Posted inଜାତୀୟ

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ବିସ୍ଫୋରକ ବୟାନ: ଖରାପ ସ୍ଥିତିରେ ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୨୪ା୮: କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ କୁହାଯାଉଥିବା ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ଗୁରୁବାର ବିସ୍ଫୋରକ ବୟାନ ଦେଇଛନ୍ତି। ଆର୍ଥିକ କ୍ଷେତ୍ରରେ ବର୍ତ୍ତମାନ ଦେଖାଦେଇଥିବା ସ୍ଥିତି ଉପରେ ମତବ୍ୟକ୍ତ କରି ସେ କହିଛନ୍ତି ଯେ, ଏଭଳି ଅବସ୍ଥା ଦୀର୍ଘ ୭୦ ବର୍ଷ ଭିତରେ ଦେଖାଯାଇ ନ ଥିଲା। ସମ୍ପୂର୍ଣ୍ଣ ସେକ୍ଟର ଦୋହଲିଯାଇଛି। କେହି କାହାକୁ ଭରସା କରିପାରୁନାହାନ୍ତି। ଏହାର ମୁକାବିଲା ଲାଗି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ହେବ। ସରକାର ଅନେକଗୁଡ଼ିଏ ପଦକ୍ଷେପ ସମ୍ପର୍କରେ ବିଚାର କରୁଛନ୍ତି। ଅନ୍ୟପକ୍ଷରେ ଦେଶର ଅର୍ଥନୀତି ଅଭିବୃଦ୍ଧି ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବିଭିନ୍ନ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଏହାଦ୍ୱାରା ନଗଦ ସଙ୍କଟ ଦୂର ହେବା ସହିତ ଚାହିଦା ବୃଦ୍ଧି ପାଇବାକୁ ଯାଉଛି।
ଏକ କାର୍ଯ୍ୟକ୍ରମରେ ଯୋଗଦେଇ କୁମାର କହିଛନ୍ତି ଯେ, ଆର୍ଥିକ କ୍ଷେତ୍ରରେ ଜାରି ସଙ୍କଟର ପ୍ରଭାବ ଏବେ ଦେଶର ବିକାଶ ଉପରେ ପଡୁଥିବା ଲକ୍ଷ୍ୟ କରାଯାଇଛି। ଦୀର୍ଘ ୭୦ ବର୍ଷ ଭିତରେ ଆର୍ଥିକ ଅତ୍ୟନ୍ତ ଖରାପ ହୋଇଛି। ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା କର(ଜିଏସ୍‌ଟି) କାରଣରୁ ଆରମ୍ଭ ହୋଇଥିବା ନଗଦ ସଙ୍କଟ ଏବେ ଉତ୍କଟ ରୂପ ଧାରଣ କରିଛି। ତେବେ ଏବେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ପାଇଁ ସେ ପୂର୍ବର ଉପା ସରକାରଙ୍କୁ ଦାୟୀ କରିଛନ୍ତି। ୨୦୦୯-୧୪ ମଧ୍ୟରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆଖିବୁଜା ଋଣ ବଣ୍ଟନ କରାଯିବା ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କର କହିବାନୁଯାୟୀ, ଏହି ସମୟରେ ଦିଆଯାଇଥିବା ଋଣ ବ୍ୟାପକ ହାରରେ ଏନ୍‌ପିଏ(ଅନାଦାୟ ଋଣ) ହୋଇଯାଇଛି। ଫଳରେ ବ୍ୟାଙ୍କଗୁଡ଼ିକ ନୂଆ ଋଣ ଦେବାର କ୍ଷମତା ହରାଇଛନ୍ତି। ଅର୍ଥନୀତିକୁ ନେଇ ବିସ୍ଫୋରକ ବୟାନ ଦେବାର ଚବିଶ ଘଣ୍ଟା ନ ପୁରୁଣୁ ରାଜୀବ କୁମାର ନିଜ ବକ୍ତବ୍ୟରୁ ଓହରିଯାଇଛନ୍ତି। ଟୁଇଟ୍‌ ଜରିଆରେ ସଫେଇ ଦେଇ ସେ କହିଛନ୍ତି ଯେ, ତାଙ୍କ ବୟାନକୁ ମିଡିଆରେ ଭୁଲ୍‌ ଭାବେ ଉପସ୍ଥାପନ କରାଯାଇଛି। ଅନ୍ୟପକ୍ଷରେ ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥାରୁ ବାହାର କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ଏକାଧିକ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିବାଦ୍ୱାରା ଉଦ୍ୟୋଗ ଓ ବ୍ୟାଙ୍କିଙ୍ଗ ସିଷ୍ଟମରେ ଅଧିକ ନଗଦ ପ୍ରବେଶ ସମ୍ଭବ ହେବ। ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ ସୀତାରାମନ୍‌ ଶୁକ୍ରବାର ଏଠାରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ସାରା ବିଶ୍ୱ ଏବେ ମାନ୍ଦାବସ୍ଥାର ସାମ୍ନା କରୁଛି। ତେବେ ବିଶ୍ୱ ମୁକାବିଲାରେ ଭାରତର ଅର୍ଥନୀତି ଭଲ ସ୍ଥିତିରେ ରହିଛି। ବିଶ୍ୱରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ବୁଝିବାକୁ ହେବ। ଆର୍ଥିକ ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା ଏବଂ ଦେଶରେ କ୍ରମାଗତ ଆର୍ଥିକ ସଂସ୍କାର ଧାରା ଜାରି ରହିଛି। ଭାରତର ଅର୍ଥନୀତି ଅନ୍ୟ ଦେଶ ତୁଳନାରେ ଅଧିକ ଉନ୍ନତ। ଏହି ଅବସରରେ ସେ କହିଛନ୍ତି ଯେ, ଏଣିକି ଟିକସ ନୋଟିସ କେନ୍ଦ୍ରୀୟ ସିଷ୍ଟମ ମାଧ୍ୟମରେ ଦିଆଯିବ ଏବଂ କାହାକୁ ହଇରାଣ କରାଯିବ ନାହିଁ। ଅକ୍ଟୋବର ପହିଲାରୁ କେନ୍ଦ୍ରୀୟ ସିଷ୍ଟମ ଜରିଆରେ ନୋଟିସ ପଠାଯିବ। ଶେୟାର ଓ ମ୍ୟୁଚୁଆଲ ଫଣ୍ଡରେ ଲାଗୁ ହୋଇଥିବା ଲଙ୍ଗ ଟର୍ମ ଏବଂ ସର୍ଟ ଟର୍ମ କ୍ୟାପିଟାଲ ଗେନ୍ସ ଉପରେ ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରାଯିବ। ଏହାସହ ଏଥିରୁ ମିଳୁଥିବା ଲାଭକୁ ଟିକସମୁକ୍ତ କରାଯାଇଛି। ସେହିପରି ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟମେଣ୍ଟ(ଏଫ୍‌ପିଆଇ) ଉପରେ ଲାଗୁଥିବା ସରଚାର୍ଜ ପ୍ରତ୍ୟାହାର ହେବ। ଫଳରେ ବଜେଟ ପୂର୍ବ ସ୍ଥିତି ପୁଣି କାଏମ ରହିବ। କର୍ପୋରେଟ ସୋସିଆଲ ରେସ୍‌ପନ୍ସିବିିଲିିଟି (ସିଏସ୍‌ଆର)କୁ ଏଣିକି ଆପରାଧିକ ବ୍ୟବସ୍ଥାରୁ ବାଦ୍‌ ଦିଆଯାଇଛି। ତ୍ରୁଟିବିଚ୍ୟୁତି ପାଇଁ କେବଳ ସିଭିଲ ମାମଲା କରାଯିବ। ସୀତାରାମନ୍‌ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବ। ଫଳରେ ସେମାନେ ସହଜରେ ଋଣ ଦେଇ ପାରିବେ। ବ୍ୟାଙ୍କଗୁଡ଼ିକର ସୁଧ ହାରକୁ ଆର୍‌ବିଆଇ ଦ୍ୱାରା ଘୋଷଣା ହେଉଥିବା ରେପୋ ରେଟ ସହ ଯୋଡାଯିବ। ଏହାଦ୍ୱାରା ସମସ୍ତ ପ୍ରକାର ଋଣ ଶସ୍ତା ହେବ। ଷ୍ଟାର୍ଟଅପ୍‌ ଟିକସର ସମାଧାନ ଲାଗି ସ୍ବତନ୍ତ୍ର ସେଲ୍‌ ଗଠନ କରାଯିବ। ଋଣ ଆବେଦନଗୁଡ଼ିକୁ ଏଣିକି ଅନ୍‌ଲାଇନରେ ଦେଖିହେବ। ଋଣ ଫେରସ୍ତ ହେବା ୧୫ ଦିନ ଭିତରେ ସମସ୍ତ ବନ୍ଧକ କାଗଜପତ୍ର ଗ୍ରାହକଙ୍କୁ ଫେରାଇବାକୁ ହେବ। ଡିମ୍ୟାଟ୍‌ ଆକାଉଣ୍ଟ ଲାଗି ଆଧାରଯୁକ୍ତ କଓ୍ବୋଇସି ବ୍ୟବସ୍ଥା ଲାଗୁ ହେବ। ଅଟୋ ସେକ୍ଟର ପାଇଁ ପ୍ରୋତ୍ସାହନ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏଣିକି ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କିଣାଯାଇଥିବା ବିଏସ୍‌-୪ ଗାଡ଼ିକୁ ସରକାର ମାନ୍ୟତା ପ୍ରଦାନ କରିବେ। ଏହା ପଞ୍ଜୀକରଣ ଅବଧି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଇଲେକ୍ଟ୍ରି ଓ ଇଣ୍ଟରନାଲ କମ୍ବଶନ ଭେହିକିଲ(ଇସିଭି)ର ରେଜିଷ୍ଟ୍ରେଶନ ଜାରି ରହିବ। ଓ୍ବାନ୍‌ ଟାଇମ ରେଜିଷ୍ଟ୍ରେଶନ ଫିଜ୍‌କୁ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବକେୟା ଜିଏସ୍‌ଟି ରିଫଣ୍ଡକୁ ୩୦ ଦିନ ଭିତରେ ପ୍ରଦାନ କରାଯିବ। ଷ୍ଟାର୍ଟଅପ୍‌ଙ୍କ ଠାରୁ ଆଞ୍ଜେଲ ଟିକସ ଆଦାୟ କରାଯିବ ନାହିଁ। ପୁରୁଣା ଗାଡ଼ି ବାଦ୍‌ ଦେବା ନେଇ ସରକାର ଖୁବଶୀଘ୍ର ଏକ ନୀତି ଘୋଷଣା କରିବେ। ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଗାଡ଼ି ଉପରେ ୧୫% ଅତିରିକ୍ତ ଡେପ୍ରିସିଏଶନକୁ ସରକାର ଅନୁମତି ଦେଇଛନ୍ତି।

ପ୍ରମୁଖ ଘୋଷଣା
-ଶେୟାର ବଜାରରେ କ୍ୟାପିଟାଲ ଗେନ୍ସରୁ ସରଚାର୍ଜ ହଟିଲା
-ଷ୍ଟାର୍ଟଅପ୍‌ ଟ୍ୟାକ୍ସ ସମାଧାନ ପାଇଁ ସ୍ବତନ୍ତ୍ର ସେଲ୍‌ ଗଠନ ହେବ
-ଋଣ ଆବେଦନକୁ ଅନ୍‌ଲାଇନରେ ନଜର ରଖି ହେବ
-ଋଣ ଫେରସ୍ତ ହେବାର ୧୫ ଦିନ ଭିତରେ ବନ୍ଧକ କାଗଜପତ୍ର ଫେରସ୍ତ
-ରେପୋ ରେଟ ସହ ସୁଧ ହାରକୁ ଯୋଡାଯିବ
-ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଦିଆଯିବ ୭୦ ହଜାର କୋଟି
-ଡିମ୍ୟାଟ୍‌ ଆକାଉଣ୍ଟକୁ ଆଧାରଯୁକ୍ତ କଓ୍ବୋଇସି
-୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କିଣାଯାଇଥିବା ବିଏସ୍‌-୪ ଗାଡ଼ି ବୈଧ ହେବ
-ଇଲେକ୍ଟ୍ରିକ ଓ ଇସିଭି ରେଜିଷ୍ଟ୍ରେଶନ ଜାରି ରହିବ
-୩୦ ଦିନ ଭିତରେ ଜିଏସ୍‌ଟି ରିଫଣ୍ଡ


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri