Posted inଖେଳ

ନୂଆ ଇନିଂସରେ ଗମ୍ଭୀରଙ୍କ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଳୀ,୨୪।୫(ପି.ଟି.)- ଭାରତୀୟ ପୂର୍ବତନ ଓପନର ଗୌତମ ଗମ୍ଭୀର ନୂଆ ଇନିଂସରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମଥର ପାଇଁ ସଂସଦୀୟ ନିର୍ବାଚନରେ ଅଂଶଗ୍ରହଣ କରି ସେ ଜବରଦସ୍ତ ବିଜୟ ହାସଲ କରିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ଟିକେଟରୁ ସେ ଇଷ୍ଟ ଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ପାଖାପାଖି ୭ ଲକ୍ଷ ଭୋଟ ହାସଲ କରି ସେ କଂଗ୍ରେସର ଅରବିନ୍ଦର ସିଂ ଲଭଲି ଓ ଆମ୍‌ ଆଦ୍‌ମୀ ପାର୍ଟିର ଆତିଶୀ ମାରଲେନାଙ୍କୁ ବୃହତ୍‌ ବ୍ୟବଧାନରେ ହରାଇଛନ୍ତି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆତିଶୀଙ୍କୁ ଗମ୍ଭୀର ୩.୯୧ ଲକ୍ଷ ଭୋଟରେ ପରାସ୍ତ କରିଛନ୍ତି। ସେ ବିଜୟର ଶ୍ରେୟ ଭାଜପାର ବିଚାରଧାରାକୁ ଦେଇଛନ୍ତି। ସେ ଲଭଲି ଓ ଆତିଶୀଙ୍କୁ ପରୋକ୍ଷରେ ଇଙ୍ଗିତ କରି ନିଜ ବିଜୟର ଶ୍ରେୟ ଭାଜପାକୁ ପ୍ରଦାନ କରିଛନ୍ତି। ‘ଏହା ଏକ ଲଭଲି କଭର ଡ୍ରାଇଭ୍‌ ନୁହଁ କି ଏହା ଆତିଶୀ ବଲ୍ଲେବାଜୀ ନୁହଁ’ ବୋଲି ସେ ଟୁଇଟ୍‌ କରିଛନ୍ତି। ସେ ଏହି ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କ୍ରିକେଟରୁ ରାଜନୀତି ସମ୍ପୂର୍ଣ୍ଣ ଅଲଗା ହୋଇଥିଲେ ମଧ୍ୟ ଗମ୍ଭୀର ପଦାର୍ପଣରେ ବେଶ୍‌ ଜଲଓ୍ବା ଦେଖାଇଛନ୍ତି। ଗମ୍ଭୀରଙ୍କ ପିତା ଦୀପକ ଗମ୍ଭୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। କ୍ରିକେଟ ପଡିଆରେ ଓ ରାଜନୀତିରେ ଗମ୍ଭୀର ନିଜକୁ ଜଣେ ଲଢୁଆ ଖେଳାଳିଭାବେ ପ୍ରମାଣିତ କରିଛନ୍ତି। ସାହସିକ ଭାବେ ମତ ରଖି ଓ ନିଷ୍ପତ୍ତି ନେଇ ସେ ଏକାଧିକବାର ବିବାଦୀୟ ହୋଇଥିଲେ ମଧ୍ୟ ପଛକୁ ହଟିବାକୁ ପସନ୍ଦ କରି ନ ଥାନ୍ତି। ଅଜୟ ଜାଡେଜାଙ୍କ ବିରୋଧରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆସିଥିବାରୁ ତାଙ୍କ ତତ୍ତ୍ୱାବଧାନରେ ସେ ଖେଳିବାକୁ ମନାକରି ବିବାଦୀୟ ହୋଇପଡିଥିଲେ। ଏକଦା ସେ ପୂର୍ବତନ ଅଲରାଉଣ୍ଡର ମନୋଜ ପ୍ରଭାକରଙ୍କ ପ୍ରାର୍ଥିତ୍ୱଙ୍କୁ ମଧ୍ୟ ବିରୋଧ କରିଥିଲେ। ନିର୍ଭୀକ ଆଭିମୁଖ୍ୟ ତାଙ୍କୁ ବିବାଦୀୟ କରିଥିଲେ ମଧ୍ୟ ଏକ ଭିନ୍ନ ପରିଚୟ ମଧ୍ୟ ପ୍ରଦାନ କରିଛି। ଆନ୍ତର୍ଜାତିକ କ୍ରିକେଟରେ ୧୦, ୦୦୦ ରନ ସଂଗ୍ରହ କରିଥିବା ଗମ୍ଭୀର ୨୦୧୮ରେ ଅବସର ଗ୍ରହଣ କରିଥିଲେ। ବିଜୟ ପାଇଁ ଗମ୍ଭୀରଙ୍କୁ ସାଥୀ ଖେଳାଳି ତଥା ପୂର୍ବତନ ସ୍ପିନର ହରଭଜନ ସିଂ ଓ ଅନ୍ୟ କ୍ରିକେଟରମାନେ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri