Posted inଜାତୀୟ

ନୂଆ ଭାରତ ନିର୍ମାଣ ଲାଗି କର୍ତ୍ତବ୍ୟକୁ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,୨୫ା୧(ପି.ଟି.): ଦେଶ ପାଇଁ କର୍ତ୍ତବ୍ୟ କରି ଉଦାହରଣ ସୃଷ୍ଟି କରିବା ସହ ନୂଆ ଭାରତ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାରେ ସହାୟକ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି। ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗନେବାକୁ ଥିବା ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଭୌଗୋଳିକ ଓ ସାମାଜିକ ବିଭିନ୍ନତା ଭାରତୀୟ ମହାନତାରେ ବିଶେଷତ୍ୱ। ତେଣୁ ଦେଶର କୌଣସି ବ୍ୟକ୍ତି ଓ ଅଞ୍ଚଳ ଯେପରି ପଛରେ ପଡ଼ି ନ ଯାଏ, ତାହା ଆମକୁ ସୁନିଶ୍ଚିତ କରିବାକୁ ହେବ। ଏହା ହେଉଛି ସାଧାରଣତନ୍ତ୍ର ଦିବସ ପରେଡ୍‌ ପଛର ଉଦ୍ଦେଶ୍ୟ। ବିଭିନ୍ନ ଚିନ୍ତାଧାରା ଓ ମୂଲ୍ୟବୋଧକୁ ନେଇ ଭାରତ ଏକ ଜୀବନଶକ୍ତି ବୋଲି ମୋଦି କହିଥିଲେ।
ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଥିବା ପିଲାମାନଙ୍କ ସହ ମୋଦି ଭାବ ବିନିମୟ କରିଥିଲେ। ସେ ପିଲାମାନଙ୍କ କାର୍ଯ୍ୟରେ ଅନୁପ୍ରାଣିତ ବୋଲି ମତ ରଖିଥିଲେ। ପିଲାମାନଙ୍କ ସାହସିକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ଶାରୀରିକ ଭାବେ ସକ୍ରିୟ ରହିବା ଲାଗି ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ। ନବପ୍ରବର୍ତ୍ତନ, ସାମାଜିକ ସେବା, ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ସାହସିକତା କ୍ଷେତ୍ରରେ ଅବଦାନ ଓ ଉତ୍କର୍ଷତା ପାଇଁ ୪୯ ଜଣ ପିଲାମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନ ପୂର୍ବେ ପ୍ରଧାନମନ୍ତ୍ରୀ ବାଲ୍‌ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କୁ କାହିଁକି ବଞ୍ଚାଉଛନ୍ତି ସରକାର? ବଡ଼ ଖୁଲାସା କଲେ ପ୍ରିୟଙ୍କା ଚତୁର୍ବେଦୀ, ମୋଦିଙ୍କ ‘ଖାସ୍‌ ରତ୍ନ’ କହି…

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଶିକ୍ଷା ବ୍ୟବସ୍ଥା ଏବଂ NEET-UG ପେପର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ମନୋଭାବ…

ସ୍ବର ଉଠାଉଥିବା ପିଲାଙ୍କ ଉପରେ କରାଯାଉଛି ଲାଠିଚାର୍ଜ: ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ କହି ବର୍ଷିିଲେ ରାହୁଲ

ନୂଆଦିଲ୍ଲୀ, ୨୦।୭: ଦିଲ୍ଲୀରେ ‘କକରୋଚ ଜନତା ପାର୍ଟି’ (CJP) ପକ୍ଷରୁ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର…

CJP ଆନ୍ଦୋଳନ ଭିତରେ ୟୁ-ଟର୍ନ ନେଲେ ସୋନମ ୱାଙ୍ଗଚୁକ: କହିଲେ- ମୁଁ ନିଜର ଅନଶନ…

ନୂଆଦିଲ୍ଲୀ, ୨୦।୭: CJPର ବିରୋଧ ପ୍ରଦର୍ଶନ ମଧ୍ୟରେ ସୋନମ ୱାଙ୍ଗଚୁକଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଏଥିରେ ସେ ନିଜର ଅନଶନ ଜାରି ରଖିବେ ବୋଲି…

ସରକାରଙ୍କ ନିଦ ଉଡାଇଲା CJPର ୩ ଦାବି: ମୃତ NEET ପରୀକ୍ଷାର୍ଥୀଙ୍କ ପରିବାରକୁ ମିଳୁ…

ନୂଆଦିଲ୍ଲୀ, ୨୦।୭:‘କକରୋଚ ଜନତା ପାର୍ଟି’ର ପ୍ରଦର୍ଶନ ମଧ୍ୟରେ ସୋମବାର ସିଜେପିର ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରାୟ ତିନି…

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’…

ଆନ୍ଦୋଳନକୁ ନେଇ ମୋଦି ସରକାରଙ୍କ ପ୍ରଥମ ପ୍ରତିକ୍ରିୟା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ କହିଲେ…ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୦।୭: ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାର ବିରୋଧରେ ‘କକରୋଚ ଜନତା ପାର୍ଟି’ (CJP)ର ସଂସଦ ମାର୍ଚ୍ଚ ବେଳେ ସୋମବାର ପୋଲିସ ହଜାର ହଜାର ସଂଖ୍ୟାରେ ଜମା ହୋଇଥିବା…

ହସ୍ପିଟାଲ ବେଡ୍‌ରୁ ବଡ଼ ନିଷ୍ପତ୍ତି ନେଲେ ସୋନମ ୱାଙ୍ଗଚୁକ, ଅନୁରୋଧ କରି କହିଲେ ଏମିତି…ସମସ୍ତେ ଆଶ୍ଚର୍ଯ୍ୟ

  ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ସରକାରୀ ହସ୍ପିଟାଲ ସଫଦରଜଙ୍ଗରେ ଭର୍ତ୍ତି ହୋଇଥିବା ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ହସ୍ପିଟାଲ ପ୍ରଶାସନକୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ…

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ? ଆନ୍ଦୋଳନ ମଧ୍ୟରେ ଅମିତ ଶାହାଙ୍କୁ…

ନୂଆଦିଲ୍ଲୀ,୨୦।୭: ପେପର ଲିକ୍‌ ମାମଲାକୁ ନେଇ‘କକରୋଚ ଜନତା ପାର୍ଟି’ (CJP) କ୍ରମାଗତ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛି। ସୋମବାର ସିଜେପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri