‘ପରୀକ୍ଷା ପେ ଚର୍ଚ୍ଚା’ରେ ଭାଗନେବେ ସାଇଦତ୍ତ

ଅନୁଗୋଳ ଅଫିସ, ୬।୧: ଜାନୁୟାରୀ ୨୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାଗନେବାକୁ ମନୋନୀତ ହୋଇଛନ୍ତି ଅନୁଗୋଳର ଛାତ୍ର ସାଇଦତ୍ତ ବିଗ୍ନେଶ। ଓଡ଼ିଶାରୁ ମନୋନୀତ ହୋଇଥିବା ୨୮ଜଣଙ୍କ ଭିତରେ ସ୍ଥାନ ପକ୍କା କରି ସେ ଜିଲା ପାଇଁ ଆଣିଛନ୍ତି ଗୌରବ। ଏ ନେଇ ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ଚିଠି ଆସି ପହଞ୍ଚତ୍ଛି। ଏହାପରେ ସାଇଦତ୍ତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ବିଜ୍ଞାନ ଶ୍ରେଣୀର ଛାତ୍ର ହେଉଛନ୍ତି ସାଇଦତ୍ତ। ବୋର୍ଡ ପରୀକ୍ଷାରେ କିଭଳି ଭଲ ମାର୍କ ରଖିହେବ ସେ ସମ୍ପର୍କରେ ସାଇଦତ୍ତ ପ୍ରଶ୍ନ କରିଥିଲେ। ଓଡ଼ିଶାରୁ ଚୟନ ହୋଇଥିବା ୨୮ଜଣଙ୍କ ଭିତରେ ତାଙ୍କ ପ୍ରଶ୍ନ ଏକ ନମ୍ବରରେ ରହିଛି। ଏହା ହିଁ ତାଙ୍କୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗ ନେବାକୁ ରାସ୍ତା କଢ଼ାଇଥିବା କୁହାଯାଉଛି। ଦିଲ୍ଲୀର ତାଲକୋଟ୍ରା ଷ୍ଟାଡ଼ିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।
ସୂଚନାଯୋଗ୍ୟ, ଡିସେମ୍ବର ୭ରୁ ୨୩ ତାରିଖ ଯାଏ ସାରା ଦେଶରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଅନ୍‌ଲାଇନ୍‌ରେ ପରୀକ୍ଷା ହୋଇଥିଲା। ଏଥିରେ ନବମରୁ ଦ୍ୱାଦଶ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଥିଲେ। ଆଶାୟୀମାନେ ନାମ ରେଜିଷ୍ଟ୍ରେଶନ କରିବା ସହ କମ୍ପ୍ୟୁଟରରେ ଅନ୍‌ଲାଇନ୍‌ ପରୀକ୍ଷା ଦେଇଥିଲେ। ଏଥିରେ ୫ଟି ବିଷୟରେ ପ୍ରଶ୍ନ ପଚରା ଯାଇଥିଲା। ରେଜିଷ୍ଟ୍ରେଶନ୍‌ କରିଥିବା ଛାତ୍ରୀଛାତ୍ରଙ୍କ ପ୍ରଶ୍ନ ଲକି ଡ୍ର ମାଧ୍ୟମରେ ଉଠାଣ ହୋଇଥିଲା। ଏଥିରେ ସାଇଦତ୍ତ ଚୟନ ହୋଇଛନ୍ତି। ବିଦ୍ୟାଳୟରୁ ମୋଟ ୭୫ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସାଇଦତ୍ତଙ୍କ ବାପା ବିଜୟ କେତନ ନାଏକ ଜଣେ ଆଇନଜୀବୀ। ମା’ ମଧୁସ୍ମିତା ଜେନା ଏଲ୍‌ଆଇସି ଏଜେଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି। ପୁଅର ଏଭଳି ସଫଳତା ପରେ ଉଭୟ ଖୁସିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୭ ପୌରସଂସ୍ଥାର ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ମାର୍ଚ୍ଚ ସୁଦ୍ଧା ୩୬ ନବଗଠିତ ୱାର୍ଡ଼ ହେବ ସୀମା ନିର୍ଦ୍ଧାରଣ

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ): ୨୦୨୭ରେ ପଞ୍ଚାୟତ ଏବଂ ପୌରସଂସ୍ଥା ଗୁଡ଼ିକର ନିର୍ବାଚନ କରିବା ପାଇଁ ସରକାର ଯୋଜନା ରଖିଛନ୍ତି। ତେଣୁ ସରକାର ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ମୃତଚାଷୀଙ୍କ ସମ୍ପର୍କୀୟ

ଲୋଇସିଂହା,୩।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (କ) ଗ୍ରାମର ଯୁବଚାଷୀ ବଳରାମ ପଧାନଙ୍କ ଧାନ ବିକ୍ରି ଟଙ୍କା କେରଳ ସ୍ଥିତ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଅମରପାଲି,୩।୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା…

ଭାଜପା ନେତାଙ୍କ ଘର ଉପରକୁ ଆକ୍ରମଣ, ଘର ଭଙ୍ଗାରୁଜା କରି…

ମୋହନା,୩।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଭାଜପା ନେତାଙ୍କ ବାସଭବନକୁ ସଂଘବଦ୍ଧ ଆକ୍ରମଣ । ପୂର୍ବତନ ଭାଜପା ଗଜପତି ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ…

୯୮ ଥର ରକ୍ତଦାନକରି ଚର୍ଚ୍ଚାରେ କିଶୋର: ଅନେକ ଲୋକଙ୍କ ଜୀବନ…

ନୂଆପଡ଼ା,୩ା୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କିଶୋର କୁମାର ପରିଡ଼ା ୯୮ ଥର ରକ୍ତଦାନକରି ଚର୍ଚ୍ଚାରେ ଅଛନ୍ତି। ସ୍ବେଚ୍ଛାକୃତ ରକ୍ତଦାନ…

୪ ପ୍ରସ୍ତାବରେ ସରକାର ରାଜି ହେଲେ ଆତ୍ମସମର୍ପଣ କରିବୁ: ସର୍ତ୍ତ ରଖିଲେ ମାଓବାଦୀ ନେତା ନିଖିଳ

ରାୟଗଡ଼ା,୩ା୨(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ମାର୍ଚ୍ଚ ୩୧ ଡେଡ୍‌ଲାଇନ ଦେବା ସହିତ ଭାରତୀୟ ଗଣତନ୍ତ୍ରରେ ସାମିଲ ହେବା ଲାଗି ଚେତାବନୀ…

ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହେଲେ, ସମୀର ନାୟକରୁ ଏବେ ସମୀରା ମାଡାମ

ଖଲ୍ଲିକୋଟ,୩।୨ (ପ୍ରଶାନ୍ତ କୁମାର ମିଶ୍ର): ପୁଅ ଥିଲେ ଝିଅ ହୋଇଗଲେ। ସମୀର ନାୟକରୁ ବନିଗଲେ ସମୀରା ମାଡାମ । ଓଡିଶାର ପ୍ରଥମ ଟ୍ରାନ୍ସ ଓମେନ ଆର୍ଟିଷ୍ଟ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri