Posted inଫୁରସତ

ପବିତ୍ର ପୀଠ ସାଗର ଶ୍ରୀକ୍ଷେତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ସେ ହିଁ ସର୍ବତ୍ର ବିଦ୍ୟମାନ। ନୀଳକନ୍ଦରର ଅନତି ଦୂରରେ ମହାପ୍ରଭୁଙ୍କର ଚରଣାରବିନ୍ଦକୁ ଧୋଇ ନାଚି ଉଠୁଥିବା ମହୋଦଧି(ବଙ୍ଗୋପସାଗର) ତା’ର ବେଳାଭୂମିରେ ଅଙ୍କିତ କରେ ଶ୍ରୀଜଗନ୍ନାଥ ସଂସ୍କୃତିର ଏତିହ୍ୟ। ତେବେ ସାଗର ପରି ନୀଳାମ୍ବୁ ଚିଲିକା ବି ବାଦ ପଡ଼ିନାହିଁ ମହାପ୍ରଭୁଙ୍କ ସେବାରୁ । ତା’ର ନୀଳ ଜଳରାଶିରେ ମହାପ୍ରଭୁଙ୍କ ଗୋପନ ଆଶ୍ରୟସ୍ଥଳୀ ରହିଥିବାରୁ ଚିଲିକାର ନୀଳ ଜଳରାଶି ହୋଇପାରିଛି ଶୁଚିମନ୍ତ। ଅତୀତରେ ବିଭିନ୍ନ ସମୟରେ ବିଦେଶୀ ଶତ୍ରୁ ଓ ବିଧର୍ମୀଙ୍କ ଆକ୍ରମଣ ଆଶଙ୍କାରେ ମହାପ୍ରଭୁଙ୍କ ଦାରୁବ୍ରହ୍ମର ଅନିଷ୍ଟ ଚିନ୍ତା କରି ସେବକ, ଭକ୍ତମାନଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଚିଲିକାର ଏକାଧିକ ସ୍ଥାନରେ ଲୁଚାଇ ରଖାଯାଇଥିଲା। ସେହି ପବିତ୍ର ସ୍ଥାନମାନଙ୍କ ମଧ୍ୟରେ ମହିଷା-ବରହମପୁର ନାସି ଅନ୍ୟତମ। ଏହା ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ମଧ୍ୟରେ ଅବସ୍ଥିତ। ବରହମପୁର ଗ୍ରାମର ଅନତି ଦୂରରେ ରହିଛି ଏହି ପବିତ୍ର ପୀଠ। ଯାହା ସାଗର ଶ୍ରୀକ୍ଷେତ୍ର ଭାବେ ପରିଚିତ।ଏହି ସ୍ଥାନ ସମ୍ପର୍କରେ ଗବେଷକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି ଦାରୁଦିଅଁ ଆଠଥର ଚିଲିକାକୁ ଏବଂ ଚିଲିକା ମଧ୍ୟଦେଇ ଅନ୍ୟ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ପାଞ୍ଚଥର ଚିଲିକା ମଧ୍ୟରେ ଲୀଳା କରିଥିବାବେଳେ ତିନିଥର ଚିଲିକା ବକ୍ଷଦେଇ ଅନ୍ୟସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ଇତିହାସରୁ ଜଣାପଡ଼େ-ଅତୀତରେ ବିଧର୍ମୀ କଲ୍ୟାଣମଲ୍ଲର ପ୍ରଥମ ଆକ୍ରମଣ କାଳରେ ଗଜପତି ଶ୍ରୀ ପୁରୁଷୋତ୍ତମ ଦେବଙ୍କ ନିର୍ଦ୍ଦେଶରେ ସେବାୟତ ଓ ରାଜ କର୍ମଚାରୀମାନେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ଚିଲିକାକୁ ଗୋପନ ବିଜେ କରାଇଥିବା ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି। କଲ୍ୟାଣମଲ୍ଲର ଦ୍ୱିତୀୟ ଆକ୍ରମଣ ସମୟରେ ଦାରୁଦିଅଁ ଚିଲିକା ମହିଷାରେ ସିପନାସିକୁ ଯାଇଥିଲେ। ସେଠାରେ ନବଦିନାତ୍ମକ ଗୁଣ୍ଡିଚାଯାତ୍ରା ସମ୍ପନ୍ନ ହୋଇଥିବାର ଜଣାପଡ଼େ। ଏଠାରେଥିବା ସର୍ବେଶ୍ୱର ମନ୍ଦିର ହିଁ ସେତେବେଳେ ଶ୍ରୀଗୁଣ୍ଡିଚା ଘରଭାବେ ବ୍ୟବହୃତ ହୋଇଥିଲା। ଚିଲିକାର ଏହି ମହିଷା ନାସିରେ ତିନିଚକକୁ ରଖାଯାଇ ଦାରୁ ବିଗ୍ରହଙ୍କୁ ରଖାଯାଇଥିଲା। ଏହାକୁ ଚକାନାସି ବୋଲି କୁହାଯାଉଥିବା ବେଳେ ସେହି ପୁରରେ ବ୍ରହ୍ମ ରଖା ଯାଇଥିବାରୁ ଏହି ଗ୍ରାମର ନାମ ବରହମପୁର ନାମିତ ହୋଇଥିବା ଜନଶ୍ରୁତି ରହିଛି। ୧୬୧୧ରୁ ୧୬୧୨ମସିହା ପର୍ଯ୍ୟନ୍ତ ଏହି ସ୍ଥାନରେ ଦାରୁବିଗ୍ରହଙ୍କୁ ସ୍ଥାନିତ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଶିବପ୍ରସାଦ ପାତ୍ର କୁହନ୍ତି ସମୟ କ୍ରମେ ଏଠାରେ ମନ୍ଦିରଭାବେ ଏକ ଚାଳଛପର ଓ ଆଜବେଷ୍ଟ ଛପରଗୃହ ନିର୍ମାଣ କରାଯାଇଛିି। ପ୍ରତ୍ୟହ ସକାଳୁ ସନ୍ଧ୍ୟା ଓ ରାତିରେ ପହଡ଼ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତିବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ ସ୍ବତନ୍ତ୍ର ଭାବେ ପାଳିତ ହୋଇଥାଏ। ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । କୃଷ୍ଣଚନ୍ଦ୍ର ଜେନା କୁହନ୍ତି ଏହି ପବିତ୍ର ପୀଠକୁ ଆସିବାକୁ ହେଲେ ସାତପଡ଼ା ଓ ଜହ୍ନିକୁଦରୁ ଡଙ୍ଗାରେ ଚିଲିକା ମଧ୍ୟରେ ଆସିବାକୁ ପଡ଼ିଥାଏ। ଏହି ଅଞ୍ଚଳରେ ମାଟି ଖନନ କଲେ ବାଲିତଳୁ ବିଭିନ୍ନ ଭଙ୍ଗା ମାଟିପାତ୍ର ବାହାରୁ ଥିବାର ନଜିର ରହିଛି । ପୂର୍ବକାଳରେ ଏହି ଅଞ୍ଚଳରେ କମା ବ୍ରାହ୍ମଣମାନଙ୍କ ଏକ ଜନବସତି ଥିଲା। କେତେକ ପୂଜକ ମଧ୍ୟ ଥିଲେ। ଗଜପତି ଅମୃତ ମଣୋହୀ ଜମି ଖଞ୍ଜା ଦେଇଥିଲେ। ଚଳିତ ୨୦୧୯ମସିହା ଫନୀ ବାତ୍ୟାରେ ପବିତ୍ର ସାଗରକ୍ଷେତ୍ରରେ ଥିବା ବହୁସଂଖ୍ୟକ ଗଛ ଭାଙ୍ଗି ଯାଇଛି। ଅନ୍ୟପକ୍ଷେ ଗୁରୁବାଇ ନାସିରେ ଥିବା ଲୋଟଣୀବର ମଧ୍ୟ ଭାଙ୍ଗି ଯାଇଛି। ଦିନଥିଲା ଏଠାରେ ମହାପ୍ରଭୁଙ୍କ ଦାରୁବ୍ରହ୍ମଙ୍କୁ ଗୋପନ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପବିତ୍ର ଲୋଟଣୀବର ପୀଠସମ୍ପର୍କରେ ଅନେକ ପୁରାଣ, ସାହିତ୍ୟରେ ଅଲୌକିକ କଥା ସ୍ଥାନ ପାଇଛି।
-ବନବିହାରୀ ବେହେରା,କୈଳାସ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri