ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମ୍‌ସି, ନିଷିଦ୍ଧାଞ୍ଚଳ ହେଲା ସୂର୍ଯ୍ୟନଗର

D8b61ef3 0411 4b80 9448 Fa836b73d405

ଭୁବନେଶ୍ୱର, ୨ା୪(ବ୍ୟୁରୋ): ଭୁବନେଶ୍ୱରରୁ ବୁଧବାର ଚିହ୍ନଟ ହୋଇଥିବା ଓଡ଼ିଶାର ୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ଲୋକଲୋଚନକୁ ଆଣିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସେ ହେଲେ ପ୍ରଦୀପ୍ତ ଦଳବେହେରା। ୟୁନିଟ୍‌-୭ ଅନ୍ତର୍ଗତ ଓ୍ବାର୍ଡ ନଂ. ୪୬ସ୍ଥିତ ସୂର୍ଯ୍ୟନଗରର ପ୍ଲଟ୍‌ ନଂ.୩୭ରେ ରୁହନ୍ତି। ଜନହିତ ପାଇଁ ଆକ୍ରାନ୍ତଙ୍କ ପରିଚୟ ଜଣାଇବା ନିହାତି ଜରୁରୀ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ସହ ଟୋଲ୍‌ ଫ୍ରି ନଂ.୧୦୪କୁ ଫୋନ୍‌ କରି ନିଜେ ନିଜର ନାମ ପଞ୍ଜୀକରଣ କରିବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପ୍ରଦୀପ୍ତ ବିଗତ ଦିନରେ ବିଦେଶ ବା ଅନ୍ୟ ରାଜ୍ୟ ଗସ୍ତ କରିନାହାନ୍ତି। ଏହାସତ୍ତ୍ୱେ ସେ କରୋନାରେ ଆକ୍ରାନ୍ତ ଥିବା ସାମ୍ନାକୁ ଆସିଛି। ତେଣୁ ସଂକ୍ରମଣକୁ ଏଇଠୁ ରୋକିବା ଓ ଉକ୍ତ ଅଞ୍ଚଳର ଲୋକଙ୍କୁ ସଚେତନ କରିବା ପାଇଁ ବିଏମ୍‌ସି ଆକ୍ରାନ୍ତଙ୍କ ନାମ ଲୋକଲୋଚନକୁ ଆଣିଛି। ଲୋକେ ମଧ୍ୟ ସାବଧାନ ରୁହନ୍ତୁ। ଏଥିସହ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୂର୍ଯ୍ୟନଗର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସଂଯୋଗ କରୁଥିବା ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରାଯାଇଛି। ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠିଙ୍କ ନେତୃତ୍ୱରେ ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଛକ, ଏଲ୍‌ଆଇସି ଛକରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକରୁ ଶିରିପୁର ଛକ ଓ ଶିରିପୁର ଛକରୁ ଗୋପବନ୍ଧୁ ଛକକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯାଇଛି। ଲୋକେ ଭୟଭୀତ ନ ହୋଇ ସଚେତନ ରହି ବିଏମ୍‌ସିକୁ ସହଯୋଗ କରିବାକୁ କମିଶନର ନିବେଦନ କରିଛନ୍ତି। ଏପରି କି ଉକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଖୋଲା ରହୁଥିବା ଦୋକାନ ଏବଂ ମଲ୍‌ ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

କମିଶନର କହିଛନ୍ତି, କୌଣସି ଲୋକେ ବାହାରକୁ ବାହାରିବେ ନାହିଁ। ସ୍ବତନ୍ତ୍ର ଭାବେ ଚିହ୍ନଟ କେତେଜଣ ବ୍ୟକ୍ତି ସମ୍ପୃକ୍ତ ଅଞ୍ଚଳରେ ସେବା ଯୋଗାଇବେ। ହେଲ୍ପଲାଇନ ନଂ.୧୯୨୯ରେ କଲ୍‌ କରି ବିଏମ୍‌ସିକୁ ଲୋକେ ସମସ୍ୟା ଜଣାନ୍ତୁ। ଲୋକଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ସହାୟତା ଯୋଗାଇ ଦିଆଯିବ। ସେହିଭଳି ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦୈନିକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିବାବେଳେ ସେମାନେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଏହାବ୍ୟତୀତ ଆକ୍ରାନ୍ତଙ୍କ ପରିବାରବର୍ଗଙ୍କୁ ଯଦି ଅନ୍ୟ କୌଣସି ବ୍ୟକ୍ତିବିଶେଷ ଅଣଦେଖା କିମ୍ବା ବାସନ୍ଦ କରିବାକୁ ପ୍ରୟାସ କରନ୍ତି ତା’ହେଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଚୌଧାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Your Paragraph Text 1 1

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨: ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

Your Paragraph Text 1

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

Aaa

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

3232 1

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

WhatsApp Image 2025 12 14 At 8.19.33 PM

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

Your Paragraph Text

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Image 28

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

Yfguyfgy

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives

Dharitri Rashifala2
Model This Week
ମଣ୍ଟୁ

ପିଲାଙ୍କ ଧରିତ୍ରୀ

PILANKA DHARITRI
Why Dharitri