି ହୋଇଗଲାଣି। ପୂର୍ବାପେକ୍ଷା ପର୍ଯ୍ୟଟକଙ୍କୁ ଅଧିକ ସେବା, ସୁବିଧା ଦେବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। ବିଶେଷକରି ବ୍ଲୁ ଫ୍ଲାଗ ବିଚ୍‌ରେ ପର୍ଯ୍ୟଟକମାନେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ପାଇପାରିବେ। ଏହି ବ୍ଲୁ ଫ୍ଲାଗ ବିଚ୍‌କୁ ଲାଗି ଅର୍ଥାତ୍‌ ମେ ଫେୟାର ହୋଟେଲଠାରୁ ବାଙ୍କୀ ମୁହାଣ ପର୍ଯ୍ୟନ୍ତ ୫୦୦ ମିଟର ଅଞ୍ଚଳକୁ ନୀଳାଦ୍ରି ବିଚ୍‌ ଭାବେ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ସାଙ୍ଗକୁ କ୍ରୀଡ଼ା, ଚଳଚ୍ଚିତ୍ର, ଖାଦ୍ୟ ଷ୍ଟଲର ମଜ୍ଜା ନେଇପାରିବେ ପର୍ଯ୍ୟଟକ। ଏହି ସାଂସ୍କୃତିକ ମେଳା ପ୍ରାଥମିକ ପର୍ଯ୍ୟାୟରେ ୩ ମାସ (ଡିସେମ୍ବରରୁ ଜାନୁୟାରୀ) ପର୍ଯ୍ୟନ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯଦି ଆବଶ୍ୟକ ପଡ଼େ ଏହାକୁ ବୃଦ୍ଧି କରାଯିବ। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର ପ୍ରକ୍ରିୟା ସରିବା ପରେ ଖୁବଶୀଘ୍ର କାମ ଆରମ୍ଭ ହେବ। ଏହି ୫୦୦ ମିଟର ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ ବସିବା ସ୍ଥାନ, ଶୌଚାଳୟ, ପରିଶ୍ରାଗାର, ମୁକ୍ତାକାଶ ବ୍ୟାୟାମଶାଳା, ମୁକ୍ତାକାଶ ରଙ୍ଗମଞ୍ଚ ପ୍ରସ୍ତୁତ କରାଯିବ। ନୀଳାଦ୍ରି ବିଚ୍‌ ପ୍ରକଳ୍ପ ଖର୍ଚ୍ଚ ହୃଦୟ ଯୋଜନା ପାଣ୍ଠିରୁ ଭରଣା କରାଯିବ। ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏଥିଲାଗି ଦାୟିତ୍ୱ ଦିଆଯାଇଛି। ସେହିପରି ସପ୍ତାହାନ୍ତ କାର୍ଯ୍ୟକ୍ରମ ମଧ୍ୟରେ ନୃତ୍ୟ, ଗୀତ ସାଙ୍ଗକୁ ଭଲିବଲ, ଫୁଟବଲ ସହିତ ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା ରହିବ। ମନୋରଞ୍ଜନ ଜୋନ ମଧ୍ୟରେ ବ୍ୟଙ୍ଗ ଅଭିନୟ, ଫିଲ୍ମ ଫେଷ୍ଟିଭାଲର ମଧ୍ୟ ସୁବିଧା ଉପଲବ୍ଧ ହେବ। ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏଭଳି ପରିକଳ୍ପନା କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri