ପଟ୍‌ଲାଇନ ପୂଜା କମିଟି ମେଢ଼: ଆକର୍ଷଣୀୟ ସାଜସଜ୍ଜାକୁ ଗୁରୁତ୍ୱ

ବଅଁରପାଳ, ୧୪।୯ (ଡି.ଏନ୍‌.ଏ) – ଦିନ କେଇଟା ପରେ ନାଲ୍‌କୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା। ଏଥିପାଇଁ ସମଗ୍ର ନାଲକୋ ନଗର ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତ ବର୍ଷ ୨୩ଟି ମଣ୍ଡପରେ ପ୍ରଭୁ ବିଶ୍ୱ ବିନ୍ଧାଣି ପୂଜା ପାଇବେ। ପୂଜା ମଣ୍ଡପକୁ ନିଆରା କରିବାକୁ ସମସ୍ତ ପୂଜା କମିଟିଗୁଡ଼ିକର ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପ୍ରସ୍ତୁତିରେ ସାମିଲ ହୋଇଛି ପଟ୍‌ଲାଇନ ପୂଜା କମିଟି। ସବୁଥର ପରି ନାଲକୋ ପଟ୍‌ଲାଇନ ଚଳିତ ଥର ମଧ୍ୟ ଆକର୍ଷଣୀୟ ଢଙ୍ଗରେ ପୂଜା ମଣ୍ଡପକୁ ପ୍ରସ୍ତୁତ କରିବାକୁ ଉଦ୍ୟମ ଚଳାଇଛି। ଏଥିପାଇଁ କମିଟି ପକ୍ଷରୁ ପ୍ରାୟ ୧୦ ଲକ୍ଷ ଟଙ୍କା ବଜେଟରେ ତୋରଣ ଓ ମଣ୍ଡପ ସାଜସଜ୍ଜା କରାଯାଉଛି। ପ୍ରାୟ ୧୨ ଫୁଟ ଉଚ୍ଚତାର ରାଜକୀୟ ଢଙ୍ଗରେ ବାହୁବଳୀ ସିନେମାର ମାହେସ୍ମତୀ ଭବନ ପରି ତୋରଣ ନିର୍ମାଣ ଚାଲିଛି। କମିଟିର ପ୍ରାୟ ୭ ଶହ ସଦସ୍ୟ ପୂଜା ପ୍ରସ୍ତୁତିରେ ସାମିଲ ହୋଇଛନ୍ତି। ରଙ୍ଗବେରଙ୍ଗର ଆଲୋକ ସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରାଧାନ୍ୟ ଦିଆଯାଇଛି।
ଏ ସମ୍ପର୍କରେ ପୂଜା କମିଟିର ସମ୍ପାଦକ ବିଜୟ କୁମାର ସାହୁ କୁହନ୍ତି, ପ୍ରାୟ ୪୦ ଜଣ ବଙ୍ଗୀୟ କାରିଗରମାନଙ୍କ ଦ୍ୱାରା କାରୁକାର୍ଯ୍ୟ ହେଉଛି। ସବୁ ବର୍ଷ ପରି ଚଳିତ ବର୍ଷ ଆମ ପୂଜା ମଣ୍ଡପ ବାଜି ମାରିବ ବୋଲି ଆଶା କରିଛୁ। ନୂଆ ଢାଞ୍ଚାରେ ବାହୁବଳୀ ସିନେମା ଆଧାରରେ କାରୁକାର୍ଯ୍ୟ କରାଯାଉଛି। କମିଟି କୋଷାଧ୍ୟକ୍ଷ ଅଭିରାମ ଧୀର କୁହନ୍ତି, ଚଳିତ ବର୍ଷ ୧୦ ଲକ୍ଷ ଟଙ୍କା ବଜେଟ ରଖାଯାଇଛି। ବିଶେଷ କରି ପୂଜା ମଣ୍ଡପ ଓ ତୋରଣକୁ କିଭଳି ଆକର୍ଷଣୀୟ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଏଥିସହ ପ୍ରସାଦ ସେବନ ସାଙ୍ଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାରିଗର ହରମ୍‌ ଚନ୍ଦ୍ର କୁହନ୍ତି, ଚଳିତ ବର୍ଷ ପଟ୍‌ଲାଇନ ପୂଜା କମିଟି ମେଢ଼ ଧୁମ୍‌ଧାମ୍‌ ଭାବେ ପାଳିତ ହେଉଛି। ଏହି ମେଢ ସବୁଠାରୁ ଆକର୍ଷଣୀୟ ଓ ବଡ଼ ଆକାରରେ ଆୟୋଜନ କରାଯିବାକୁ ସମସ୍ତ ଉଦ୍ୟମ ଚାଲିଛି। ୪୦ ଜଣ ବଙ୍ଗୀୟ କାରିଗର ପୂଜା ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି। ସ୍ବତନ୍ତ୍ର ଭାବେ ତୋରଣ ସାଜସଜ୍ଜା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri