ନୀତି ବିଳମ୍ବ ସହ ବଡ଼ ମହାସ୍ନାନ

ପୁରୀ ଅଫିସ,୧୬ା୨: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବା ପୂଜାରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆ ସେବକ ୩ଥର ନୀତିରେ ବିଳମ୍ବ କରିବେ ତାଙ୍କୁ ସେବାରୁ ବହିଷ୍କାର କରାଯିବ। ଏପରି କି ଜାଣିଶୁଣି ଯଦି କେହି ଥରେ ବି ଡେରି କରୁଥିବା ଜଣାପଡ଼ିିବ ତେବେ ଶାଢିବନ୍ଧା ରଦ୍ଦ ସହିତ ତାଙ୍କୁ ମଧ୍ୟ ସେବାରୁ ହଟାଯିବ। ଶ୍ରୀମନ୍ଦିର ପ୍ରଶାସନର ଏହି କଠୋର ଆଭିମୁଖ୍ୟ ପରେ ନୀତିକାନ୍ତି ପ୍ରାୟ ଠିକ୍‌ଠାକ ଚାଲୁଥିଲା। କେବେ କେଉଁଦିନ ନୀତିରେ ସାମାନ୍ୟ ବିଳମ୍ବ ହେଉଥିଲେ ମଧ୍ୟ ପରବର୍ତ୍ତୀ ନୀତିକୁ ତ୍ୱରାନ୍ବିତ କରାଯାଉଥିଲା। କିନ୍ତୁ ଶନିବାର ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରାୟ ୨ଘଣ୍ଟା ବିଳମ୍ବ ହୋଇଛି। ଦ୍ୱାରଫିଟାରୁ ଆରମ୍ଭ ହୋଇଥିବା ଏହି ବିଳମ୍ବ ଅନ୍ୟାନ୍ୟ ନୀତିକୁ ପ୍ରଭାବିତ କରିଥିଲା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦ୍ୱାରଫିଟା ବିଳମ୍ବ ପରେ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ବି ହୋଇଥିଲା। ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ୫ଜଣ ସେବକଙ୍କ ଉପସ୍ଥିତିରେ ଫିଟାଯାଏ। ଏହି ସେବକମାନେ ହେଲେ ପଢିଆରୀ, ଭିତରଚ୍ଛ ମହାପାତ୍ର, ଅଖଣ୍ଡ, ମୁଦୁଲି ଏବଂ ମେକାପ। ସାଧାରଣତଃ ଭୋର ୫ଟା ୧୦ ମଧ୍ୟରେ ଏହି ଦ୍ୱାର ଫିଟାଯାଇଥାଏ। ଶନିବାର ଏହି ସମୟରେ ଦ୍ୱାର ଫିଟାଇବା ଲାଗି ୪ଜଣ ସେବକ ପହଞ୍ଚତ୍ଥିଲେ ମଧ୍ୟ ଜଣେ ଆସି ନ ଥିଲେ। ଫଳରେ ତାଙ୍କୁ ଅନ୍ୟମାନେ ଅପେକ୍ଷା କରିଥିଲେ। ସମ୍ପୃକ୍ତ ସେବକ ପ୍ରାୟ ଅଧଘଣ୍ଟାଏ ପରେ ପହଞ୍ଚତ୍ଥିଲେ। ଏହାପରେ ସକାଳ ୫ଟା ୪୫ରେ ଦ୍ୱାର ଫିଟାଯାଇ ଠାକୁରଙ୍କ ନୀତି ଆରମ୍ଭ ହୋଇଥିଲା। ଏହି ବିଳମ୍ବ ଯୋଗୁ ସକାଳ ପ୍ରାୟ ୬ଟା ମଧ୍ୟରେ ହେଉଥିବା ମଙ୍ଗଳ ଆଳତି ୬ଟା ୩୫ରେ ଶେଷ ହୋଇଥିଲା। ପରେ ଅବକାଶ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଜଣେ ଛୋଟ ପିଲା ଜୟବିଜୟ ଦ୍ୱାର ତଳକୁ ଭିତର କାଠ ପରିସରରେ ପରିସ୍ରା କରିଦେଇଥିଲେ। ଫଳରେ ସେହିଠାରେ ହିଁ ନୀତି ଅଟକି ବଡ଼ ମହାସ୍ନାନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ଏଥିପାଇଁ ପ୍ରାୟ ୧ଘଣ୍ଟା ସମୟ ଲାଗିଥିଲା। ବଡ଼ ମହାସ୍ନାନ ପରେ ଯେଉଁଠାରୁ ନୀତି ଅଟକିଥିଲା ସେହିଠାରୁ ପୁଣି ଆରମ୍ଭ ହୋଇଥିଲା। ତେବେ ଏହି ବିଳମ୍ବ ଯୋଗୁ ଶନିବାର ଅପରାହ୍ନ ପ୍ରାୟ ୩ଟାରେ ବାହାରିଥିଲା ମହାପ୍ରସାଦ। ସାଧାରଣତଃ ପ୍ରତିଦିନ ଅପରାହ୍ନ ୧ଟାରୁ ସାଢେ ୧ଟା ମଧ୍ୟରେ ଅବଢା ବାହାରିଥାଏ। କିନ୍ତୁ ଗୋଟିଏ ଦିନରେ ଦ୍ୱାରଫିଟାରେ ଡେରି ହେବା ଏବଂ ଠାକୁରଙ୍କ ବଡ଼ ମହାସ୍ନାନ ଯୋଗୁ ଭକ୍ତମାନେ ମହାପ୍ରସାଦ ପାଇବାରେ ବିଳମ୍ବ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri