ପରାଜିତ ଯାଇ ନ ପାରନ୍ତି ରାଜ୍ୟ ସଭା

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟ ସଭାରେ ଖାଲି ହୋଇଥିବା ଓଡିଶାର ୩ ଆସନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। ବିଧାନସଭା ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏହି ୩ଟି ଯାକ ଆସନ ବିଜେଡି ହାତକୁ ଯିବା ଏକ ପ୍ରକାର ନିଶ୍ଚିତ। ମାତ୍ର ୩ ଆସନ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ନେତାଙ୍କୁ ବାଛିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡିର ବହୁ ହେଭିଓ୍ବେଟ୍‌ ପରାଜୟର ମୁହଁ ଦେଖିଛନ୍ତି। ତେଣୁ ପରାଜିତ ନେତାମାନଙ୍କ ମଧ୍ୟରୁ ନବୀନ ୩ ଜଣଙ୍କୁ ରାଜ୍ୟ ସଭା ପଠାଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ସେହି ତାଲିକା ଏତେ ଲମ୍ବା ଯେ କାହାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେବେ ଏବଂ କିଏ ବାଦ୍‌ ପଡିବେ ତାକୁ ଆକଳନ କରିବା କଷ୍ଟକର ମନେ ହେଉଛି। ଏପରି କି ଶାସକ ଦଳୀୟ ନେତାଙ୍କ ନିକଟରେ ମଧ୍ୟ ଠିକ୍‌ ଖବର ପହଞ୍ଚିପାରୁ ନାହିଁ। ପଶ୍ଚିମ, ଉତ୍ତର ଏବଂ ପୂର୍ବ ଓଡିଶା ଯୁଆଡେ ଦେଖିଲେ ସବୁ ଦିଗରୁ ବିଜେଡିର ବହୁ ହେଭିଓ୍ବେଟ୍‌ ଏହି ତାଲିକାରେ ଅଛନ୍ତି। ଏହା ସାଙ୍ଗକୁ ଟିକେଟରୁ ବଞ୍ଚିତ ହୋଇଥିବା ଏବଂ ରାଜ୍ୟ ସଭା ପାଇଁ ପ୍ରତିଶ୍ରୁତି ପାଇଥିବା ନେତାଙ୍କ ତାଲିକା ମିଶାଇ ଦେଲେ ଏହା ଆହୁରି ଲମ୍ବି ଯାଉଛି। ମଙ୍ଗଳବାର ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଆସନ୍ତା ୨୫ ତାରିଖ ନାମାଙ୍କନ ଦାଖଲର ଶେଷଦିନ। ନବୀନ ନିବାସରେ ମଧ୍ୟ ଆଶାୟୀମାନେ ଜୋର୍‌ଦାର ଲବି ଚଳାଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ୩ ଜଣିଆ ତାଲିକାରେ କୌଣସି ପରାଜିତ ନେତାଙ୍କୁ ସୁଯୋଗ ମିଳିବ ନାହିଁ। ଯେଉଁମାନେ ଲୋକ ସଭା କିମ୍ବା ବିଧାନସଭାରେ ହାରିଯିବା ପରେ ନିଜକୁ ରାଜ୍ୟ ସଭାରେ ଥଇଥାନ ହେବାକୁ ଉଦ୍ୟମ କରୁଛନ୍ତି ସେମାନେ ତାଙ୍କ ଯୋଜନାରେ ଫେଲ୍‌ ମାରିବାର ଯଥେଷ୍ଟ ସମ୍ଭାବନା ରହିଛି। କିଛି ନୂଆ ମୁହଁ ଏଥର ରାଜ୍ୟ ସଭା ଦୌଡରେ ସାମିଲ ହୋଇଯାଇଛନ୍ତି।
ମିଳିଥିବା ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକରୁ ଗୁରୁବାର ଫେରିବେ। ଏହି ଦିନ ୩ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ନେଇ ଆଶା କରାଯାଉଛି। ଯଦି ଏପରି ନ ହୁଏ ତେବେ ଆସନ୍ତା ୨୨ ମଧ୍ୟରେ ଘୋଷଣା ସୁନିଶ୍ଚିତ। ତେବେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ଛାଡିଥିବା ଆସନର କାର୍ଯ୍ୟକାଳ ୫ ବର୍ଷ ଲେଖାଏ ରହିଛି। ବିଧାୟକ ପ୍ରତାପ ଦେବ ଛାଡିଥିବା ଆସନର କାର୍ଯ୍ୟକାଳ ୩ବର୍ଷ ରହିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ ରାଜ୍ୟ ସଭା ଯିବେ ବୋଲି ଏକପ୍ରକାର ଚୂଡାନ୍ତ ହୋଇସାରିଥିବା ଆଲୋଚନା ହେଉଛି। ଏହି ଦୁଇଜଣଙ୍କୁ ୫ ବର୍ଷ ପାଇଁ ପଠାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କିମ୍ବା ପ୍ରସନ୍ନ ପାଟଶାଣୀଙ୍କ ମଧ୍ୟରୁ ଜଣଙ୍କୁ ନବୀନ ୩ ବର୍ଷ ପାଇଁ ପଠାଇପାରନ୍ତି। ଶ୍ରୀମୟୀ ମିଶ୍ର ମଧ୍ୟ ଦୌଡରେ ରହିଛନ୍ତି। ହେଲେ ପରାଜିତଙ୍କ ମଧ୍ୟରୁ କେତେଜଣଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ଦଳର କିଛି ଆଗଧାଡିର ନେତା ପ୍ରୟାସ ଚଳାଇଛନ୍ତି। ଉତ୍ତର ଓଡିଶା ଏବଂ ପଶ୍ଚିମ ଓଡିଶାର ଦୁଇଜଣ ପରାଜିତ ନେତାଙ୍କୁ ରାଜ୍ୟ ସଭା ପଠାଇବାକୁ ବହୁତ ଉଦ୍ୟମ କରାଯାଉଛି।
ରାଜ୍ୟ ସଭା ଦୌଡରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଉଥିବା ନେତାଙ୍କ କଥା ଦେଖିଲେ ନବୀନ ସ୍ବତନ୍ତ୍ରଭାବେ ବିଚାର କରି ନିଷ୍ପତ୍ତି ନେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ୨୦୧୭ ମସିହା ପର୍ଯ୍ୟନ୍ତ ଦେଖିଲେ ସୋସିଆଲ୍‌ ମିଡିଆରେ ଭାଜପା ଏକକ ସ୍ଥାନ ଅକ୍ତିଆର କରି ରଖିଥିଲା। ମାତ୍ର ଏହା ପରଠାରୁ ବିଜେଡି ସୋସିଆଲ ମିଡିଆରେ ଆଗକୁ ବଢିବା ଆରମ୍ଭ କରିଥିଲା। ସରକାରୀ ଚାକିରିରୁ ଅବସର ନେବା ପରେ ଅମର ପଟ୍ଟନାୟକ ବିଜେଡି ଆଇଟି ସେଲ୍‌ କାର୍ଯ୍ୟ ବେଶ୍‌ ଭଲଭାବେ ତୁଲାଇଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଅମରଙ୍କ ନାମ ଚର୍ଚ୍ଚାର ସର୍ବାଗ୍ରେ ରହିଛି। ଅନ୍ୟପଟେ ବିଗତ ଦିନଗୁଡିକୁ ଲକ୍ଷ୍ୟ କଲେ ବିଜେଡି ସର୍ବଦା ମୁଖପାତ୍ରମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛି। ସସ୍ମିତ ପାତ୍ର ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟରୁ ଆସୁଛନ୍ତି। ସେହିପରି ଟିକେଟ ଆଶା ନ କରି ନିଜ ଦାୟିତ୍ୱ ତୁଲାଇବାରେ ହେଳା କରିନାହାନ୍ତି। ତେଣୁ ଦଳରେ ଟିକେଟ ଆଶା ନ କରି ଶୃଙ୍ଖଳିତ କର୍ମୀ ମହଲରେ ମଧ୍ୟ ଏହା ବେଶ୍‌ ଭଲ ପ୍ରଭାବ ପକାଇବ। ଦକ୍ଷିଣ ଓଡିଶାରେ ମୁଖ୍ୟମନ୍ତ୍ରୀ ଦୁଇଜଣ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରି ଟିକେଟ ଦେଇଛନ୍ତି। ଦୀର୍ଘଦିନ ଧରି ଦଳ ପାଇଁ କାମ କରିଥିବା ନେତା ଏହାକୁ ନେଇ ମନ ଊଣା କରିବା ସ୍ବାଭାବିକ। ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସ୍ଥାନରେ କଂଗ୍ରେସରୁ ଯାଇ ବିଜେଡିରେ ମିଶିଥିବା ବିକ୍ରମ ପଣ୍ଡା ଟିକେଟ ପାଇ ବିଧାୟକ ହୋଇଛନ୍ତି। ସେହିପରି ବ୍ରହ୍ମପୁର ଲୋକ ସଭା ଆସନରୁ ସିଦ୍ଧାନ୍ତ ମହାପାତ୍ରଙ୍କ ବଦଳରେ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ ବିଜେଡି ପ୍ରାର୍ଥୀ ହୋଇ ଏମ୍‌ପି ହୋଇଛନ୍ତି। ତେଣୁ ସେହି ଅଞ୍ଚଳରେ ବିଜେଡି କର୍ମୀ ମହଲରେ ଏକ ଭଲ ବାର୍ତ୍ତା ଦେବାକୁ ନବୀନ ପ୍ରୟାସ କରିବାର ସମ୍ଭାବନା ବେଶ୍‌ ଅଧିକ। ଏହା ମଧ୍ୟରେ ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀ ରାଜ୍ୟ ସଭା ପଦ ପାଇଁ ବେଶ୍‌ ଆଶାୟୀ ଥିବା ଶୁଣିବାକୁ ମିଳୁଛି। ତେଣୁ ୩ ବର୍ଷିଆ ସ୍ଥାନରେ ତାଙ୍କୁ ପଠାଇ ଚୁପ୍‌ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଏସବୁ ମଧ୍ୟରେ କାହାକୁ ନବୀନ ଗ୍ରୀନ୍‌ ସିଗ୍‌ନାଲ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri