ନିୟନ୍ତ୍ରଣ ବାହାରେ ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୧-୧: ଦେଶର ବିତ୍ତୀୟ ନିଅଣ୍ଟ ଚଳିତ ଆର୍ଥତ୍କ ବର୍ଷ ଅଣାୟତ୍ତ ହେବାରେ ଲାଗିଛି। ଏହା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ବେଳେ ବଜେଟର ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଟପି ନଭେମ୍ବର ଶେଷ ସୁଦ୍ଧା ୧୧୪.୮% ବା ୮.୦୭ ଲକ୍ଷ କୋଟି ଟଙ୍କା ଛୁଇଁଛି। ସରକାର ସଂଗ୍ରହ କରୁଥିବା ରାଜସ୍ବ ଏବଂ ଖର୍ଚ୍ଚ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ବିତ୍ତୀୟ ନିଅଣ୍ଟ କୁହାଯାଉଥିବା ବେଳେ ଏହା ନଭେମ୍ବର ୩୦ ସୁଦ୍ଧା ୮,୦୭, ୮୩୪ କୋଟି ଟଙ୍କା ରହିଥିବା କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ(ସିଜିଏ) ଡାଟାରୁ ସମ୍ନାକୁ ଆସିଛି। ଗୋଟିଏ ବର୍ଷ ତଳେ ସମାନ ମାସରେ ବିତ୍ତୀୟ ନିଅଣ୍ଟ ବଜେଟ ଲକ୍ଷ୍ୟର ୧୧୪.୮% ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ଲାଗି ବିତ୍ତୀୟ ନିଅଣ୍ଟକୁ ୭.୦୩ ଲକ୍ଷ କୋଟି ଟଙ୍କାରେ ସୀମିତ ରଖିବା ଲାଗି ସରକାର ଲକ୍ଷ୍ୟ ରଖିଥିଲେ, ଯାହା ମୋଟ ଜିଡିପିର ୩.୩%। ସେପ୍ଟେମ୍ବରରେ ସରକାର କର୍ପୋରେଟ ଟିକସ ହ୍ରାସ କରିବା ଯୋଗୁ ରାଜକୋଷ ଉପରେ ଏହା ୧.୪୫ ଲକ୍ଷ କୋଟି ଟଙ୍କାର ପ୍ରଭାବ ପକାଇଛି। ମାନ୍ଦାବସ୍ଥା ଲାଗି ରହିଥିବାରୁ ଏହା ଜିଏସ୍‌ଟି ରାଜସ୍ବ ସଂଗ୍ରହରେ ବାଧା ସୃଷ୍ଟି କରୁଛି। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସମସ୍ତ ବିଭାଗକୁ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସ ଖର୍ଚ୍ଚକୁ ୨୫% ଯାଏ କମ୍‌ କରିବାକୁ କହିଛନ୍ତି। ସରକାର ନଭେମ୍ବର ଶେଷ ସୁଦ୍ଧା ୧୦.୧୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ଟିକସ ରାଜସ୍ବରୁ ୭.୫୦ ଲକ୍ଷ କୋଟି, ଅଣ ଟିକସ ରାଜସ୍ବରୁ ୨.୩୨ ଲକ୍ଷ କୋଟି, ଅଣ ଋଣ ପୁଞ୍ଜି ହାସଲ ବାବଦ ୨୯ ହଜାର କୋଟି ଟଙ୍କା ରହିଛି। ଚଳିତ ଆର୍ଥତ୍କ ବର୍ଷରେ ମୋଟ ରାଜସ୍ବ ୧୯.୬୨ ଲକ୍ଷ କୋଟି ଟଙ୍କା ରହିବ ବୋଲି କୁହାଯାଇଛି। ସେହିଭଳି ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଜୁଲାଇ-ସେପ୍ଟେମ୍ବର ସମୟରେ ମୋଟ ଜିଡିପିର ୦.୯% ବା ୬.୩ ବିଲିୟନ ଡଲାର ରହିଛି। ଏହି ସମୟରେ ବାଣିଜ୍ୟ ନିଅଣ୍ଟ କମିଥିବା ଜଣାପଡିଛି। ୨୦୧୮-୧୯ ସମାନ ସମୟରେ ସିଏଡି ମୋଟ ଜିଡିପିର ୨.୯% ବା ୧୯ ବିଲିୟନ ଡଲାର ରହିଥିଲା। ୨୦୧୯ ଜୁନରେ ଶେଷ ହୋଇଥିବା ତ୍ରୈମାସରେ ସିଏଡି ମୋଟ ଜିଡିପିର ୨% ବା ୧୪.୨ ବିଲିୟନ ଡଲାର ଥିଲା। ଦେଶ ମଧ୍ୟରେ କେତେ ପରିମାଣର ବିଦେଶୀ ମୁଦ୍ରା ଆସିଲା ଏବଂ କେତେ ପରିମାଣ ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଛି ତା ମଧ୍ୟରେ ଥିବା ଅନ୍ତରକୁ ସାଧାରଣତଃ ସିଏଡି ଭାବେ ବିଚାର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

ଟିପିସିଓଡିଏଲ୍‌ ପକ୍ଷରୁ ଘର ଛାତରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ

ଭୁବନେଶ୍ୱର, ୩ା୮: ପିଏମ୍‌ ସୂର୍ଯ୍ୟଘର, ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri