ନୂଆ ମୋଟର ଆଇନ ଲାଗୁ ପରେ ମଦ ବ୍ୟବସାୟ ମାନ୍ଦା: କମିଛି ୨୫% ବ୍ୟବସାୟ, ଚିନ୍ତାରେ ମାଲିକ

ଭୁବନେଶ୍ୱର, ୭ା୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁ ହେବା ପରେ ଏହାର ପ୍ରଭାବ ମଦ ବ୍ୟବସାୟ ଉପରେ ପଡ଼ିଛି। କାରଣ ଏହି ଆଇନ ଅନୁଯାୟୀ, ଜଣେ ଗାଡ଼ି ଚାଳକ ମଦ ପିଇ ଗାଡ଼ି ଚଲାଉଥିଲେ ପ୍ରଥମ ଥର ଧରାପଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବେ। ଦ୍ୱିତୀୟ ଥର ଧରାପଡ଼ିିଲେ ୧୫ହଜାର ଟଙ୍କା ଜରିମାନା ସହ ୨ବର୍ଷ ଜେଲ ଦଣ୍ଡ ଭୋଗିବାର ନିୟମ ରହିଛି। ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ଦୋକାନ ଯାଇ ମଦ କିଣି ପିଉଥିଲେ। ହେଲେ ମଦ ପିଇ ଗାଡ଼ି ଚଲାଇ ଧରାପଡ଼ିଲେ ଏତେ ଟଙ୍କା ଜରିମାନା ଆକାରରେ ଦେବାକୁ ହେବ ଭାବି ଅନେକ ମଦ ଦୋକାନ ମାଟି ମାଡୁନାହାନ୍ତି। ଯଦି କେହି କଁ। ଭଁ। ଯାଉଛନ୍ତି ସେମାନେ ମଦ ଆଣି ସାଥିରେ ଘରକୁ ଯାଉଛନ୍ତି। ଘରେ ପିଇ ଶୋଇ ପଡୁଥିବା ଅନେକ ବ୍ୟକ୍ତି କହିଛନ୍ତି।
ସେହିପରି ମଦ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏକାଧିକ ମଦ ଦୋକାନୀ ମାଲିକ ନିଜ ବେପାର ଏବେ ମାନ୍ଦାରେ ଚାଲିଥିବା କହିଛନ୍ତି। ପାଖାପାଖି ୨୫ପ୍ରତିଶତ ମଦ ବ୍ୟବସାୟରେ କ୍ଷତି ହୋଇଥିବା ଅଧିକାଂଶ ମାଲିକ କହିଛନ୍ତି। ବାର୍‌ ମାଲିକ ଶିବ ପ୍ରସାଦ ମହାନ୍ତି କହିଛନ୍ତି, ଆଗରୁ ପ୍ରତିଦିନ ୧୦୦ରୁ ଅଧିକ ଲୋକେ ବାର୍‌କୁ ଆସୁଥିଲେ। ହେଲେ ନିୟମ ଲାଗୁ ହେବା ପରେ ଏବେ ବାର୍‌କୁ ୩୦ରୁ ୪୦ ଜଣ ବ୍ୟକ୍ତି ଆସୁଛନ୍ତି। ମଦ ଦୋକାନୀ ବିଜୟ ସାହୁ କହିଛନ୍ତି,ଟ୍ରାଫିକ ନିୟମ ଲାଗୁ ପରେ ଏବେ ମଦ ବେପାର ମାନ୍ଦା ଚାଲିଛି। ଆଗଭଳି ଆଉ ଗ୍ରାହକ ଆସୁନାହାନ୍ତି। ତେଣୁ ମଦ ବ୍ୟବସାୟ ୨୫ ପ୍ରତିଶତ କମିଛି।
ସେହିପରି ଶୁକ୍ରବାର ଭୁବନେଶ୍ୱରରେ ୪୪୪ଜଣ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟ ୪ଲକ୍ଷ ୧୦ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିନା ହେଲମେଟରେ ୨୦୪ ଜଣ ଧରାପଡିଥିବା ବେଳେ ସିଟ୍‌ବେଲ୍ଟ ବାନ୍ଧି ନ ଥିବା-୧୪୧, ରଙ୍ଗରୁଟ୍‌-୧, ସିଗନାଲ ନ ମାନିବା-୫, ୩ଜଣ ବାଇକରେ ଯିବା-୩୦, ଗାଡ଼ିି ଚଲାଇବା ବେଳେ ମୋବାଇଲ୍‌ରେ ଗପିବା-୧, ବିନା ନମ୍ବର ପ୍ଲେଟରେ ଯିବା-୧୪, ଓଭରଲୋଡିଂ-୨, ଗାଡ଼ି କାଗଜପତ୍ର ନ ଥିବା-୨, ବେଆଇନ୍‌ ପାର୍କିଂ-୭, ଆର୍‌ସି ଓ ଡିଏଲ୍‌ ନ ଥିବା-୨୪ ଏବଂ ନୋ ଏଣ୍ଟ୍ରିରେ ପଶି ଜଣେ ଧରାପଡ଼ିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri