Posted inଜାତୀୟ

ଭିଡ଼ ହିଂସାରେ ଜଳିଗଲା ନିରୀହ ଜୀବନ: ୪୩ ମୃତଦେହ ମଧ୍ୟରୁ ୩୦ ଚିହ୍ନଟ

ନୂଆଦିଲ୍ଲୀ,୨୯।୨: ଦିଲ୍ଲୀରେ ଘଟିଥିବା ଭିଡ ହିଂସାରେ ବହୁ ନିରୀହ ଜୀବନ  ଜଳି ଯାଇଛି। ସେମାନେ ସିଏଏର ସମର୍ଥକ ଅବା ବିରୋଧି ନ ଥିଲେ। କିମ୍ବା ଦଙ୍ଗାରେ ବି ନ ଥିଲେ ସାମିଲ। ପୋଡ଼ାଜଳା ବି କରୁ ନ ଥିଲେ। ସିଏଏ ରାଜନୀତିରେ ତାଙ୍କର କୌଣସି ଯୋଗଦାନ ନ ଥିଲା। କାମ ନ କଲେ ଖାଇବା ବନ୍ଦ ଭଳି ସେମାନେ ପେଟର ଭୋକ ମେଣ୍ଟାଇବା ପାଇଁ ଘରୁ କାମ କରିବା ଲାଗି ଗୋଡ଼ କାଢ଼ିଥିଲେ। କେହି ଅବା ସରକାରୀ କାମରେ ନିୟୋଜିତ ଥିଲେ। ସେମାନେ ହୋଇଥିଲେ ଭିଡ଼ ହିଂସାର ଶିକାର। ଭଲ ଚାକିରି ପାଇଁ ଆଖିରେ ଆଖିଏ ସ୍ବପ୍ନ ନେଇ ପ୍ରସ୍ତୁତି କରୁଥିବା ଶିକ୍ଷାର୍ଥୀଙ୍କ ଜୀବନ  ବି ଭିଡ ହଂସାରେ ଯାଇଛି। କେହି କେହି ଆଖି ଆଗରେ ନିଜ ଘର ଜଳୁଥିବା ଦେଖି ସହି ନ ପାରି ହୃଦଘାତର ଶିକାର ମଧ୍ୟ ହୋଇଛନ୍ତି । କେତେକ ପୀଡ଼ିତ ପରିବାର ସଦସ୍ୟ ଧର୍ମ ପଚାରି ତାଙ୍କ ଉପରେ ଭିଡ଼ ହିଂସା ହୋଇଥିବା ଏବେ ପ୍ରକାଶ କରିଛନ୍ତି। ଦିଲ୍ଲୀ ରାଜରାସ୍ତାର ନିଆଁରେ ଇତିମଧ୍ୟରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ଟି ମୃତ ଦେହକୁ ଚିହ୍ନଟ କରାଯାଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ପେଶାରେ ଡ୍ରାଇଭର ଥିବା ମୁଶରଫ୍‌, ବିଦ୍ୟୁତ୍‌ ଉପକରଣ ଦୋକାନୀ ମହରୁଫ୍‌ ଅଲ୍ଲୀ, ପେଣ୍ଟର ମୁବାରକ ଅଲ୍ଲୀ, ଫ୍ୟାକ୍ଟ୍ରିରେ କାମ କରୁଥିବା ଆଲୋକ ତିଓ୍ବାରୀ, ଗତ ଫେବୃୟାରୀ ୧୧ରେ ବିବାହ କରିଥିବା ଇଲେକ୍ଟ୍ରିସିଆନ୍‌ ଅଶଫାକ୍‌ ହୁସେନ୍‌। ସେହିପରି ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତ ହେଉଥିବା ରାହୁଲ ଠାକୁର, ଜୋତା ସିଲାଇ କରୁଥିବା ସୁଲେମାନ୍‌, ବିଲ୍ଡିଂ ୟୁନିଟ୍‌ରେ କାମ କରୁଥିବା ସଞ୍ଜିତ୍‌ ଠାକୁର, ଆଇବି କର୍ମଚାରୀ ଅଙ୍କିତ ଶର୍ମା ଭିଡ଼ ହିଂସାର ଶିକାର ହୋଇଥିଲେ। ଅକବରି, ପୋଲଟ୍ରି ଫାର୍ମରେ କାମ କରୁଥିବା ଅନଓ୍ବର, ଡ୍ରାଇଭର ଦିନେଶ କୁମାର, ଶ୍ରମିକ ମହମ୍ମଦ୍‌ ଇରଫାନ୍‌, ଆମିର, ହାସିମ୍‌, ବିନୋଦ କୁମାର, ବ୍ୟବସାୟୀ ବୀର ଭାନ୍‌, ଦିଲ୍ଲୀ ପୋଲିସ ହେଡ୍‌ କନ୍‌ଷ୍ଟେବଳ ରତନ ଲାଲ୍‌ଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଓ୍ବେଲ୍ଡର ଜାକିର୍‌, ବିଲ୍ଡିଂ ମେସିନ ପରିଚାଳକ ଇସ୍ତିୟାକ୍‌ ଖାଁ, ଫ୍ୟାକ୍ଟ୍ରିରେ କାମ କରୁଥିବା ଦୀପକ କୁମାର, ପାଠପଢୁଥିବା ରାହୁଳ ସୋଲାଙ୍କି, ଦୋକାନୀ ମହମ୍ମଦ୍‌ ଶାହବାଜ୍‌,ଗ୍ୟାରେଜ୍‌ରେ କାମ କରୁଥିବା ପରବେଜ୍‌ ଆଲମ୍‌ ପ୍ରମୁଖଙ୍କୁ ମଧ୍ୟ ଘରକୁ ଫେରିବା ବାଟରେ ହତ୍ୟା କରାଯାଇଥିଲା। ମହତାବ, ମହମ୍ମଦ୍‌ ଫୁରକାନ୍‌, ଅଟୋ ଚାଳକ ମୁଦସିର୍‌ ଖାଁ, ଅଟୋଚାଳକ ଶାହିଦ୍‌ ଅଲଓ୍ବି,ଅମନ୍‌, ବଢ଼େଇ କାମ କରୁଥିବା ମହମ୍ମଦ୍‌ ୟୁସୁଫ୍‌ ପ୍ରମୁଖ ଭିଡ଼ ହିଂସାର ଶିକାର ହୋଇଥିଲେ। ନିରୀହଙ୍କ ଜୀବନ ଯିବା ପରେ ଭିଡ଼ ହିଂସା ଥମିଛି। ତେବେ ମୃତକଙ୍କ ପରିବାରର ଜୀବିତ ସଦସ୍ୟଙ୍କ ପାଇଁ ଭିଡ ହିଂସାର ଦୁଃଖ ଜୀବନ ସାରା ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri