ନୋଟିସ୍‌ ଦେବାକୁ ଆସି ପୋଲିସ ହଟହଟା

ପଟ୍ଟାମୁଣ୍ଡାଇ,୧୦ା୧୦ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଶନିବାର ବଡ଼ମହନପୁର ପଞ୍ଚାୟତ କଣିପାଳ ଗାଁକୁ ୧୦୭ ଦଫା ନୋଟିସ ଦେବାକୁ ଆସି ହଟହଟା ହୋଇଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି। ଏପରିକି ସମନ ଦେବାକୁ ଆସି ପୋଲିସ କାହିଁକି ଲାଞ୍ଚ ମାଗୁଛନ୍ତି ବୋଲି ପ୍ରଶ୍ନ କରଛନ୍ତି। ଏଥିସହ ପୋଲିସ ଆସିଥିବା ଗାଡ଼ିର ଚାବି ଛଡ଼ାଇ ନେଇ ବାବୁଙ୍କୁ ଘେରିଯାଇଥିଲେ। ଏ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୨୨ରେ କୃଷକମାନେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଥିଲେ। ବିକ୍ଷୋଭରେ ରାଜ୍ୟର ବହୁ କୃଷକ ସାମିଲ ହୋଇଥିବା ବେଳେ ପ୍ରାୟ ୬ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କ ନାମରେ କମିଶନରେଟ୍‌ ପୋଲିସ ପକ୍ଷରୁ ୧୦୭ ଦଫାରେ ମାମଲା ରୁଜୁ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାରୁ ପ୍ରାୟ ୭୫ ଜଣଙ୍କ ବିରୋଧରେ ଏହି ମାମଲା ମଧ୍ୟ ରୁଜୁ ହୋଇଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଣିପାଳ ଗାଁର ସମ୍ପୃକ୍ତ ଥିବା କେତେଜଣ ଚାଷୀଙ୍କୁ କମିଶନରେଟ୍‌ ପୋଲିସ ପକ୍ଷରୁ ମଧ୍ୟ ସମନ କରାଯାଇଛି। ପୋଲିସ କର୍ମଚାରୀ କଣିପାଳ ଗାଁର କେତେଜଣ ଚାଷୀଙ୍କୁ ସମନ ଦେବାକୁ ଆସି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଏହା ଜାଣି କେତେଜଣ ଚାଷୀ ପ୍ରତିବାଦ କଲା ପରେ ପୋଲିସ ବାବୁ ଜଣଙ୍କ ହଟହଟା ହେବା ସହ ଲାଞ୍ଚ ମାଗୁ ନ ଥିଲି, ଖରାରେ ବୁଲୁଥିବାରୁ ଖୁସିରେ ଶହେ ଦୁଇ ଶହ ଟଙ୍କା ଦେବାକୁ କହିଥିଲି ବୋଲି କହିଥିଲେ। କେତେଜଣ ଚାଷୀଙ୍କଠାରୁ ନେଇଥିବା ଟଙ୍କା ମଧ୍ୟ ଫେରାଇ ଦେଇଛନ୍ତି ବୋଲି ଚାଷୀ ଅଭିରାମ ମଳିକ, ସୁନାକର ଦା, ଦୋଳଗୋବିନ୍ଦ ସାହୁ, ନବନିର୍ମାଣ କୃଷକ ସଙ୍ଗଠନର ଉପଦେଷ୍ଟା ଦାଶରଥୀ ସାହୁ ପ୍ରମୁଖ କହିଛନ୍ତି। ତେବେ ଟଙ୍କା ଫେରାଇବା ପରେ ମଧ୍ୟ ଗ୍ରାମବାସୀ ଶାନ୍ତ ପଡ଼ି ନ ଥିଲେ। ପୋଲିସ ବାବୁ ଯେଉଁ ଗାଡ଼ିରେ ଆସିଥିଲେ ସେହି ଗାଡ଼ିର ଚାବିକୁ ଛଡ଼ାଇନେଇ ଆଇଆଇସି ଓ ଏସ୍‌ପି ଆସିଲେ ଚାବି ଦେବେ ବୋଲି କହିଥିଲେ। ଲାଞ୍ଚ ମାଗି ଗାଁ ମଝିରେ ପୋଲିସ ହଟହଟା ହେବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି; ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏ ନେଇ ଏସ୍‌ଡିପିଓ କ୍ଷମାସାଗର ପଣ୍ଡାଙ୍କୁ ପଚାରିବାରୁ ଏ ବିଷୟରେ ଅନୁଧ୍ୟାନକରି ରିର୍ପୋଟ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri