ମୁମ୍ବାଇ,୧୧।୬(ପି.ଟି.): ନୂଆ ଶିକ୍ଷାନୀତି ପାଠ୍ୟକ୍ରମରେ କ୍ରୀଡ଼ା ସ୍ଥାନ ପାଇବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ସ୍କୁଲ ପାଠ୍ୟକ୍ରମରେ କ୍ରୀଡ଼ା ବାଧ୍ୟତାମୂଳକ ହେବ। ଏହା ଆଉ ଅତିରକ୍ତ ପାଠ୍ୟକ୍ରମ ଗତିବିଧି ବା ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ହୋଇ ରହିବ ନାହିଁ ବୋଲି ସେ ‘ଆନ୍ତର୍ଜାତୀୟ ଓ୍ବେବିନାର ଅନ୍ ଅଲିମ୍ପିଜମ୍ ଓ ଅଲିମ୍ପିକ୍ ଏଜୁକେଶନ ଇନ୍ ଦି ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରି’ରେ ଯୋଗ ଦେଇ ଏହି କଥା କହିଛନ୍ତି। ଶିକ୍ଷାଠାରୁ କ୍ରୀଡ଼ା ଭିନ୍ନ ନୁହଁ ବୋଲି ବିଚାର କରେ। କ୍ରୀଡ଼ା ଆଉ ଅପଶନାଲ ବା ଅତିରିକ୍ତ ବିଷୟ ହୋଇ ରହିବ ନାହିଁ ଓ ଏହାକୁ ଶିକ୍ଷାର ଅଭିନ୍ନ ଅଙ୍ଗ ବିବେଚନା କରାଯିବ ବୋଲି ସେ କହିଛନ୍ତି। କ୍ରୀଡ଼ା ହିଁ ଶିକ୍ଷା ଓ ଅତିରିକ୍ତ ବିଷୟ ନୁହେଁ। ଏବେ ଏହାକୁ ସମସ୍ତେ ଗ୍ରହଣ କରିବେ ବୋଲି ସେ କହିଛନ୍ତି।
ଅବଶ୍ୟ ଏପର୍ଯ୍ୟନ୍ତ ଭାରତରେ ନୂଆ ଶିକ୍ଷାନୀତି ଘୋଷଣା କରାଯାଇ ନାହିଁ। କିନ୍ତୁ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ ଗଠନ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ରିଜିଜୁ କହିଛନ୍ତି। ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ ଗଠନ ନେଇ ଘୋଷଣା କରି ଆମେ ବେଶ୍ ଖୁସି ଅଛୁ। ଏ ନେଇ ଆମେ ପ୍ରକ୍ରିୟା ଆରମ୍ଭ କରିଛୁ ବୋଲି ସେ କହିଛନ୍ତି। କୋଭିଡ୍- ୧୯ ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ଦେଶ ପାଇଁ ଏକ ଅଲିମ୍ପିକ ମ୍ୟୁଜିୟମ ସ୍ଥାପନ କରାଯିବ। ଭାରତ ଭଳି ବିଶାଳ ଦେଶରେ ଅଲିମ୍ପିକ ମ୍ୟୁଜିୟମ ସ୍ଥାପନ କରାଯିବା ନିହାତି ଜରୁରୀ ବୋଲି ରିଜିଜୁ କହିଛନ୍ତି।
ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…
ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...
ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…
ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...
ରିଅଲ ମାଡ୍ରିଡ୍ର ବଢ଼ିଲା ଚିନ୍ତା: ଏମ୍ବାପେ ଆହତ
ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍ ଫରଓ୍ବାର୍ଡ କିଲିଆନ ଏମ୍ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...
ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର
ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...
ଏହା ଡବଲ ଗେମ୍…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…
ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...
‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...
ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ
ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...
ଟିମ୍ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...
Archives


