Posted inଖେଳ

ନୂଆ ବିସିସିଆଇ ବସ୍‌

ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇର ସଭାପତି ରୂପେ ଦାୟିତ୍ୱ
ଗ୍ରହଣ କରିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଜଣେ କ୍ରିକେଟର ଓ ଅଧିନାୟକ ଭାବେ ବେଶ୍‌ ସଫଳତା ହାସଲ କରିଥିବା ଗାଙ୍ଗୁଲି କ୍ରିକେଟ ପ୍ରଶାସନରେ ନୂଆ ଅଧ୍ୟାୟ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି। ତେବେ ହାତରେ କମ୍‌ ସମୟ ଥିବାରୁ ତାଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି…

ପୂର୍ବତନ ଅଧିନାୟକ ତଥା ପ୍ରିନ୍ସ ଅଫ୍‌ କୋଲକାତା ସୌରଭ ଗାଙ୍ଗ୍‌ୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୩୯ତମ ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସଭାପତି ପଦ ପାଇଁ ୪୭ ବର୍ଷୀୟ ଗାଙ୍ଗୁଲି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ନୂଆକରି ଏହି ହାଇପ୍ରୋଫାଇଲ ଦାୟିତ୍ୱ ସମ୍ଭାଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି। ବୀରେନ୍ଦ୍ର ସେହ୍ବାଗ, ମହମ୍ମଦ କୈଫ, ଯୁବରାଜ ସିଂ ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କ ପରି ପୂର୍ବତନ କ୍ରିକେଟର ମହାରାଜା ରୂପେ ଜଣାଶୁଣା ଥିବା ଗାଙ୍ଗୁଲିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦାୟିତ୍ୱ ଗ୍ରହଣ କ୍ରିକେଟ ପାଇଁ ବେଶ୍‌ ଶୁଭଙ୍କର ହେବ ବୋଲି କହିଛନ୍ତି। ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଭାବେ ଯୁବ ଖେଳାଳିମାନଙ୍କୁ ଅଧିକ ସୁଯୋଗ ଦେଇ ଏକ ଶକ୍ତିଶାଳୀ ଟିମ୍‌ ଇଣ୍ଡିଆ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୃଥିବୀର ଧନୀ କ୍ରିକେଟ ବୋର୍ଡର ସଭାପତି ଭାବେ ସେ ସମପରିମାଣର ଖ୍ୟାତି ଅର୍ଜନ କରିବେ ବୋଲି କ୍ରିକେଟପ୍ରେମୀ ଏବଂ ପୂର୍ବତନ ଖେଳାଳିମାନେ ଆଶାପୋଷଣ କରିଛନ୍ତି। ଦୀର୍ଘ ୫ବର୍ଷ ହେବ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ(ସିଏବି)ର ସଭାପତି ରୂପେ ବେଶ ସୁନାମ ଅର୍ଜନ କରିଛନ୍ତି। ଏକଦା ଭାରତୀୟ କ୍ରିକେଟ କଠିନ ସମୟ ମଧ୍ୟରେ ଗତି କରୁଥିବାବେଳେ ଗାଙ୍ଗୁଲି ଅଧିନାୟକ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହିତ ଯୁବ ଖେଳାଳିମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଇ ଟିମ୍‌ ଇଣ୍ଡିଆର ପୁନର୍ଗଠନ କରିବା ସହିତ ବେଶ୍‌ ସଫଳତା ହାସଲ କରିଥିଲେ। ଦୀର୍ଘଦିନ ପରେ ଟିମ୍‌ ଇଣ୍ଡିଆ ବିଦେଶ ମାଟିରେ ମ୍ୟାଚ ଜିତିବାକୁ ଆରମ୍ଭ କରିଥିଲା।
କମିଟିର କଟକଣା ଓ ଦୀର୍ଘ ୩୩ ମାସ ଧରି ପ୍ରଶାସକ କମିଟି (ସିଓଏ) କାର୍ଯ୍ୟ କରିବା ପରେ ଅନେକ ସଫଳତା ପାଇଛି ଭାରତୀୟ କ୍ରିକେଟ ଓ ଦଳ । ବିସିସିଆଇ ସମ୍ବିଧାନକୁ ସଂଶୋଧନ କରାଯିବା ସହ ଭାରତୀୟ କ୍ରିକେଟରେ ଏକାଧିକ ସଂସ୍କାର ଅଣାଯାଇଛି। ସିଓଏ ମୁଖ୍ୟ ବିନୋଦ ରାୟ ନିଜର ଖୁସି ବ୍ୟକ୍ତ କରିବା ସହିତ ଏପରି ନିଷ୍ପତ୍ତି କ୍ରିକେଟ ପାଇଁ ବେଶ୍‌ ଶୁଭଙ୍କର ପଦକ୍ଷେପ ବୋଲି କହିଛନ୍ତି। ଏହା ମଧ୍ୟ ଗାଙ୍ଗୁଲିଙ୍କ ମନୋବଳ ବୃଦ୍ଧିରେ ସହାୟକ ହୋଇଛି। ସିଏବି ସଭାପତି ହିସାବରେ ଅଭିଜ୍ଞତା ଗାଙ୍ଗୁଲିଙ୍କ ନିକଟରେ ରହିଛି। ଗାଙ୍ଗୁଲି ଦ୍ୱିତୀୟ ଭାରତୀୟ ଖେଳାଳି ରୂପେ ବିସିସିଆଇର ସଭାପତି ହେବେ। ପୂର୍ବରୁ ସୁନୀଲ ଗାଭାସ୍କର ଏବଂ ଶିବଲାଲ ଯାଦବ ଅନ୍ତରୀଣ କାର୍ଯ୍ୟକାରୀ ସଭାପତି ରୂପେ ୨୦୧୪ ମସିହାରେ ଅଳ୍ପଦିନ ପାଇଁ କାର୍ଯ୍ୟ କରିଥିଲେ। ବିଜୟନଗରମ୍‌ ମହାରାଜା ଏ.କେ.ଏ. ଭିପି ୧୯୫୪ରୁ ୧୯୫୬ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ ଜଣେ ପ୍ରଶାସକ ବିସିସିଆଇ ଓ ତା’ର ଅନୁବନ୍ଧିତ ୟୁନିଟ୍‌ରେ ୬ ବର୍ଷ କାର୍ଯ୍ୟ କରିବା ପରେ କୁଲିଂ ଅଫ୍‌ ପିରିୟଡ୍‌ର ସମ୍ମୁଖୀନ ହେବେ। ଗାଙ୍ଗୁଲି ଇତିମଧ୍ୟରେ ସିଏବିର ସମ୍ପାଦକ ଓ ପରେ ସଭାପତି ରୂପେ ୫ ବର୍ଷ କାର୍ଯ୍ୟ କରିସାରିଛନ୍ତି। ଫଳରେ ସେ ବିସିସିଆଇ ସଭାପତି ଦାୟିତ୍ୱରେ ମାତ୍ର ୯ ମାସ ରହିବେ। ହାତରେ କମ୍‌ ସମୟ ଥିବାରୁ ତାଙ୍କ ପାଇଁ ଆଗକୁ ଯଥେଷ୍ଟ ଚ୍ୟାଲେଞ୍ଜ ରହିଛି। ଭାରତର ଅନ୍ୟତମ ସଫଳ ଅଧିନାୟକ ଭାବେ ଗାଙ୍ଗୁଲିଙ୍କର ବେଶ୍‌ ଖ୍ୟାତି ରହିଛି। ସେ ଇଂଲଣ୍ଡ ବିପକ୍ଷରେ ୧୯୯୬ ମସିହାରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ବେଳେ ୨୦୦୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଶେଷ ଟେଷ୍ଟମ୍ୟାଚ ଖେଳିଥିଲେ। ସେହିପରି ପ୍ରଥମ ଏକଦିବସୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ସହିତ ୧୯୯୨ ମସିହା ଜାନୁୟାରୀ ୧୧ତାରିଖରେ ଖେଳିଥିବା ବେଳେ ଶେଷ ଏକଦିବସୀୟ ମ୍ୟାଚ ୨୦୦୭ ମସିହାରେ ପାକିସ୍ତାନ ସହିତ ଖେଳିଥିଲେ।
ସେ ଯାହା ହେଉ ବର୍ତ୍ତମାନ ପ୍ରିନ୍‌ସ ଅଫ୍‌ କୋଲକାତା ଗାଙ୍ଗୁଲି ଖେଳାଳିରୁ ଏବେ ଜଣେ ହାଇପ୍ରୋଫାଇଲ କ୍ରିକେଟ ପ୍ରଶାସକ ହୋଇଛନ୍ତି। ପ୍ରଥମେ ଘରୋଇ କ୍ରିକେଟରେ ସୁଧାର ଆଣିବାକୁ ଚେଷ୍ଟା କରିବେ। ପ୍ରଥମ ଶ୍ରେଣୀ କ୍ରିକେଟକୁ ପ୍ରାଧାନ୍ୟ ଦେବା ସହିତ ଘରୋଇ ଖେଳାଳିମାନଙ୍କୁ ଆର୍ଥିକ ସୁବିଧା ଦେବା ପାଇଁ ଚେଷ୍ଟା କରିବେ। ବିସିସିଆଇର ୯ ମାସର କାର୍ଯ୍ୟକାଳ ତାଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ୩୩ମାସ ଧରି ବିସିସିଆଇର ଅନୁଶାସନ କମିଟି ଯାହା କରିନାହିଁ ତାହାକୁ ପ୍ରାଧାନ୍ୟ ଦେବା ସହିତ ବିସିସିଆଇରେ ଅନୁଶାସନ ଆଣିବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ।

ସୌରଭ ଗାଙ୍ଗୁଲି
ପୂରା ନାମ: ସୌରଭ ଚଣ୍ଡିଦାସ ଗାଙ୍ଗୁଲି
ଉଚ୍ଚତା: ୫ ଫୁଟ୍‌ ୧୧ ଇଞ୍ଚ୍‌
ଟେଷ୍ଟ ପଦାର୍ପଣ: ୧୯୯୬ ଜୁନ୍‌ ୨୦ ବନାମ ଇଂଲଣ୍ଡ
ଶେଷ ଟେଷ୍ଟ: ୬ ନଭେମ୍ବର ୨୦୦୮ ବନାମ ଅଷ୍ଟ୍ରେଲିଆ
ଦିନିକିଆ ପଦାର୍ପଣ: ୧୧ ଜାନୁୟାରୀ ୧୯୯୨ ବନାମ ଓ୍ବେଷ୍ଟଇଣ୍ଡିଜ
ଶେଷ ଦିନିକିଆ: ୧୫ ନଭେମ୍ବର ୨୦୦୭ ବନାମ ପାକିସ୍ତାନ
ଟେଷ୍ଟ କ୍ୟାରିୟର
ମ୍ୟାଚ- ୧୧୩, ରନ- ୭୨୧୨,
ଆଭରେଜ- ୪୨.୧୭, ଶତକ-୧୬,
ଅର୍ଦ୍ଧଶତକ- ୩୫
ଦିନିକିଆ କ୍ୟାରିୟର
ମ୍ୟାଚ- ୩୧୧। ରନ-୧୧୩୬୩,
ଆଭରେଜ- ୪୧.୦୨,
ଶତକ-୨୨, ଅର୍ଦ୍ଧଶତକ- ୭୨
ସିଏବି ଅଧ୍ୟକ୍ଷ- ୨୦୧୫
ସିଏବି ଯୁଗ୍ମ ସମ୍ପାଦକ ୨୦୧୪


Enter your email to get our daily news in your inbox.

All Right Reserved By Dharitri.Com

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା…

ଇନଷ୍ଟାଗ୍ରାମ୍‌ରେ ଖୁଲମ୍‌ ଖୁଲା ମନର କଥା କହିଦେଲେ ତ୍ରିଶା! ବିଜୟଙ୍କୁ ନେଇ କହିଦେଲେ…

ଦକ୍ଷିଣ ଭାରତୀୟ ସିନେମା ଜଗତର ଦୁଇଟି ବଡ଼ ନାଁ ଥାଲାପଥି ବିଜୟ ଏବଂ ତ୍ରିଷା କୃଷ୍ଣନ୍। କେତେବେଳେ ସେମାନଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ତ କେତେବେଳେ ଅଫସ୍କ୍ରିନ୍ ଆଫେୟାର୍,…

ୟୁପିରେ ଆରମ୍ଭ ହୋଇପାରେ ଅନଲାଇନ କ୍ଲାସ ଓ ୱାର୍କ ଫ୍ରମ ହୋମ୍‌! ଆକ୍ସନରେ ଯୋଗୀ ସରକାର

ଲକ୍ଷ୍ନୌ,୧୨।୫: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ମଙ୍ଗଳବାର ଦିନ ‘୫ କାଳିଦାସ ମାର୍ଗ ’ ସ୍ଥିତ ନିଜ ସରକାରୀ ବାସଭବନରେ ଅଧିକାରୀମାନଙ୍କ…

ବାଂଲାଦେଶର ଐତିହାସିକ ବିଜୟ

ଢାକା,୧୨ା୫: ଅଧିନାୟକ ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ପରେ ମେହିଦି ହାସନ ମିରାଜ ଓ ନାହିଦ ରାଣାଙ୍କ ୫ ଉଇକେଟ ସଫଳତା ବଳରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା…

ସରକାର ହେଉ ହେଉ ଥାଲାପଥି ବିଜୟଙ୍କୁ ଝଟ୍‌କା! ସୁପ୍ରିମକୋର୍ଟ ପହଞ୍ଚିଲା…

ଚେନ୍ନାଇ,୧୨।୫: ଟିଭିକେ ବିଧାୟକ ଆର. ଶ୍ରୀନିବାସ ସେତୁପତି ମାଡ୍ରାସ ହାଇକୋର୍ଟଙ୍କ କୌଣସି ଫ୍ଲୋର ଟେଷ୍ଟରେ ଭୋଟ ଦେବାରୁ ବାରଣ କରିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ…

ଥାଇଲାଣ୍ଡ ଓପନ: ସାତ୍ତ୍ୱିକ-ଚିରାଗ ଯୋଡ଼ି ଜିତିଲେ

ବ୍ୟାଙ୍କକ୍‌, ୧୨ା୫: ଟପ୍‌ ସିଡ୍‌ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ଯୋଡ଼ି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ବିଜୟ ଲାଭ…

ଭିନେଶଙ୍କ ସମର୍ଥନରେ ବାହାରି ସାକ୍ଷୀ ମଲିକ

ନୂଆଦିଲ୍ଲୀ,୧୨ା୫: ଅବସରରୁ ଫେରିବାକୁ ନେଇ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହ ଚାଲିଥିବା ବିବାଦରେ ଭିନେଶ ଫୋଗତଙ୍କ ସମର୍ଥନରେ ବାହାରିଛନ୍ତି ଅଲିମ୍ପିକ୍‌ ବ୍ରୋଞ୍ଜ ପଦକଧାରୀ ରେସଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri