Posted inଖେଳ

ନୂଆ ବିସିସିଆଇ ବସ୍‌

ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇର ସଭାପତି ରୂପେ ଦାୟିତ୍ୱ
ଗ୍ରହଣ କରିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଜଣେ କ୍ରିକେଟର ଓ ଅଧିନାୟକ ଭାବେ ବେଶ୍‌ ସଫଳତା ହାସଲ କରିଥିବା ଗାଙ୍ଗୁଲି କ୍ରିକେଟ ପ୍ରଶାସନରେ ନୂଆ ଅଧ୍ୟାୟ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି। ତେବେ ହାତରେ କମ୍‌ ସମୟ ଥିବାରୁ ତାଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି…

ପୂର୍ବତନ ଅଧିନାୟକ ତଥା ପ୍ରିନ୍ସ ଅଫ୍‌ କୋଲକାତା ସୌରଭ ଗାଙ୍ଗ୍‌ୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୩୯ତମ ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସଭାପତି ପଦ ପାଇଁ ୪୭ ବର୍ଷୀୟ ଗାଙ୍ଗୁଲି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ନୂଆକରି ଏହି ହାଇପ୍ରୋଫାଇଲ ଦାୟିତ୍ୱ ସମ୍ଭାଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି। ବୀରେନ୍ଦ୍ର ସେହ୍ବାଗ, ମହମ୍ମଦ କୈଫ, ଯୁବରାଜ ସିଂ ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କ ପରି ପୂର୍ବତନ କ୍ରିକେଟର ମହାରାଜା ରୂପେ ଜଣାଶୁଣା ଥିବା ଗାଙ୍ଗୁଲିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦାୟିତ୍ୱ ଗ୍ରହଣ କ୍ରିକେଟ ପାଇଁ ବେଶ୍‌ ଶୁଭଙ୍କର ହେବ ବୋଲି କହିଛନ୍ତି। ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଭାବେ ଯୁବ ଖେଳାଳିମାନଙ୍କୁ ଅଧିକ ସୁଯୋଗ ଦେଇ ଏକ ଶକ୍ତିଶାଳୀ ଟିମ୍‌ ଇଣ୍ଡିଆ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୃଥିବୀର ଧନୀ କ୍ରିକେଟ ବୋର୍ଡର ସଭାପତି ଭାବେ ସେ ସମପରିମାଣର ଖ୍ୟାତି ଅର୍ଜନ କରିବେ ବୋଲି କ୍ରିକେଟପ୍ରେମୀ ଏବଂ ପୂର୍ବତନ ଖେଳାଳିମାନେ ଆଶାପୋଷଣ କରିଛନ୍ତି। ଦୀର୍ଘ ୫ବର୍ଷ ହେବ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ(ସିଏବି)ର ସଭାପତି ରୂପେ ବେଶ ସୁନାମ ଅର୍ଜନ କରିଛନ୍ତି। ଏକଦା ଭାରତୀୟ କ୍ରିକେଟ କଠିନ ସମୟ ମଧ୍ୟରେ ଗତି କରୁଥିବାବେଳେ ଗାଙ୍ଗୁଲି ଅଧିନାୟକ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହିତ ଯୁବ ଖେଳାଳିମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଇ ଟିମ୍‌ ଇଣ୍ଡିଆର ପୁନର୍ଗଠନ କରିବା ସହିତ ବେଶ୍‌ ସଫଳତା ହାସଲ କରିଥିଲେ। ଦୀର୍ଘଦିନ ପରେ ଟିମ୍‌ ଇଣ୍ଡିଆ ବିଦେଶ ମାଟିରେ ମ୍ୟାଚ ଜିତିବାକୁ ଆରମ୍ଭ କରିଥିଲା।
କମିଟିର କଟକଣା ଓ ଦୀର୍ଘ ୩୩ ମାସ ଧରି ପ୍ରଶାସକ କମିଟି (ସିଓଏ) କାର୍ଯ୍ୟ କରିବା ପରେ ଅନେକ ସଫଳତା ପାଇଛି ଭାରତୀୟ କ୍ରିକେଟ ଓ ଦଳ । ବିସିସିଆଇ ସମ୍ବିଧାନକୁ ସଂଶୋଧନ କରାଯିବା ସହ ଭାରତୀୟ କ୍ରିକେଟରେ ଏକାଧିକ ସଂସ୍କାର ଅଣାଯାଇଛି। ସିଓଏ ମୁଖ୍ୟ ବିନୋଦ ରାୟ ନିଜର ଖୁସି ବ୍ୟକ୍ତ କରିବା ସହିତ ଏପରି ନିଷ୍ପତ୍ତି କ୍ରିକେଟ ପାଇଁ ବେଶ୍‌ ଶୁଭଙ୍କର ପଦକ୍ଷେପ ବୋଲି କହିଛନ୍ତି। ଏହା ମଧ୍ୟ ଗାଙ୍ଗୁଲିଙ୍କ ମନୋବଳ ବୃଦ୍ଧିରେ ସହାୟକ ହୋଇଛି। ସିଏବି ସଭାପତି ହିସାବରେ ଅଭିଜ୍ଞତା ଗାଙ୍ଗୁଲିଙ୍କ ନିକଟରେ ରହିଛି। ଗାଙ୍ଗୁଲି ଦ୍ୱିତୀୟ ଭାରତୀୟ ଖେଳାଳି ରୂପେ ବିସିସିଆଇର ସଭାପତି ହେବେ। ପୂର୍ବରୁ ସୁନୀଲ ଗାଭାସ୍କର ଏବଂ ଶିବଲାଲ ଯାଦବ ଅନ୍ତରୀଣ କାର୍ଯ୍ୟକାରୀ ସଭାପତି ରୂପେ ୨୦୧୪ ମସିହାରେ ଅଳ୍ପଦିନ ପାଇଁ କାର୍ଯ୍ୟ କରିଥିଲେ। ବିଜୟନଗରମ୍‌ ମହାରାଜା ଏ.କେ.ଏ. ଭିପି ୧୯୫୪ରୁ ୧୯୫୬ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ ଜଣେ ପ୍ରଶାସକ ବିସିସିଆଇ ଓ ତା’ର ଅନୁବନ୍ଧିତ ୟୁନିଟ୍‌ରେ ୬ ବର୍ଷ କାର୍ଯ୍ୟ କରିବା ପରେ କୁଲିଂ ଅଫ୍‌ ପିରିୟଡ୍‌ର ସମ୍ମୁଖୀନ ହେବେ। ଗାଙ୍ଗୁଲି ଇତିମଧ୍ୟରେ ସିଏବିର ସମ୍ପାଦକ ଓ ପରେ ସଭାପତି ରୂପେ ୫ ବର୍ଷ କାର୍ଯ୍ୟ କରିସାରିଛନ୍ତି। ଫଳରେ ସେ ବିସିସିଆଇ ସଭାପତି ଦାୟିତ୍ୱରେ ମାତ୍ର ୯ ମାସ ରହିବେ। ହାତରେ କମ୍‌ ସମୟ ଥିବାରୁ ତାଙ୍କ ପାଇଁ ଆଗକୁ ଯଥେଷ୍ଟ ଚ୍ୟାଲେଞ୍ଜ ରହିଛି। ଭାରତର ଅନ୍ୟତମ ସଫଳ ଅଧିନାୟକ ଭାବେ ଗାଙ୍ଗୁଲିଙ୍କର ବେଶ୍‌ ଖ୍ୟାତି ରହିଛି। ସେ ଇଂଲଣ୍ଡ ବିପକ୍ଷରେ ୧୯୯୬ ମସିହାରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ବେଳେ ୨୦୦୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଶେଷ ଟେଷ୍ଟମ୍ୟାଚ ଖେଳିଥିଲେ। ସେହିପରି ପ୍ରଥମ ଏକଦିବସୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ସହିତ ୧୯୯୨ ମସିହା ଜାନୁୟାରୀ ୧୧ତାରିଖରେ ଖେଳିଥିବା ବେଳେ ଶେଷ ଏକଦିବସୀୟ ମ୍ୟାଚ ୨୦୦୭ ମସିହାରେ ପାକିସ୍ତାନ ସହିତ ଖେଳିଥିଲେ।
ସେ ଯାହା ହେଉ ବର୍ତ୍ତମାନ ପ୍ରିନ୍‌ସ ଅଫ୍‌ କୋଲକାତା ଗାଙ୍ଗୁଲି ଖେଳାଳିରୁ ଏବେ ଜଣେ ହାଇପ୍ରୋଫାଇଲ କ୍ରିକେଟ ପ୍ରଶାସକ ହୋଇଛନ୍ତି। ପ୍ରଥମେ ଘରୋଇ କ୍ରିକେଟରେ ସୁଧାର ଆଣିବାକୁ ଚେଷ୍ଟା କରିବେ। ପ୍ରଥମ ଶ୍ରେଣୀ କ୍ରିକେଟକୁ ପ୍ରାଧାନ୍ୟ ଦେବା ସହିତ ଘରୋଇ ଖେଳାଳିମାନଙ୍କୁ ଆର୍ଥିକ ସୁବିଧା ଦେବା ପାଇଁ ଚେଷ୍ଟା କରିବେ। ବିସିସିଆଇର ୯ ମାସର କାର୍ଯ୍ୟକାଳ ତାଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ୩୩ମାସ ଧରି ବିସିସିଆଇର ଅନୁଶାସନ କମିଟି ଯାହା କରିନାହିଁ ତାହାକୁ ପ୍ରାଧାନ୍ୟ ଦେବା ସହିତ ବିସିସିଆଇରେ ଅନୁଶାସନ ଆଣିବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ।

ସୌରଭ ଗାଙ୍ଗୁଲି
ପୂରା ନାମ: ସୌରଭ ଚଣ୍ଡିଦାସ ଗାଙ୍ଗୁଲି
ଉଚ୍ଚତା: ୫ ଫୁଟ୍‌ ୧୧ ଇଞ୍ଚ୍‌
ଟେଷ୍ଟ ପଦାର୍ପଣ: ୧୯୯୬ ଜୁନ୍‌ ୨୦ ବନାମ ଇଂଲଣ୍ଡ
ଶେଷ ଟେଷ୍ଟ: ୬ ନଭେମ୍ବର ୨୦୦୮ ବନାମ ଅଷ୍ଟ୍ରେଲିଆ
ଦିନିକିଆ ପଦାର୍ପଣ: ୧୧ ଜାନୁୟାରୀ ୧୯୯୨ ବନାମ ଓ୍ବେଷ୍ଟଇଣ୍ଡିଜ
ଶେଷ ଦିନିକିଆ: ୧୫ ନଭେମ୍ବର ୨୦୦୭ ବନାମ ପାକିସ୍ତାନ
ଟେଷ୍ଟ କ୍ୟାରିୟର
ମ୍ୟାଚ- ୧୧୩, ରନ- ୭୨୧୨,
ଆଭରେଜ- ୪୨.୧୭, ଶତକ-୧୬,
ଅର୍ଦ୍ଧଶତକ- ୩୫
ଦିନିକିଆ କ୍ୟାରିୟର
ମ୍ୟାଚ- ୩୧୧। ରନ-୧୧୩୬୩,
ଆଭରେଜ- ୪୧.୦୨,
ଶତକ-୨୨, ଅର୍ଦ୍ଧଶତକ- ୭୨
ସିଏବି ଅଧ୍ୟକ୍ଷ- ୨୦୧୫
ସିଏବି ଯୁଗ୍ମ ସମ୍ପାଦକ ୨୦୧୪


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

ପଲଟୁରାମ ଗମ୍ଭୀର! ନିଜ କଥାରୁ ନିଜେ ଓହରି ଟ୍ରୋଲ ହେଉଛନ୍ତି କ୍ରିକେଟର…

ନୂଆଦିଲ୍ଲୀ,୧୭।୪: ସର୍ବଦା ନିଜର ବୟାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଏବେ ପୁଣି ସେ ଥରେ ନିଜର...

ସୁରେନ୍ଦ୍ର ଭାବେ ଓଡ଼ିଶା କ୍ରିକେଟ ଟିମ୍ ର ନୂଆ କୋଚ୍ ନିଯୁକ୍ତ

କଟକ, ୧୭।୪: ଆଗାମୀ ଘରୋଇ ସିଜିନ୍ ପାଇଁ ମହାରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ସୁରେନ୍ଦ୍ର ଭାବେଙ୍କୁ ଓଡ଼ିଶା କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବେ...

ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ ୨୦୨୪ ମଧ୍ୟରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ଆଲୋଚନା ବଢ଼ିଛି। ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ପାଇଁ ଖୁବ୍‌ଶୀଘ୍ର...

ଆଇପିଏଲ୍ ରୁ ଅବସର ନେବେ ନାହିଁ ଧୋନୀ!, ଦୁଇ ସାଙ୍ଗ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୧୭।୪: ଚଳିତ ସିଜିନରେ ମହେନ୍ଦ୍ର ସିଂ ଧୋନୀ ଜଣେ ଖେଳାଳି ଭାବେ ଆଇପିଏଲ ଖେଳୁଛନ୍ତି। ସିଜିନ୍ ଆରମ୍ଭରେ ଧୋନୀ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri