ଯାଜପୁର ଅଫିସ,୧ା୧୧:ଯାଜପୁର ଜିଲାକୁ ଦେଖିଲେ ଏଠାରେ ଶିଳ୍ପକୁ ଅଗ୍ରାଧିକାର ଦିଆଯାଉଛି ଏବଂ କୃଷିକୁ ଉପେକ୍ଷା କରାଯାଉଥିବା ମନେ ହେଉଛି। ଜିଲାର ଚାଷୀମାନେ ଶିଳ୍ପ ପ୍ରଦୂଷଣଜନିତ ବିଷ ବଳୟରେ ଗଭୀର ପ୍ରଭାବିତ ହେଉଛନ୍ତି। ଏହାସାଙ୍ଗକୁ ରୋଗ ପୋକ, ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ସେମାନଙ୍କ ଆଶାକୁ ଧୂଳିସାତ୍ କରିଦେଉଛି। ଏହାସତ୍ତ୍ୱେ କଠିନ ପରିଶ୍ରମ କରି ଯାହାବି ଫସଲ ଉତ୍ପାଦନ କରୁଛନ୍ତି, ସେଥିରେ ଜୀବନଧାରଣ କରିବାର ସୁଯୋଗ ଥିଲେ ମଧ୍ୟ ସେଥିରୁ ସେମାନେ ବଞ୍ଚତ୍ତ ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଲା ଫସଲକୁ ସାଇତି ରଖିବାର ସୁଯୋଗ ନ ମିଳିବା। ଏଥିପାଇଁ ସେମାନେ କମ୍ ମୂଲ୍ୟରେ ଫସଲ ବିକ୍ରି କରି ସର୍ବସ୍ବାନ୍ତ ହେଉଛନ୍ତି। ଜିଲାରେ ପ୍ରାୟ ୧୮ ହଜାର ହେକ୍ଟର ଜମିରେ ହେଉଥିବା ପନିପରିବା ଚାଷ ପାଇଁ ଯାଜପୁର ଓ କଟକ ଜିଲା ସୀମାନ୍ତରେ ମାତ୍ର ଗୋଟିଏ ଶୀତଳ ଭଣ୍ଡାର ରହିଛି, ଯାହାକି କୃଷି ପ୍ରତି ସରକାରଙ୍କ ଅବହେଳାକୁ ସ୍ପଷ୍ଟ କରୁଛି। ପନିପରିବା ଚାଷ ପାଇଁ ଅନେକ ସରକାରୀ ଯୋଜନା ରହିଥିଲେ ହେଁ ତାହା କେବଳ କାଗଜକଲମରେ ସୀମିତ ରହୁଛି।
ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଆଳରେ ବିଭିନ୍ନ ଘରୋଇ କମ୍ପାନୀ ଓ ଶିଳ୍ପସଂସ୍ଥାକୁ ବିପୁଳ ପରିମାଣର ଭୂଖଣ୍ଡ ସୁବିଧାରେ ସରକାର ଶିଳ୍ପପତିମାନଙ୍କ ହାତକୁ ଟେକି ଦେଉଛନ୍ତି। ଜିଲାରେ ପ୍ରାକୃତିକ ସମ୍ପଦ ସହ ଖରସ୍ରୋତା, ବ୍ରାହ୍ମଣୀ ଓ ବୈତରଣୀର ଜଳରାଶି ଶିଳ୍ପାୟନ ପାଇଁ ଆକର୍ଷଣର ଉପାଦାନ ହୋଇଛି। ହେଲେ ଚାଷୀଙ୍କ ପାଇଁ ନଦୀରୁ ଜଳସେଚନ ବ୍ୟବସ୍ଥା କରିବାରେ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାର ନଦୀ ଅବବାହିକାରୁ ଉଚ୍ଚ ଚାଷଜମିକୁ ଜଳସେଚନ କରିବା ନିମନ୍ତେ ୨୦୧୧-୧୨ ଆର୍ଥିକ ବର୍ଷରୁ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। ହେଲେ ଦୀର୍ଘ ବର୍ଷ ହେଲା ଏହା ଚାଷୀଙ୍କ କାର୍ଯ୍ୟରେ ନ ଲାଗି କେବଳ ଠିକାଦାର ପୋଷା ନୀତିରେ ଚାଲିଥିବା ନେଇ ଚାଷୀ ମହଲରେ କ୍ଷୋଭପ୍ରକାଶ ପାଇଛି। ଖାଲି ସେତିକି ନୁହେଁ, ଜିଲାରେ ଆବଶ୍ୟକ ଅନୁସାରେ ଶୀତଳ ଭଣ୍ଡାର ଖୋଲିବାରେ ସରକାର ଆଦୌ ଆଗ୍ରହ ଦେଖାଉନାହାନ୍ତି। ସାରା ରାଜ୍ୟରେ ପନିପରିବା ଚାଷ ପାଇଁ ପ୍ରସିଦ୍ଧ ଯାଜପୁର ଜିଲା ଛତିଆରେ ୪,୯୦୦ ମେଟ୍ରିକ୍ ଟନ୍ (ଏମ୍ଟି) କ୍ଷମତା ବିଶିଷ୍ଟ ଏକମାତ୍ର ଶୀତଳ ଭଣ୍ଡାର ରହିଛି। ଅନ୍ୟପକ୍ଷେ ଗତ ୮ ବର୍ଷ ହେବ ପାଣିକୋଇଲି ନିକଟରେ ୫ ହଜାର ଏମ୍ଟି କ୍ଷମତା ବିଶିଷ୍ଟ ନିର୍ମାଣାଧୀନ ଶୀତଳ ଭଣ୍ଡାର ବନ୍ୟା ପାଣିରେ ନଷ୍ଟ ହୋଇସାରିଛି। ଏହାର ପୁନରୁଦ୍ଧାର ପାଇଁ ବିଭାଗ ପକ୍ଷରୁ ଆନ୍ତରିକତା ନଥିବା ମନେ ହେଉଛି। ପ୍ରଶାସନିକ ସହଯୋଗ ଓ ବ୍ୟାଙ୍କ୍ର ଆବଶ୍ୟକ ସହାୟତା ଅଭାବରୁ ଏହି ଶୀତଳଭଣ୍ଡାର ଅଧାପନ୍ତରିଆ ଅବସ୍ଥାରେ ଅଟକଛି। ଏହାକୁ ଛାଡ଼ିଦେଲେ, ୩୦ ଏମ୍ଟି କ୍ଷମତା ବିଶିଷ୍ଟ ଛୋଟ ଛୋଟ ଶୀତଳ ଭଣ୍ଡାର ମଧ୍ୟ ଜିଲାରେ ହୋଇପାରିନାହିଁ। ଏହାଦ୍ୱାରା ଜିଲାର ଚାଷୀକୁଳ ଅଧିକାଂଶ ସମୟରେ ଅଭାବୀ ବିକ୍ରୀର ଶିକାର ହେଉଛନ୍ତି। ଧର୍ମଶାଳା, ରସୁଲପୁର, ବଡ଼ଚଣା, ସୁକିନ୍ଦା, ଦଶରଥପୁର, ବିଞ୍ଝାରପୁର ବ୍ଲକରେ ସର୍ବାଧିକ ପନିପରିବା ଚାଷ ହେଉଛି। ଜିଲାର ବାରବାଟୀ ବଜାରର ପନିପରିବା ହାଟ ପାଇଁ ପ୍ରସିଦ୍ଧି ରହିଛି। ବିଭିନ୍ନ ଯୋଜନା ସମେତ ପରିବା ସଂରକ୍ଷଣ ପାଇଁ ପ୍ୟାକିଂ ଗୃହ ନିର୍ମାଣ, ୩୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଶୀତଳୀକରଣ ଗୃହ, ୬ ଟନ କ୍ଷମତା ବିଶିଷ୍ଟ ପ୍ରାକ ଶୀତଳୀକରଣ ପ୍ରକଳ୍ପ, ସମନ୍ବିତ ପ୍ୟାକିଂ ଗୃହ, ଭ୍ରାମ୍ୟମାଣ ପ୍ରାଥମିକ ଶୀତଳୀକରଣ ପ୍ରକଳ୍ପ, ସର୍ବାଧିକ ୫ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ନିର୍ମାଣ/ପ୍ରଶସ୍ତୀକରଣ/ଉନ୍ନତୀକରଣ ପ୍ରଭୃତି ଯୋଜନା ରହିଛି। ହେଲେ ଏହିସବୁ କେବଳ ଯୋଜନାରେ ସୀମିତ।
ରସୁଲପୁର ବ୍ଲକ ଅଞ୍ଚଳର ପନିପରିବା ଚାଷୀ ସୁଦୀପ ନାଏକ, ମଙ୍ଗୁଳି ପଣ୍ଡା ଓ ସୁଶାନ୍ତ ବେହେରା କୁହନ୍ତି, ବର୍ତ୍ତମାନ ପନିପରିବା ଭଲ ଦାମରେ ବିକ୍ରି ହେଉଥିଲେ ହେଁ କିଛି ପଚିଶଢି ନଷ୍ଟ ହେଉଛି। ଆସନ୍ତା ଡିସେମ୍ବର ବେଳକୁ ପନିପରିବା ଦର ବହୁତ କମିଯିବ। ନିକଟରେ ଶୀତଳ ଭଣ୍ଡାର ଥିଲେ, ପରିବା ସଂରକ୍ଷଣ କରି ଉପଯୁକ୍ତ ଦରରେ ବିକ୍ରି କରି ପାରିଥାନ୍ତୁ ବୋଲି ସେମାନେ କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ଛତିଆ ନିକଟରେ ଥିବା ଶୀତଳ ଭଣ୍ଡାର ବହୁତ ଭଲ ଚାଲିଛି। ହେଲେ ପାଣିକୋଇଲି ଶୀତଳ ଭଣ୍ଡାର ଗତ ବନ୍ୟାରେ ନଷ୍ଟ ହୋଇଯାଇଥିବାରୁ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହାପରେ କେହି ବି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଆବେଦନ କରିନାହାନ୍ତି।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍ ପରେ ଚହଳ, ଥାନାରେ…
ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…
କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…
ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…
ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…
ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…
ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ
ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…
ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍କା: ଟାରିଫ୍କୁ ବେଆଇନ୍ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…
ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…
ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ
ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…
ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ
ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…
ମୋହନାରେ ନୂତନ ଥାନା ଅଧିକାରୀ
ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…
Archives

