Posted inଜାତୀୟ

ନିୟମ ଉଲ୍ଲଂଘନ କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିବା ଓ ଖଣ୍ଡପୀଠରେ ନିଜେ ସିଜେଆଇ ରହିବା ସର୍ବୋଚ୍ଚ ଅଦାଲତଙ୍କ ବିଚାର ପ୍ରକ୍ରିୟା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଆଇନଜୀବୀ ଉତ୍ସବ ବୈନ୍ସ ଦାଖଲ କରିଥିବା ସତ୍ୟପାଠକୁ ଗୁରୁତ୍ୱର ସହ ନେଇ ତାଙ୍କ ଅଭିଯୋଗ ଉପରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏଭଳି ଶୁଣାଣି ଦ୍ୱାରା ସୁପ୍ରିମକୋର୍ଟ ନିଜ ପ୍ରକ୍ରିୟା ଓ ନିୟମାବଳୀର ଉଲ୍ଲଂଘନ କରିଥିବା କୁହାଯାଉଛି।
ନିଜ ବିରୋଧରେ ଆସିଥିବା ମାମଲାର ଶୁଣାଣି ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହେବାକୁ ନେଇ ସର୍ବସାଧାରଣରେ ବିରୋଧାଭାସ ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟର ପୂର୍ବତନ ମହିଳା କର୍ମଚାରୀ ସିଜେଆଇଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ। ଗତ ୨୦ ତାରିଖ ଶନିବାର ଏହା ଉପରେ ଶୁଣାଣି ହୋଇଥିଲା। ଏହା ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରସ୍ତୁତ ଶୁଣାଣି ପ୍ରକ୍ରିୟାର ଉଲ୍ଲଂଘନ ବୋଲି ସର୍ବୋଚ୍ଚ ଅଦାଲତ ବାର୍‌ ଆସୋସିଏଶନ (ଏସ୍‌ସିବିଏ) ପକ୍ଷରୁ କୁହାଯାଇଛି।
ସୁପ୍ରିମକୋର୍ଟରେ ମାମଲା ଦାଏର ଓ ଶୁଣାଣି ପ୍ରକ୍ରିୟା ସର୍ବୋଚ୍ଚ ଅଦାଲତଙ୍କ ନିୟମାବଳୀ, ୨୦୧୩ ଦ୍ୱାରା ପରିଚାଳିତ ହୋଇଥାଏ। ସାଧାରଣତଃ ଅଫିସିଆଲ ଗେଜେଟ୍‌ରେ ପ୍ରକାଶିତ ଛୁଟିଦିନ ଏବଂ ଶନିବାର ଶୁଣାଣି ହୁଏ ନାହିଁ। ତେବେ କୌଣସି ଅସାଧାରଣ ଘଟଣାରେ ଶନିବାର ଶୁଣାଣି କରାଯିବାର ନିୟମ ରହିଛି। ତେବେ ଏଭଳି ଶୁଣାଣି ସମ୍ପର୍କରେ କିଏ ନିଷ୍ପତ୍ତି ନେବେ ତାହା ନିୟମାବଳୀରେ ଉଲ୍ଲେଖ ନ ଥିବାରୁ ଏହା ମାଷ୍ଟର ଅଫ୍‌ ରୋଷ୍ଟର ପ୍ରଧାନ ବିଚାରପତିଙ୍କ ଉପରେ ଛାଡିଦିଆଯାଇଛି।
ଯୌନଶୋଷଣ ଅଭିଯୋଗର ଶୁଣାଣି ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହୋଇଥିଲା ଯେଉଁଥିରେ ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ସଞ୍ଜୀବ ଖାନ୍ନା ରହିଥିଲେ। ତେବେ ଖଣ୍ଡପୀଠଙ୍କ ନିର୍ଦ୍ଦେଶନାମା ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟରେ ଅପ୍‌ଲୋଡ ହେଲାବେଳେ ଆଶ୍ଚର୍ଯ୍ୟଜନକ ଭାବେ ସେଥିରୁ ସିଜେଆଇଙ୍କ ନାଁକୁ ବାଦ୍‌ ଦିଆଯାଇଥିଲା। ଖଣ୍ଡପୀଠରେ ସିଜେଆଇ ଥିବାରୁ କୌଣସି ନିର୍ଦ୍ଦେଶନାମା ଜାରି ହେବ ନାହିଁ ବୋଲି ଶୁଣାଣି ବେଳେ କୁହାଯାଇଥିଲା। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ବିଚାରପତି ଶୁଣାଣିଠାରୁ ନିଜକୁ ଦୂରେଇ ରଖିବା କଥା ଏବଂ ତାହା ମଧ୍ୟ ରେକର୍ଡ ହେବା ଆବଶ୍ୟକ। ୨୦ ତାରିଖ ଶୁଣାଣି ବେଳେ ତାହା ଅନୁସରଣ କରାଯାଇ ନ ଥିଲା। ସେହିପରି ୨୩ ତାରିଖ ପାଇଁ କଜ୍‌ଲିଷ୍ଟରେ ମାମଲା ତାଲିକାଭୁକ୍ତ ହେବା ବେଳେ ଖଣ୍ଡପୀଠରେ ପରିବର୍ତ୍ତନ କରାଯାଇଥିଲା। ଜଷ୍ଟିସ୍‌ ଅରୁଣ ମିଶ୍ର, ରୋହିଙ୍ଗଟନ୍‌ ନରିମାନ ଏବଂ ଦୀପକ ଗୁପ୍ତାଙ୍କୁ ନେଇ କ’ଣ ପାଇଁ ନୂଆ ଖଣ୍ଡପୀଠ ଗଢ଼ାଗଲା ତାହା ମଧ୍ୟ ଅସ୍ପଷ୍ଟ ରହିଛି।
ଅନ୍ୟପକ୍ଷରେ ମାମଲାର ପକ୍ଷ ନ ଥାଇ ଉତ୍ସବ ବୈନ୍ସଙ୍କ ସତ୍ୟପାଠ ଦାଖଲ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାରଣରୁ ମାମଲାର ପ୍ରକୃତ ପକ୍ଷ କିଏ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଉତ୍ସବଙ୍କ ସତ୍ୟପାଠକୁ ଶୁଣାଣି ପାଇଁ ଗ୍ରହଣ କରାଯିବା ସୁପ୍ରିମକୋର୍ଟଙ୍କ ଶୁଣାଣି ପ୍ରକ୍ରିୟାର ଆଉ ଏକ ଅନିୟମିତତା ବୋଲି କୁହାଯାଉଛି। ଉତ୍ସବଙ୍କ ସତ୍ୟପାଠ ରେଜିଷ୍ଟ୍ରିଙ୍କ ଦ୍ୱାରା କିପରି ତାଲିକାଭୁକ୍ତ ହେଲା ତାହା ଜଣାପଡିନି। ଯଦି ମାମଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେ କେହି ସତ୍ୟପାଠ ଦାଏର କଲେ ତାହାକୁ ଶୁଣାଣି ପାଇଁ ଗ୍ରହଣ କରାଯାଇପାରିବ କି ବୋଲି ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରୁଥିଲେ ସ୍ତ୍ରୀ… ଜଣାପଡ଼ିବା ପରେ ଘଟିଗଲା ଏମିତି

ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ...

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

ନିଜ ହାତରେ ରାସ୍ତା ଖୋଳିଲେ ଭାଜପା ବିଧାୟକ: ଗୁଣବତ୍ତାର ଖୋଲିଲା ପୋଲ୍‌

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ଦିଣ୍ଡୋରୀର ଶାହପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ଧୁର୍ଭେ ବିଭାଗୀୟ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛନ୍ତି।...

MGNREGA ପାଇଁ ନୂଆ ଆଇନ ଆଣିବେ ସରକାର: ଏତିକି ଦିନର ମିଳିବ ନିଯୁକ୍ତି ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବାତିଲ କରି ଗ୍ରାମୀଣ ନିଯୁକ୍ତି ପାଇଁ ଏକ ନୂତନ ଆଇନ...

ଘନ କୁହୁଡ଼ି ମଧ୍ୟରେ ବିମାନବନ୍ଦର: ୧୦୦ରୁ ଅଧିକ ବିମାନ ବାତିଲ, ଟ୍ରେନ ଚଳାଚଳ ବିଳମ୍ୱ

ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ...

କୁହୁଡ଼ି ତାଣ୍ଡବ: ପଛକୁ ପଛ ପିଟିହେଲା ୨୫ କାର୍, ୨ ପୋଲିସ କର୍ମଚାରୀଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: ଆଜି ସକାଳେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା । ଯାହା ଫଳରେ ସମସ୍ତ ପ୍ରକାରର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri