Posted inଭଦ୍ରକ

ପରିବା, ଗ୍ରସୋରି ପାଇଁ ଚାଲି ଚାଲି ଯିବେ ଗ୍ରାହକ

ଭଦ୍ରକ ଅଫିସ, ୭ା୪-ଏଣିକି ହାଟ, ପରିବା ମାର୍କେଟ୍‌ ଓ ଗ୍ରସୋରି ଦୋକାନକୁ ଲୋକେ ଚାଲି ଚାଲି ଯିବେ। ବାଇକ୍‌ ଓ ଚାରିଚକିଆ ଧରି ମାର୍କେଟ୍‌କୁ ଗଲେ ପୋଲିସ ଗାଡ଼ି ଜବତ କରିବା ସହ ଆଇନ ଉଲ୍ଲଂଘନକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିବ ବୋଲି ପ୍ରଶାସନ ପକ୍ଷରୁ ଚରମବାଣୀ ଜାରି କରାଯାଇଛି। ରବିବାର ରାତି ୮ଟାରେ ୪୮ ଘଣ୍ଟିଆ ଶଟ୍‌ଡାଉନ ସରିବା ପରେ ସୋମବାର ସକାଳେ କଚେରି ବଜାର ତଥା ଅନ୍ୟାନ୍ୟ ପରିବା ବଜାରରେ ପୁଣି ନାହିଁ ନ ଥିବା ଭିଡ଼ ଆରମ୍ଭ ହୋଇଯାଇଥିଲା। ହଜାର ହଜାର ଲୋକ ପରିବା ଓ ଗ୍ରସୋରି ସାମଗ୍ରୀ କିଣିବା ପାଇଁ ବାଇକ୍‌ ଧରି ବଜାରରେ ଭିଡ଼ ଲଗାଇଥିଲେ। ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱକୁ ନେଇ ଜାରି କରାଯାଇଥିବା କଟକଣା ଫେଲ୍‌ ମାରିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଓ ପ୍ରଶାସନକୁ ନାକେଦମ୍‌ ହେବାକୁ ପଡ଼ିଥିଲା।
ଏହି ସମୟରେ ସାମାଜିକ ଦୂରତ୍ୱ ଆଇନକୁ ଉଲ୍ଲଂଘନ କରିଥିବା ୮ଜଣ ବ୍ୟବସାୟୀ ଓ ୨୧ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ପୋଲିସକୁ ଗିରଫ କରିଥିଲା। ଫଳରେ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ସୋମବାର ମଧ୍ୟାହ୍ନରେ ଉପରୋକ୍ତ କଟକଣା ଜାରି କରିଛନ୍ତି। ପରିବା ବଜାର, ହାଟ ଓ ଗ୍ରସୋରି ଦୋକାନ ସକାଳ ୬ ରୁ ୧୦ଟା ପରିବର୍ତ୍ତେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାୟୀ ଫଳ ଦୋକାନ, କ୍ଷୀର ଦୋକାନ ସକାଳୁ ୬ରୁ ୧୦ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି କୁହାଯାଇଛି। ଗ୍ରସୋରି ସାମଗ୍ରୀ ଘରେ ପହଞ୍ଚାଇବା ପାଇଁ ଚିହ୍ନଟ ଦୋକାନୀମାନଙ୍କୁ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri